କେବଳ ଅଛୁଆଁ ସ୍ବପ୍ନ ଟିଏ !

କେବଳ ଅଛୁଆଁ ସ୍ବପ୍ନ ଟିଏ !

ବେଳେବେଳେ ଜହ୍ନ ର ଜ୍ୟୋସ୍ନା ର ଖୋଜେ ତୁମକୁ
ତିକିଏ ଶାନ୍ତି ପାଇବା ପାଇଁ
ଆଉ କେବେ ବଂଶୀ ର ମୂର୍ଚ୍ଛନା
ପ୍ରହେଳିକା ସୃଷ୍ଟି କରେ ମୋ ଦୁନିଆ ରେ
ତୁମର ଉଦ୍ଭାସିତ ଆଖି ଦୁଇଟି ଆଇନା ପରି ପ୍ରତିଫଳିତ କରେ ମୋ ସ୍ବପ୍ନ ଗୁଡାକୁ
ସ୍ବପ୍ନ ନୁହେଁ ବେଦନା ର ପ୍ରତିବିମ୍ବ
ସବୁ ସମ୍ପର୍କ କୁ ଦ୍ୱାହି ଦେଈ
ପାଲଟିଛି ଏକ ଅଦୃଶ୍ୟ ଆତ୍ମା ପରି
ଖୋଜୁଛି ଶବ୍ଦ ଗୁଡାକୁ ବସନ୍ତ ଋତୁ ରେ
ଭାସି ଆସୁଥିବା ମେଘ ପରି
ସମୟ ହିଁ କେବଳ ବୁଝି ପାରେ
ବିଗତ ଦିନର ଜର୍ଜରିତ ସ୍ମୃତି ଓ ଯନ୍ତ୍ରଣା
ମୋ ପାଇଁ ତୁମେ ଆଜି କିଛି ନୁହଁ
କେବଳ ଏକ ଅଛୁଆଁ ସ୍ବପ୍ନ ଟିଏ |

ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ
କବିସୂର୍ଯ୍ୟନଗର
ଗଞ୍ଜାମ

4 Likes Comment

You might like

About the Author: Dr. Prasanna Kumar Dalai

A Famous English Poet From India

Leave a Reply

Your email address will not be published. Required fields are marked *