ରହସ୍ୟ ର ପ୍ରାଚୀର!

ରହସ୍ୟ ର ପ୍ରାଚୀର!

ଉନ୍ମୁକ୍ତ ବରଳାଭୂମି ଆଜି ଖାଁ ଖାଁ
ସେପାରିର ମନ୍ଦିରରୁ ଅସ୍ପଷ ଶଙ୍ଖ ର ଧ୍ଵନି
ମୋର ପ୍ରତିଟି ଶବ୍ଦରେ ଖୋଜୁଛି ତୁମକୁ
ଲାଗେ କେହି ଜଣେ ଚାଲୁଛି ଏକା ଏକା
ଅଦୃଶ୍ୟ ଶବ୍ଦରେ ଭାସି ଆସେ
ଝାପସା ପାଉଁଜିର ଶବ୍ଦ
ସମାଜ ର ରହସ୍ୟ ଭରା ପ୍ରାଚୀର
ଅଲଗା କରୁଛି ତୁମକୁ ମୋ ଠାରୁ
ହୃଦୟ ବିହୀନ ବିଶ୍ୱରେ
ଅଲୋଡ଼ା ଅଖୋଜା ଦୁଇଟି ମନ
ରକ୍ତରେ ଜୁଡୁବୁଡୁ ଦୁଇଟି ମନ
ରହସ୍ୟ ଘେରରେ ସୀମାହୀନ ପ୍ରାଚୀର
ଚୁରମାର କରିପାରିନି ଦୁଇଟି ଅଶାନ୍ତ ମନକୁ
କ୍ଷତ ମନ ବି ଜିଣି ପାରେ
ଭେଦି ପାରେ ରହସ୍ୟ ର ପ୍ରାଚୀର କୁ!

©️®️ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ
ଅଧ୍ୟାପକ ଇରାଂଜି ଭାଷା ଓ ସାହିତ୍ୟ ବିଭାଗ
କବିସୂର୍ଯ୍ୟ ବଳଦେବ ବିଜ୍ଞାନ ମହାବିଦ୍ୟାଳୟ
କବିସୂର୍ଯ୍ୟନଗର
ଗଞ୍ଜାମ

40 Likes Comment

You might like

About the Author: Admin

Leave a Reply

Your email address will not be published. Required fields are marked *