ତୋ ସାଥେ ଗୋଟିଏ ଫୋଟ ନେବା ପାଇଁ
ବସିଛି ରଥକୁ ଚାହିଁ,
ଦେଉଳ କୁ ତୋର ମୋବାଇଲ ମନା
କାରଣ କେ ପାରେ କହି ।
ଭାଇରାଲ୍ ବୋଧେ ହେଇଯିବୁ କାଳେ
ଭକତ ଟେ ନେଲେ ଫୋନ ,
ସେବକ ଟେ ବାକି ଖେଞ୍ଚୁଥାଏ ତାକୁ
କାମରେ ନ ଦେଇ ମନ ।
ଶାନ୍ତି ମନେ ଭକ୍ତ ଦରଶନ ପାଇଁ
ଥୋଇ ଦେଇଯାଏ ସବୁ ,
ହେଲେ ଟଙ୍କା ଦେଇ ସାଥେ ଫୋନ ନେଇ
ପଶିଯାନ୍ତି ବଡ ବାବୁ ।
ସେଥିରେ ବି ମୋର ନଥିଲା ଆପତ୍ତି
ଅନାଇ ତୋ ଚକା ଆଖି ,
କିନ୍ତୁ ପାରିଲିନି ସହି ମୁଁ କାଳିଆ
ସେବକ ଙ୍କ ଲୋଭ ଦେଖି ।
ଲୋଭ ଯାଏ ମୋର ପାଟି ବନ୍ଦ ଥିଲା
ତାପରେ ଘଟିଲା କିଛି ,
ତାହା ଦେଖି ଜମା ପାରିଲିନି ସହି
ସେଥିପାଇଁ ଲେଖୁ ଅଛି ।
ଛୁଆ ଠାରୁ ବୁଢ଼ା କେତେ ଯେ ଭକତ
ଦଳା ଚକଟା ରେ ଯାଇ ,
ଶାନ୍ତି ରେ ଦର୍ଶନ ନ ପାଇ ଫେରନ୍ତି
ଆଖିରେ ଯେ ଲୁହ ନେଇ ।
କାରଣ ତୁ କାଳେ ଦର୍ଶନ ଦେବାକୁ
ମାଗୁ ଭକତ ଙ୍କୁ ଟଙ୍କା ,
ସେବକ ତୋହର ଟଙ୍କା ପାଇଗଲେ
କରାନ୍ତି ତୋ ସାଥେ ଦେଖା ।
ସେ ଦୃଶ୍ୟ ଏବେ ବି ଆଖି ରେ ନାଚୁଛି
ସରିବନି ଗୁଣକୀର୍ତ୍ତି
ଭାଗ-ଦୁଇ କରି ଲେଖିବି ଭାବୁଛି
ଥିଲେ ତୋ ପାଦରେ ଭକ୍ତି ।
ନିଗମାନନ୍ଦ ନାୟକ
ବେଲପାଳ , ମୟୂରଭଞ୍ଜ