ପ୍ରହେଳିକା!

ପ୍ରହେଳିକା!

ମୁଁ ବୁଝିପାରୁନି କାରଣ ଗୁଡାକୁ
ଏ ସବୁ ଏକ ପ୍ରହେଳିକା ନୁହେଁ ତ
ବା ଢାଙ୍କି ହୋଇ ରହିଥିବା ଏକ ଆବରଣ
କ୍ଵଚିତ କେହି ତ ବୁଝୁ, ଦେଖୁ
ଅମାନିଆ ମୋ ହୃଦୟ ତ ତା ବାଟ ଭୁଲିଛି
ଆଉ ଡେଣା ମେଲି କଳା ମେଘରେ ଘୁରିବୁଲୁଛି
ଯୋଉଠିକି ଯାଉଛି
ସେ ଜାଣିନି ସେ ତା ଠିକଣା କି ନୁହେଁ
ଜୀବନ ରେ ଯାହାବି ଆସୁ
ସବୁ ପ୍ରତିବନ୍ଧ କୁ ସାମନା କରିବାଟା
ହୁଏ ତ ଜୀବନ ର ପରିଭାଷା
ମନ ବୁଝୁ କି ନ ବୁଝୁ
ମତେ ଖୋଜିବାକୁ ପଡିବ ଦୁଃଖ ଭିତରେ ସୁଖକୁ
କାରଣ ଏଠି ସବୁ ପ୍ରହେଳିକା
ର ଆବରଣ ଢାଙ୍କିଛି ମୋ ଆଖି ଦୁଇଟା କୁ!

ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ
ଗଞ୍ଜାମ |

33 Likes Comment

You might like

About the Author: Dr. Prasanna Kumar Dalai

A Famous English Poet From India

Leave a Reply

Your email address will not be published. Required fields are marked *