ବିନା ସର୍ତ ରେ!
ବିନା ସର୍ତ ରେ ଖୋଜୁଛି ତୁମକୁ
ଅବିଶ୍ୱାସ ଭରା ଦୁନିଆ ରେ
ମୁଁ ଜାଣିପାରିଲିନି କାଳେ
ମୁଁ ଆଜି ବେନାମୀ ଠିକଣା ରେ
ଜୀବନ ଯେ ଏତିକି ନୁହେଁ
ଅଳ୍ପ ହେଲେ ବି ସହଜ ନୁହେଁ
ଏଠି ଖାଲି ଚିନ୍ହା ମୁହଁ ଗୁଡାକ
ଅଚିନ୍ହା ଭଳି ସ୍ତବ୍ଧ ଓ ନିଷ୍ଠୁର
ମତେ ଆଜି କାହିଁକି ଏ ଶାସ୍ତି
ଅନୁଭବ ହୁଏ ମୁଁ ନିଜେ ନିଜକୁ
ଦଣ୍ଡ ଦେଉଛି ଓ ପ୍ରତାରିତ କରୁଛି
ଖୋଜୁଛି ଭଗବାନ ଙ୍କୁ ଏଠି ଆଉ ସେଠି
ପାଇବା ପାଇଁ ତିକିଏ ଆଶିଷ
ସେଠାରେ ତ ଖାଲି ରହସ୍ୟ
ରହସ୍ୟ ଭିତରେ ତୁମେ ଆଉ
ତୁମ ସର୍ତହୀନ ଭଗବାନ!
ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ
କବିସୂର୍ଯ୍ୟନଗର
ଗଞ୍ଜାମ