ଜଗା ବାହାରିବ ବୁଲିବା ପାଇଁ

ଜଗା ବାହାରିବ ବୁଲିବା ପାଇଁ

ନନ୍ଦିଘୋଷ ରଥ ଚଢିବା ପାଇଁ
ଶ୍ରୀମନ୍ଦିରୁ ଜଗା ଆସିବ ଧାଇଁ,
ନାହିଁ ତା’ର ଗୋଡ ନାହିଁ ତା ହାତ
କୋଳେଇ ଆଣିବ ସାରା ଜଗତ ।

ନାଚି ନାଚି ଜଗା କୀର୍ତ୍ତନ ଖୋଳେ
ଓହ୍ଲାଇ ଆସିବ ଭକତ ମେଳେ ,
ରତ୍ନ ସିଂହାସନ ହୋଇବ ଖାଲି
ମାଉସୀ ଘରକୁ ଯିବ ସେ ଚାଲି ।

ବରଷକେ ଥରେ ବୁଲିବା ପାଇଁ
ଭକତ ଙ୍କ ସଙ୍ଗେ ଯିବ କହ୍ନେଇ ,
ଅଭାଗା ଭକତ ପ୍ରେମକୁ ଜାଣି
ମନ୍ଦିର ଭିତରୁ ଆସଇ ଟାଣି ।

ଯେଉଁ ଭକତ ଙ୍କୁ ମନ୍ଦିର ମନା
ତାଙ୍କ ପାଇଁ ଆସେ କାଳିଆ ସୁନା,
ଭାଇ ଭଉଣୀ ଙ୍କୁ ନେଇ ସାଥୀରେ
ଲକ୍ଷ୍ମୀ ଙ୍କୁ ଛାଡଇ ଏକା ମନ୍ଦିରେ ।

ନିଗମାନନ୍ଦ ନାୟକ
ବେଲପାଳ, ମୟୂରଭଞ୍ଜ

24 Likes Comment

ସଡ଼କ ସୁରକ୍ଷା

 

କାନଦେଇ ଭାଇ ମନ ଦେଉଥିବ ,
ଯାନବାହାନ କୁ ଧୀରେ ଚଳାଇବ ।
ସେଥିରେ ଟିକିଏ କରିଲେ ତୁ ହେଳା ,
ବୁଡ଼ିଯିବ ତୋର ଜୀବନର ଭେଳା ।

61 Likes 1 Comment

ଆଜିର ମଣିଷ

ବିଶ୍ୱାସରେ ଲୋକେ ବିଷ ମିଶାଇ ଯେ
ଭୋଗୁଛନ୍ତି ଆଜି କଷଣ ,
ଏତେ ସବୁ ଦେଖି ବୁଝୁନାହୁଁ ଯଦି
କଷ୍ଟ ପାଇବୁ ରେ ଭୀଷଣ ।
ଆହାର ରେ ଯଦି ପ୍ରହାର କରିବୁ
ଓହ୍ଲାଇ ଆସିବେ ଈଶ୍ବର ,
ମାଳିକା ର ଅନ୍ତ ନାହିଁ ବେଶୀ ଦିନ
ନିପାତ ହୋଇବ ସଂସାର ।
ବେଳ ଥାଉଁ ଥାଉଁ ସୁଧାର ନିଜକୁ
ହେଇଯାଅ ତୁମେ ରକ୍ଷକ,
ଦୁଃଖୀ ଦରିଦ୍ର ଙ୍କ ସେବା କରିଯାଅ
ରୁହନାହିଁ ହୋଇ ଭକ୍ଷକ ।
ଅନ୍ୟର ଆଖିରେ ଲୁହ ଦେଲେ ତୁହି
ବହିବ ତୋ ଆଖିରୁ ଲହୁ,
ହସି ହସାଇଲେ ସମାଜେ ସଭିଙ୍କୁ
କୋଳେଇ ନେବେ ମହାବାହୁ ।
64 Likes Comment