ମୋ ପ୍ରିୟା ଗାଁ

ମୋ ପ୍ରିୟା ଗାଁରେ ସକାଳ ହେଲେ,
ଆମ ଗାଁରେ ବାସନା ଆସେ,
ପ୍ରିୟା ଗାଁରେ ସଂଜ ନଇଁଲେ,
ଆମ ଗାଁରେ ଚନ୍ଦ୍ରମା ହସେ ।।

ପ୍ରିୟା ଗାଁରେ ବରଷା ହେଲେ,
ଆମ ଗାଁ ରେ ବିଜୁଳି ମାରେ,
ପ୍ରିୟା ଗାଁ ରେ ଶରତ କାଳେ,
ଆମ ଗାଁ ରେ ବଉଦ ଖେଳେ ।।

ପ୍ରିୟା ଗାଁରେ ଗ୍ରୀଷ୍ମ କାଳରେ,
ଝାଞ୍ଜି ପବନ ଆମ ଗାଁରେ,
ହିମ କାକର ଶୀତ ଦିନରେ,
ସୁନେଲୀ ଖରା ବିଛାଇ ପଡେ ।।

ତାହାରି ଗାଆଁ.... ଆମରି ଗାଆଁ...
ଦୂରତା ନୁହଇଁ ବେଶି,
ବୋହୂ ହୋଇ ସେ ଆସିବ କେବେ,
ମୁଁ ଚାହିଛି ତାକୁ ବସି ।।

ମୁଣ୍ଡରେ ସିଏ ଓଢୋଣା ଟାଣି
ଏରୁଣ୍ଡି ଡେଇଁବ ହସି,
ସାରା ଜୀବନ ରହିବ ସାଥେ,
ଯିବନି ହାତରୁ ଖସି ।।

 ଚିତ୍ରା ରାଣୀ ପାତ୍ର
  ବାଲେଶ୍ଵର
27 Likes Comment