ଅଭିନନ୍ଦନ:ଚନ୍ଦ୍ରଯାନ-୩

ବିଶ୍ଵ ଦରବାରେ ଇତିହାସ ର ପୃଷ୍ଠାରେ
ସ୍ଵର୍ଣ୍ଣିମ ଅକ୍ଷରରେ ସତେ,
ଲେଖିଗଲେ ମୋ ଦେଶର ବୈଜ୍ଞାନିକମାନେ 
ଗୌରବର ପଙକ୍ତି କେତେ ।।

ଦୂର ରାଇଜର ଜହ୍ନମାମୁଁ ପୃଥିବୀ ର
ଆଜି ହେଇଗଲା କି ଭାଇ,
ଚନ୍ଦ୍ରଯାନ ବାନ୍ଧି ଦେଲା ଏମିତି ବନ୍ଧନ
ବିଜ୍ଞାନର ବଳକୁ ନେଇ ।।

ପିଲାଦିନେ ମାଆ କାଖରେ କାଖେଇ କେତେ
ଜହ୍ନକୁ ସେ ଇଙ୍ଗିତ କରି,
ସରଗ ଶଶୀକୁ ଡାକେ ଆଢ଼ୁଆଳ କରି
ମାମୁଁ ମାମୁଁ ତୋହର କରି ।।


ଅନୁଭୂତ ଆଜି ହୁଏ ଏମିତି ଯେମିତି 
ଜହ୍ନ ପାଖେ ମୁଁ ଅଛି ବସି,
ଆନନ୍ଦ ଲହରୀ ଉଲ୍ଲସଇ ପ୍ରତିପ୍ରାଣେ
ଗର୍ବିତ ସାରା ଦେଶବାସୀ ।।

ଅନେକ ଅପେକ୍ଷା ର ଅନ୍ତ ଘଟିଲା ଆଜି
ଏକ ନୂଆ ଇତିହାସ ନେଇ,
ଆଶା ଆକା°କ୍ଷାର ଚିର ସ୍ଵପ୍ନ ସତ ହେଲା
ଏ ଅମ୍ଳାନ ସଫଳତା ପାଇ ।।

ସାରା ବିଶ୍ୱ ଚକିତ ଦେଖି ଗାରିମା ରାଜି
ଜହ୍ନ ର ଦକ୍ଷିଣେ ଭାରତ,
ଅଭିନନ୍ଦନ ସେ ବୀର ଦକ୍ଷ ବୈଜ୍ଞାନିଙ୍କୁ
ବିଶ୍ଵ କୁ କଲେ ନତମସ୍ତ ।।
ସ୍ଵପ୍ନା ବାଗ
ବଲାଙ୍ଗୀର
28 Likes Comment

You might like

About the Author: Admin

Leave a Reply

Your email address will not be published. Required fields are marked *