ତୁମ କୋଳ ଛାଡିବା ପରେ ହିଁ ଦେଖୁଛି
ସତ, ମିଛ ଏ ଦୁନିଆକୁ ।
ତୁମ ହାତ ଛାଡିବା ପରେ ହିଁ ଜାଣିଛି
ହସ,ଲୁହଭରା ଏ ସଂସାର କୁ ।
ତୁମ ଡାକ ଶୁଣିବା ପରେ ହିଁ ବୁଝିଛି
ତା ଠାରୁ ମଧୁର ନାହିଁ କିଛି ।
ତୁମ ଛୁଆଁ ପାଇବା ପରେ ହିଁ ଭାବୁଛି
ସେହି ଅନୁଭବ ସବୁକିଛି ।
ତୁମ ବିନା ବଞ୍ଚିବା, ମରିବା ସମାନ
ମାନେ ନାହିଁ କିଛି ଜୀବନର ।
ତୁମ କଥା ଲେଖୁବା ପରେ ହିଁ ଭାବୁଛି
ଶବ୍ଦ ସରିଗଲା ଏ ଦୁନିଆର ।
ସତ ହୋଇ ନ ପାରିଥାଏ ମୋ ଲେଖା
କିନ୍ତୁ, ତୁମେ ହିଁ ମୋର ଜଗତ ଜିତା ।
ତୁମ ପରି ମାଁ ମିଳୁ ମତେ ସବୁ ଜନ୍ମେ
ଲଡା ନାହିଁ ମୋର ଧନେ ।।
ରାଜେଶ କୁମାର ନାଥ
ମୟୂରଭଞ୍ଜ, ଓଡ଼ିଶା
ସ୍ବାମୀ ଜଗନ୍ନାଥ ନାମ,
ଅନନ୍ତ ସମୁଦ୍ର ସମାନ,
ତୁମେ ହଁସିଲେ ଆସେ ସୁଖ,
ଦୁଃଖ ଭୁଲାଯାଏ ମନ।
ସରବାଦ୍ଧ ସର୍ବ ଗତିରେ,
ତୁମେ ଥିବ ଜଗନ୍ନାଥ,
ଭକ୍ତିରେ ତୁମେ ନିରନ୍ତର,
ଆମ ଜୀବନ ପରମ୍ପରା l
ପତିତପାବନ ନାମ ତୁମର,
ସର୍ବ ଜନଙ୍କ ଦାୟକ,
ତୁମେ ଅନୁଗ୍ରହ କରିଲେ,
ସଫଳ ହୁଏ ଆମ ଜୀବନ।
ନବ କଳେବର ଯାତ୍ରା ତୁମର,
ମନରେ ଭରେ ଆନନ୍ଦ,
ହେ ଜଗନ୍ନାଥ ସ୍ବାମୀ,
ତୁମେ ଅନ୍ତର ରକ୍ଷକ।
ନୀଳାଚଳ ମହିମା ଅପାର,
ଶ୍ରୀଜଗନ୍ନାଥ ମନ୍ଦିର ଦେଖ ମନୋହର।
ରଥଯାତ୍ରାରେ ଭକ୍ତର ସାଗର,
ବଡ଼ ଧାମରେ ଲାଗିଛି ଭକ୍ତିର ଆଗର।
ତୁମର ଭବସାଗର ବିହାର,
ଅନନ୍ତ ମହିମା, ଅପାର ଉଜ୍ଜ୍ୱଳ ରାତିର।
ଶ୍ରୀମନ୍ଦିର ଭିତରେ ତୁମର ସଂଗୀତ,
ଜୟ ଜଗନ୍ନାଥ, ଆମର ହେ ଆଦିଦେବ ପବିତ୍ର !!
