ବର୍ଣ୍ଣବୋଧ

ପ୍ରଥମ କରି ଯେବେ ଖଡି ମୁଁ ଧରିଲି
ଭେଟ ହେଲା ତା’ ସାଥିରେ
ଅକ୍ଷରୁ କିପରି ଶବ୍ଦ ଗଢିହୁଏ
ପଢିଥିଲି ମୁଁ ତହିଁରେ।

ଅ ରୁ ଆରମ୍ଭ ଚନ୍ଦ୍ରବିନ୍ଦୁ ଯାଏଁ
ସବୁଥିଲା ପ୍ରଥମ ପୃଷ୍ଠାରେ
ଶେଷ ପୃଷ୍ଠା ପୁଣି ଡର ଲାଗୁଥାଏ
ଦେଖି ପଣିକିଆ ଧାଡ଼ିରେ।

ବିଲୁଆ ପୁଣି କେଡେ ଚତୁର
ପଢିଥିଲି ସେହି ବହିରେ
ମାମୁଁ ମାଡ଼ ଖାଇ ଭୂଇଁ ରେ ମୁଁ ଶୋଇ
ଆଜି ହଜେ ସେଇ ସ୍ମୃତି ରେ।

ମାତ୍ରା,ଫଳା ସଙ୍ଗେ ଯୁକ୍ତାକ୍ଷର
ସଭିଁଙ୍କୁ ଶିଖାଏ ନକରି ଭେଦ
କି ସୁନ୍ଦର ଆହା କି ମନୋହର
ଛବିଳ ମଧୁ ବର୍ଣ୍ଣବୋଧ।

ପୁଷ୍ପଲତା ଦିଗାର
ବାରିପଦା, ମୟୂରଭଞ୍ଜ

63 Likes 10 Comments

You might like

About the Author: Admin

10 Comments

Leave a Reply

Your email address will not be published. Required fields are marked *