ସେ ସମୟ ଆସୁ ସଅଳ

ଲୁହ ଧୋଇଦିଏ ସବୁ ଦୁଃଖ ସିନା
ଆଖିକୁ ଆସୁନି ଲୁହ
ଦୁଃଖର ଲହୁ ଗଡାଉଛି ହୃଦୟଟା
ଭାବନାର ଭୀଷଣ ଭିଡ଼

ଯେତେ ଚେଷ୍ଟା କଲେ ବୁଝୁନାହାନ୍ତି
ବାପାଙ୍କ ଭାଷାରେ ଵେଖଡ
ସମସ୍ତଙ୍କୁ ବୁଝାଇ ବୁଝାଇ ଗଲିଣି ଥକି
ଛାତି ସର୍ବଦା ଧଡଧଡ

କାହିଁକି କେଜାଣି ଏମିତି ହୁଅନ୍ତି
ଵୁଝନ୍ତିନି ନିଜ ସ୍ଥିତି
ସମୟ ସାଥିରେ ବଞ୍ଚିବା ଶିଖିଛି
ଶିକ୍ଷା ଦେଇଛି ଅନୁଭୂତି

ଲୁହ ଵୋହୁନାହିଁ ଦୁଃଖ ସହି ସହି
ରୋଗ ସାଧୁଛି ଵି ଦାଉ
ଗ୍ରୀଷ୍ମ ଋତୁର ଟାଣ ଖରାରେ ବି
ଲୁହର ଶ୍ରାବଣ ଭାଉ

ଲୁହ ଭିଜା ଏ ଜୀବନ ଦେଖୁଛି
କେବଳ ଅଞ୍ଜଳି ପୁତ୍ରଙ୍କୁ
ରଖିଲେ ରଖିବେ ସିଏ ବୁଝିକି
ନ ହେଲେ କହିଵି କାହାକୁ

ସମୟର ଏ ଦୁଃସ୍ଥିତିକୁ ସାମ୍ନା ପରେ
ନିଶ୍ଚିତ ଆସିବ ସୁନ୍ଦର ସମୟ
ଆମେ ଡାକୁଛୁ ସୀତାରାମ ହୃଦୟରେ
ସହିଵା କଷ୍ଟ ହେଲାଣି ଆସୁ ସଅଳ

କଳ୍ପନା ରାୟ, ଲଇଡା, ସମ୍ବଲପୁର

7 Likes Comment

You might like

About the Author: Admin

Leave a Reply

Your email address will not be published. Required fields are marked *