ମଧୁର ବଚନ ମଧୁର ସପନ

Ranjulata padhi

ମଧୁର ବଚନ  ମଧୁର ସପନ
ମଧୁ ସ୍ମୃତି ପାରାବାରେ
ମଧୁ ମଧୁ ରାତି ପାହିଯାଏ ନିତି
ମଧୁ ମାଦକତା ଝରେ ।।

ମଧୁର ଜୀବନ  ମଧୁ ବାସସ୍ଥାନ
ମଧୁର ତୁମର ହସ
ମଧୁ ମଧୁ ଭାଷା ମଧୁର ମଞ୍ଜୁଷା
ମଧୁଲୀଳା ତୁମ ରାସ ।।

ମଧୁର କୁଜନ  ସୁମଧୁର ସ୍ୱନ
ମଧୁବନେ କାକଳୀର
ମଧୁ ମଧୁବନ୍ତୀ ଗୁଣୁ ଗୁଣୁ ନିତି
ମଧୁ ଚୁମ୍ବି ସୁମନର ।।

ମଧୁର ମିଳନ ମଧୁ ଗୁଞ୍ଜରଣ
ମଧୁ ବେଶଭୂଷା ପାଶେ
ମଧୁର ପରାଣେ ମଧୁ ସମ୍ମୋହନେ
ମଧୁ ପ୍ରିୟା ଆସି ବସେ ।।

ମଧୁର ପରଶେ ମଧୁ ମଧୁ ହାସେ
ମଧୁ ଗୁଣେ କ୍ଷମା କର
ମଧୁ ଏକା ସିନା ମଧୁର ପଣିଆ
ମଧୁ ଦୃଷ୍ଟି ଶଶାଙ୍କର ।।

ମଧୁରର ଭାବ  ମଧୁର ବିଭବ
ମଧୁ ରାତି ମଧୁପାନ
ମଧୁ ଯନ୍ତ୍ରଣାର ମଧୁ ମଧୁ ସ୍ୱର
ମଧୁରରେ ପଡେ ମ୍ଳାନ ।।

ମଧୁର ଯାମିନୀ ମଧୁ ସୁହାଗିନୀ
ମଧୁର ମୋହରେ ପ୍ରିୟା
ମଧୁ  ବସନ୍ତର  ମଧୁର ମଳୟ
ମଧୁ ଅଧରର ଛୁଆଁ ।।

ମଧୁର ଠାଣିରେ ମଧୁର ବାଣୀରେ
ମଧୁର ମୂର୍ଛନା ତୋଳି
ମଧୁ ଉଛ୍ୱାସରେ ମଧୁ ବିଶ୍ୱାସରେ
ମଧୁ ଜୀବନ ଦୀପାଳୀ ।।

ମଧୁର ମୂର୍ଛନା ମଧୁର କାମନା
ମଧୁ ମହକର ସ୍ୱର
ଯୁଗ ଯୁଗ ଯାଏ ଅମ୍ଳାନ ରହୁ ଏ
ମଧୁ ଭାବ ଜୀବନର ।।

   ରଞ୍ଜୁଲତା ପାଢୀ,ରାଉରକେଲା (1st)

 

 

 

20 Likes Comment

You might like

About the Author: Admin

Leave a Reply

Your email address will not be published. Required fields are marked *