ଭେଦ ଭାବ ନାହିଁ

Bijay Kumar Jena

ଭେଦ ଭାବ ନାହିଁ ପୁରୀ ବଡ ଦାଣ୍ଡେ
ଚାରି ଧାମ ଠାରୁ ଶ୍ରେଷ୍ଠ
ପତିତ ପାବନ କେତନ ତଳରେ
ନିଜେ ନିଜ ପାଇଁ ଜ୍ୟେଷ୍ଠ ।

ଯେମିତି ଭାବନା ଯେମିତି କଳ୍ପନା
ଭକ୍ତ ପାଇଥାନ୍ତି ଫଳ
ଏକ ପରଂବ୍ରହ୍ମ ସବୁରି ଅନ୍ତରେ
ଏକା ସେହି ଆଦିମୂଳ ।

ଉତ୍କଳ ପ୍ରଦେଶ ଖ୍ୟାତି ବହିଅଛି
ଜଗତ ନାଥଙ୍କୁ ଧରି
ନିତ୍ୟ ସାମବେଦ ଉଚାରନ୍ତି ଏଠି
ଦେବା ଦେବୀ ଛନ୍ତି ପୂରି ।

ବାର ମାସେ ତେର ପରବ ପାଳନ
ଦିନ ବିତେ ଆନନ୍ଦରେ
ଅମୃତରୁ ବଳି ଶ୍ରୀ ମହାପ୍ରସାଦ
ଭିଡ ଆନନ୍ଦ ବଜାରେ ।

ତୁମେ ଥାଅ ପ୍ରଭୁ ତୁମରି ଇଚ୍ଛାରେ
ଭକ୍ତ ମନ ରଖି ଖୁସି
ଆହାକି ସୁନ୍ଦର ତୁମ ରଥ ଯାତ
ଦେଖନ୍ତି ଜଗତ ବାସୀ ।

ବିଜୟ କୁମାର ଜେନା

ଅବସର ପ୍ରାପ୍ତ ପ୍ରାଧ୍ୟାପକ

ଶାମୁକା ସାହି,ରଣପୁର,ନୟାଗଡ଼

30 Likes Comment

You might like

About the Author: Admin

Leave a Reply

Your email address will not be published. Required fields are marked *