ନାମ – ରାଜେଶ କୁମାର ନାଥ
ସ୍ଥାନ – ଅ଼ଁଳାତଡା, ମୟୂରଭଂଞ
ମକର ନୁହେଁ ସେତ
ଛୋଟ ଏକ ପର୍ବ,,
ପରିଚୟ ଆମର
ଓଡ଼ିଶା ର ଗର୍ବ।
ଆମ କଳା ସଂସ୍କୃତି
ସତେ ଭାରି ମିଠା,,
ଆମ ପରମ୍ପରା ପୁଣି
କହେ କେତେ କଥା।
ଥରେ ଖାଲି ଚାଖିବ
ମାଂସ ମୁଢ଼ି ଖାଇ,,
ମକର ପର୍ବ ମାନୁ
ନଦୀ ରେ ଗାଧୋଇ।
ବର୍ଷସାରା ଚାଷୀ ଭାଇ
ପିଇକି ତୋରାଣି,,
ମାଟିରେ ସୁନା ଫଳାଏ
କରି ରକ୍ତ ପାଣି।
ମୋର ବନ ପାହାଡ଼
ସୌନ୍ଦର୍ଯ୍ୟ ରେ ଭରା,,
ଅଦ୍ଭୁତ ତେଜ ତା’ର
ଆକାଶର ତାରା।
ସହ-ସମ୍ପାଦିକା
ପୁଷ୍ପଲତା ଦିଗାର
ବାରିପଦା, ମୟୂରଭଞ୍ଜ
ସ୍ବାମୀ ଜଗନ୍ନାଥ ନାମ,
ଅନନ୍ତ ସମୁଦ୍ର ସମାନ,
ତୁମେ ହଁସିଲେ ଆସେ ସୁଖ,
ଦୁଃଖ ଭୁଲାଯାଏ ମନ।
ସରବାଦ୍ଧ ସର୍ବ ଗତିରେ,
ତୁମେ ଥିବ ଜଗନ୍ନାଥ,
ଭକ୍ତିରେ ତୁମେ ନିରନ୍ତର,
ଆମ ଜୀବନ ପରମ୍ପପାର।
ପତିତପାବନ ନାମ ତୁମର,
ସର୍ବ ଜନଙ୍କ ଦାୟକ,
ତୁମେ ଅନୁଗ୍ରହ କରିଲେ,
ସଫଳ ହୁଏ ଆମ ଜୀବନ।
ନବ କଳେବର ଯାତ୍ରା ତୁମର,
ମନରେ ଭରେ ଆନନ୍ଦ,
ହେ ଜଗନ୍ନାଥ ସ୍ବାମୀ,
ତୁମେ ଅଂତର ରକ୍ଷକ।
ନୀଳାଚଳ ମହିମା ଅପାର,
ଶ୍ରୀଜଗନ୍ନାଥ ମନ୍ଦିର ଦେଖ ମନୋହର।
ରଥଯାତ୍ରାରେ ଭକ୍ତର ସାଗର,
ବଡ଼ ଧାମରେ ଲାଗିଛି ଭକ୍ତିର ଆଗର।
ତୁମର ଭବସାଗର ବିହାର,
ଅନନ୍ତ ମହିମା, ଅପାର ଉଜ୍ଜ୍ୱଳ ରାତିର।
ଶ୍ରୀମନ୍ଦିର ଭିତରେ ତୁମର ସଂଗୀତ,
ଜୟ ଜଗନ୍ନାଥ, ଆମର ହେ ଆଦିଦେବ ପବିତ୍ର !!
