ମୃତ୍ୟୁ 🙂

ମୃତ୍ୟୁ
…………
ବୁଲୁଥିଲି ଦିନେ ମସାଣି ରାସ୍ତାରେ,
ଅସ୍ତ ହେଉଥିଲେ ରବି l
ଜଳୁଥିଲେ କେହି ଜୁଇର ନିଆଁରେ,
ଆହା କି ବିଚିତ୍ର ଛବି l
………………………………………
ଏଣେ କାନ୍ଦେ ସାହି, ପଡିଶା, କୁଟୁମ୍ବ,
ପିଲା ଛୁଆ କଇଁ କଇଁ l
କାନ୍ଦୁଥିଲେ ତେଣେ ପକ୍ଷୀକୁଳ ସତେ,
ବିରହ ବେଦନା ହୁଏନି ସହି l
……………………………………..
ଏଣେ ଦେଖୁଚି ମୁଁ ଜୀବନର ଅନ୍ତ,
ତେଣେ ଦିବସର ଅନ୍ତ l
ଯେଉଁଠାରେ ସବୁ ଆଶା ଆକାଂକ୍ଷା,
ସ୍ବପ୍ନ ହୋଇଯାଏ ଲୁପ୍ତ l
……………………………………
ଏହିପରି ବୁଲୁଥିବି ମୁଁ ସନ୍ଧ୍ୟାରେ, ଦିନେ ତାହା ହେବ ମୋ ଶେଷ ସନ୍ଧ୍ୟା
ନଥିବ ମୋ ପାଇଁ ଆକଟ କି ଅଳି,
ନଥିବେରେ କେହି ଦେବାକୁ ବାଧା l
…………………………………………….
ପଶ୍ଚିମ ଆକାଶେ ବୁଡ଼ୁଥିବା ସୂର୍ଯ୍ୟ,
ଆଖି ଆଡୁଆଳୁ ଲୁଚିଯାଏ l
ମୃତ୍ୟୁ ଆସିଲେ ସବୁଜିମା ସ୍ବପ୍ନ,
ଅଧା ରାସ୍ତାରେ ହିଁ ରହିଯାଏ l
…………………………………….
ସୂର୍ଯ୍ୟ ପରି ସ୍ମୃତି ହଜିଯାଏ ଏଠି,
ମଣିଷ ବି ମଢ଼ା ପାଲଟିଯାଏ l
ଆଶା ଅସୁମାରୀ ମରିଯାଏ ଏଠି,
କାଳ ନିରୁତ୍ତର ପାଲଟିଯାଏ l
……………………………………..
ଜୁଇ ଜଳିଗଲେ ପାଉଁଶ ମିଳେ ରେ,
ମିଳେନାହିଁ ଧନ, ମାନ, ସମ୍ମାନ l
ମୃତ୍ୟୁ ହିଁ ଜଗତେ ପରମ ସତ୍ୟ ରେ,
କାହିଁ କରୁ ତୁ ଏତେ ଅଭିମାନ l

50 Likes Comment

You might like

About the Author: Admin

Leave a Reply

Your email address will not be published. Required fields are marked *