ସାରା ବିଶ୍ବ ଯାକ ପାଳୁ ଥିଲା ଯେବେ
ପ୍ରେମରେ ପ୍ରେମ ଦିବସ,
ସେହି ଦିବସରେ ସୁଖେ ଶୋଇଗଲେ
ଭାରତ ମାଆର ଶିଷ ।
ସ୍ଵର୍ଗ ରେ ସତେକି ପ୍ରମାଦ ପଡ଼ିଲା
ଲୋଡା ପଡିଲାକି ବୀର,
ସେଥିପାଇଁ ବୋଧେ ସ୍ଵର୍ଗ ରୁ ଆସିଲା
ପୁଲବାମା କୁ ଖବର।
ଅଜୟ ସେ ବୀର ଅମର ସେ ଚିର
ମାତୃଭୂମି ପାଇଁ ଦେଲେ ଶିର,
ଶୂନ୍ୟ କରି ଗଲା ମାଆ କୋଳ ସତେ
ଚତୁଃର୍ଦିଗ କରି ସତେ ଅନ୍ଧାର ।
ମନେ ପଡିଗଲେ ସେଇ ଦିନ କଥା
ସ୍ପନ୍ଦନ ବି ଥମିଯାଏ,
ଶହୀଦ ବୀରଙ୍କର ଚରଣ ତଳେ ଶିର
ବାର ବାର ନଇଁଯାଏ ।
ସ୍ଵପ୍ନା ବାଗ
ବଲାଙ୍ଗୀର
ମନେ ରହିଥିଲା ସେଦିନ ଘଟଣା
ଆଜିବି ମନେ ରହିଛି
ଚିର ସ୍ମୃତି ରହି କପାଳ ଲିଖନ
ପରି ସେ ସ୍ମୃତି ରହିଛି ।
ଭୁଲି ଯିବା ପାଇଁ କୌଣସି ବାହାନା
କାରଣ କୁ ଆସରା ନାହିଁ
ପ୍ରତିବିମ୍ବ ପରି ସେ ଦିନର ମୁହୂର୍ତ୍ତ
ଆଜି ବି ମୋ ମନରେ ଅଛି ।
ଯଦି ଭୁଲିଯିବା ସେପରି ତ୍ୟାଗ
ଆମ୍ଭର କି ଜୀବନ
ଯଦି ଭୁଲିଯିବା ସେପରି ତ୍ୟାଗ
ଆମ୍ଭର କି ଜୀବନ
ସେଥିପାଇଁ
ସେ ସହିଦ ମୋ
ହିରୋ ସାଜି ଅମର ହେଇଯାଇଛି !
ଅମର ହେଇଯାଇଛି