Poem

ପ୍ରାର୍ଥନା

ଦୀନ ତା ବହି ମୋର
କରୁଛି ଦିନ ପାତ
ଏ ମତି ଦିଅ ମୋତେ ହେ ଦୀନପତି

ପର ର ଦେଖି ଭବେ
ଅତୁଳ ବଈ ଭବ
କାତର ତିଳେ ନାଥ ନୋହୁଁ ମୋ ମତି…. ପଦ

ସଞ୍ଜ ସକାଳ ସାରା
ଭକତି ଭାବ ଧାରା
ଭଜୁଛି ମୁହିଁ ମନେ ଦୁଃଖ ରେ ଅତି

ନବ ରତନ ଭରା
ନବ ତଳ ନୀଳୟେ
ତା ଧନ ନେଇ ନିବସୁ ସେ ଧନ ପତି….1

ଝାଟି ରେ ମାଟି ବୋଳା
ଶୁଖିଲା ତୃଣ ଛିଆ
କୁବେର କୋଠି ମୋର କୁଟୀର ପ୍ରତି

ଏ ଦୀନ ବାସେ ମୋର
ହେ ଦୀନ ଜନ ସଖା
ତୁମରି ନାମ ସ୍ମରି ଯାଏ ଯେ ବିତି…2

ମଣୁଛି ଆପଣାକୁ ମଣି
ବଣିକ ଭଳି
ଜନ ନୟନେ ପଛେ ମୁଁ ହୀନ
ଅତି

ତଵ ପରସ ନେଇ
ଚାନ୍ଦିନୀ ଯିବି ଛୁଇଁ
ପୂଜିବି ବସି ମୁଁହିଁ ନାହିଁ ମୋ ଭିତି..3

କୋଟିଏ ତାରା ରୂପେ
ତଵ ନୟନ ନାଥ
ନିଶା ଗଗନ ଭରି ଚାହିଁବି ନିତି

ଏ ଦୀନ ଅଙ୍ଗନ ରୁ
ସେ ଦୁର ନଭେ ଚାହିଁ
ନମିବି ଘନ ଘନ ପୁଲକେ ଅତି..4

ତୁମରି ପ୍ରେମ ଧନେ
ଧନୀ ମୁଁ ମନେ ମନେ
ଗାଇବି ମୁଦ ମନେ ତୋହରି ଗୀତି

ଭାବନା କାହିଁ ତାର
ଭୁବନ ମଣି ଆହେ
ଜଗତ ଜନକ ତୁହି ପ୍ରଭୁ
ଜଗତ ପତି… 5
End *******************
Astrologer –
Sj. Jagannath Das
Bhadrak

12 Likes Comment

You might like

About the Author: Admin

Leave a Reply

Your email address will not be published. Required fields are marked *