ମହାଷ୍ଟମୀ ଦର୍ଶନ

🌺ଜୟ ମାଆ ବିରଜା🌺
ଉମାକାନ୍ତ ଦାସ
*****
ଅଷ୍ଟମୀ ପ୍ରଭାତେ ପ୍ରଭାକର ଦିଶେ
ଲୋହିତ ରଙ୍ଗକୁ ନେଇ ,
କାକ ପିକ ସବୁ ଖାଦ୍ୟ ଅନ୍ବେଷଣେ
ଧାମନ୍ତି ଆନନ୍ଦ ହୋଇ ।।

ଉଠ ଉଠ ସହି ବିଳମ୍ବ ନ କର
ସ୍ନାନ କରି ଆସ ଯାଇ,
ପବିତ୍ର ମନରେ ଦର୍ଶନ କରିବା
ଗଦାକ୍ଷେତ୍ରେ ବିରଜାଇ ।।

ପାପୁ ମୁକ୍ତି ହେବା ବୈକୁଣ୍ଠକୁ ଯିବା
ତା ଦର୍ଶନ ଆମ୍ଭେ ପାଇ ,
ଆଜି ଶୁଭ ଦିନେ ମାଆଙ୍କ ପାଖରେ
ସର୍ବ ଶକ୍ତି ବିରାଜଇ ।।

ତିନି ଭୂବନର ଆରାଧ୍ୟ ଦେବୀ ସେ
ତ୍ରିଲୋକ ପାଳିକା ସେହି ,
ତା ଦର୍ଶନ ବିନା ଆନ ଦରଶନେ
ଗତି କେଉଁଠାରେ ନାହିଁ ।।

ଭୁଲି କଳି ଦ୍ବନ୍ଦ ବାଦ ଅପବାଦ
ତା ଚରଣେ ମନ ଦେଇ ,
ଏ ମାୟା ଶରୀର ସମର୍ପଣ କରି
କୁହ ରଖ ମହାମାୟୀ ।।

ଲାଲବାଗ ,ଖାନନଗର
ମଙ୍ଗଳ ପୁର,ଯାଜପୁର

16 Likes Comment

You might like

About the Author: Admin

Leave a Reply

Your email address will not be published. Required fields are marked *