ଆହେ ନାଟ୍ୟକାର

ଆହେ ନାଟ୍ୟକାର ତୁମେ ଏ ମହୀର
ଦ୍ଵିତୀୟ ସ୍ରଷ୍ଟା ବୋଲାଇ
ସମାଜ ସଂସ୍କାର କେତେ ନାଟକର
ସ୍ରଷ୍ଟା ରୂପେ ପୂଜା ପାଇ
ତୁମ ପାଇଁ ଆତ୍ମବଳ,
ବୃଦ୍ଧି ହୋଇଥାଏ ଦୁଃଖ ଦୂର ହୁଏ
ଦୁର୍ବଳ ହୁଏ ସବଳ ।।

କେତେ ନୀତି ଶିକ୍ଷା ପୁଣି ଦିବ୍ୟ ଦୀକ୍ଷା
ବାର୍ତ୍ତା ଦେଇ ନାଟକରେ
ସମାଜର ହିତ କରୁଛ ସାଧିତ
କିଏ ସରି ତୁମ ଠାରେ
ତୁମ ପାଇଁ ମୋହେ ମନ,
କେତେ ମନ ଛୁଆଁ କଥା ଭାବି ନୂଆଁ
ନାଟକ କର ବର୍ଣ୍ଣନ।।

ମନୋରଞ୍ଜନର ମାଧ୍ୟମ ମହୀର
ଭାଇଚାରା ଭାବ ବହି
ଯୋଗାଯୋଗ କର ନ ଯାଇ ପାଖର
ନାଟକ ମାଧ୍ୟମ ଦେଇ
ତୁମ ସରି କେହି ନାହିଁ,
ଧୈର୍ଯ୍ୟ ଓ ସାହସ ଭରି ଥାଅ ହସ
ସୃଜଶୀଳତା ପାଇଁ ।।

ସହାନୁଭୂତିର ଭାବ ହୃଦୟର
ଭରିଥାଅ ଅନ୍ତରରେ
କଳୁଷିତ ହତକାରୀ ହେ ମହତ
ତୁମେ ଏହି ଜଗତରେ
ଜଣାଏ କାମନା ଶୁଭ,
ସଦା କୁସୁମିତ ହେଉ ତବ ପଥ
ସୁଖ ଶାନ୍ତି ଲଭ ଭବ ।।

 

 

By~Baijayantimala Mahapatra

Phulbani,Cuttack

12 Likes Comment

You might like

About the Author: Admin

Leave a Reply

Your email address will not be published. Required fields are marked *