ସପନର ନଈ କୂଳେ!

– ଶୀର୍ଷକ –
” ସପନର ନଈ କୂଳେ ”
✍️ ଅଧ୍ୟାପକ-ହେମନ୍ତ କୁମାର ଗନ୍ତାୟତ l
*******************************
ତୁମ ଅଭୁଲା ସ୍ମୃତି
ମୋ ଜାଗ୍ରତ ନୟନେ ଭରିଦିଏ
କୁହୁକର ରଙ୍ଗ l
ମନ ମୋର ବହିଯାଏ
ସ୍ୱପ୍ନର ନଈ କୂଳକୁ ,
ଅମାବାସ୍ୟା ରାତି ବି ଭରିଯାଏ
ଶଶାଙ୍କର ଜ୍ୟୋତ୍ସ୍ନାରେ l
ତୁମ ତନୁ ସୁଗନ୍ଧରେ ଭ୍ରମିତ ହୁଏ
ମୋ ମନର ଭ୍ରମର ,
ମଳୟର ବାସ୍ନାରେ ପୂରିଉଠେ ଚତୁର୍ଦ୍ଦିଗ ,
ତୁମ ମନ୍ଦ ମନ୍ଦ ପାଦରୁ ଭାସିଆସେ
ନୂପୁରର ରୁଣୁଝୁଣୁ ଶବ୍ଦ ,
ମୋ କର୍ଣ୍ଣ କୁହରେ ଝଙ୍କାରିତ ହୁହେ
ସୁମଧୁର ପ୍ରେମ ରାଗିଣୀ ସଙ୍ଗୀତ l
କାସତଣ୍ଡି ଫୁଲର ସୁକୋମଳ ଧମଳ ତନୁ
ଛୁଇଁ ଯାଏ ତୁମ ଗଣ୍ଡ ଦେଶକୁ
ସେ ନିନ୍ଦେ ତା ତନୁକୁ , ତୁମ ସ୍ପର୍ଶ ପାଇ l
ତୁମ ଲାବଣ୍ୟମୟୀ ରୂପ ଦେଖି
ତାରାମେଳେ ରୂପସୀ ଚାନ୍ଦ
ଶରମେ ନରମେ l
ତୁମ କବେରୀ ଖୋଲି
ଯେବେ ଆସ ମୋ ପାଶେ
ଚୁମି ଚୁମି କିଛିକୁହ ଲାଲିମା ଅଧରେ
ବିରହ ହୃଦୟକୁ ରସ ତୁମ ମଧୁ ରସେ ।
ଜାଣ ତୁମେ !
ନୁହେଁ ମୁଁହି ସ୍ଵପ୍ନ କର୍ତ୍ତା
ହେ ମୋ ସ୍ବପ୍ନ ସୁନ୍ଦରୀ !
ଚାଲି ଯାଅ ଆଖିଠାରି
ତୁମ ମନ ଗଲେ ଭରି ।
ହେ ସ୍ଵପ୍ନ ସୁନ୍ଦରୀ ! …

22 Likes Comment

You might like

About the Author: Dr. Prasanna Kumar Dalai

A Famous English Poet From India

Leave a Reply

Your email address will not be published. Required fields are marked *