ନାମ – ରାଜେଶ କୁମାର ନାଥ
ସ୍ଥାନ – ଅ଼ଁଳାତଡା, ମୟୂରଭଞ୍ଜ
ମୟୂରଭଞ୍ଜ ମାଟିର କଥା,
ଘନ ବନ ତଥା ନଦୀ ର କଥା।
କଲ୍ୟାଣୀ ତୀରେ ଧରିଛି ସେ
ମଧୁର ସ୍ମୃତି ମାଟିର କ୍ଷେତ୍ର ସେ।
ଶିଳ୍ପ ଓ ସଂସ୍କୃତିର ଚୂଡ଼ାଂଗ,
ପ୍ରାଚୀନ ସମ୍ପଦ ଭରିଥାଏ ରଙ୍ଗବିରଙ୍ଗ,
ବନ୍ଧୁବାନ୍ଧବ ତଥା ସଙ୍ଗୀତ ଆରେ,
ମୟୂରଭଞ୍ଜ ହେଉଛି ହିଂସା ବାହାରେ।
ନଦୀ ପାଣି ଓ ସୁନ୍ଦର ଝରଣା,
ଚିର ରସ ଯେ ଦେଇ ଆନନ୍ଦ ପ୍ରଣାମ,
ରାଜ ନିବାସୀ ସେ ମନୋହର ନାୟକ,
ମୟୂରଭଞ୍ଜ, ତୁ ମୋ ପ୍ରେମର ଭାସ୍କର।
ମୟୂରଭଞ୍ଜର ଶାନ୍ତି ସେ ଚନ୍ଦ୍ର ରାତି,
ପ୍ରାକୃତିକ ସୌନ୍ଦର୍ୟର ଅବସର ଶାତି।
ବନ୍ୟପ୍ରାଣୀ ଓ ପାହାଡ଼ର ଆଲୋକ,
ମୟୂରଭଞ୍ଜରେ, ସେହି ପୁରୁଣା ସାଂସ୍କୃତିକ ଲୋକ।
ତାଳପତ୍ର ଓ ଲୋକ କଳାର,
ସଂସ୍କୃତିର ଆଲୋକ ନିକର।
ମୟୂରଭଞ୍ଜ ର ଅଭିନନ୍ଦନ,
ପ୍ରାକୃତିକ ସୁନ୍ଦରୀର ଆଧାର ଆପଣ।
ସେଇ ଶିଳ୍ପ ସୃଷ୍ଟିର ମୟୂରଭଞ୍ଜ,
ସାଂସ୍କୃତିକ ସମୃଦ୍ଧିର ଆଧାର।
ବନ ହିନ୍ଦ୍ ନୀଳାଶ୍ରୟ,
ଆହା କି ପ୍ରକୃତୀର ଅଦ୍ଭୁତ ପ୍ରଦର୍ଶନ।
ମୟୂରଭଞ୍ଜର ତାଳ ସନ୍ଧ୍ୟା,
ମଧୁର ତାଳ ତୀବ୍ର ରାଗ,
ପାହାଡ ଓ ତାର ଆଲୋକର,
ସୁନ୍ଦର ଭବିଷ୍ୟତ ଲାଗ।
ଶିମିଳିପାଳ ବନ ରେ ନୈତିକ ଗୀତ,
ପ୍ରକୃତିର ରଙ୍ଗେ ଲୁଚେଇ ଦେଇଛି ଅନେକ ରାତି।
ପଦ୍ମଫୁଲି ହସେ ନିଜ ସୌନ୍ଦର୍ଯ୍ୟରେ,
ସୁଗନ୍ଧି ଖସେ ବିହଙ୍ଗମାନଙ୍କ ଗୀତରେ।
ବନର ଗଭୀରତା ଜଣାଏ ଅଞ୍ଚଳର ଗୋପନ,
ପ୍ରକୃତି ଏଇଠି ଆକାଶକୁ କରେ ପ୍ରଣାମ।
ସୁନା ନଦୀ ଜଳ ଚାଲିଛି ରସିକତାରେ,
ସମୟର ଗତି ହୁଏ ଏଠି ବିନା ସଙ୍କୋଚରେ।
ଶିମିଳିପାଳ ହେଉଛି ପ୍ରକୃତିର ଅଭିନବ ଧନ,
ସାଙ୍ଗରେ ରଖ ଏକ ଶାନ୍ତିର ସ୍ୱପ୍ନ।
ବନରେ ବିତାଅ କିଛି ମାନବୀୟ ମୁହୂର୍ତ୍ତ,
ଶିମିଳିପାଳ ବନ ହେଉଛି ପ୍ରେମର ଉଚ୍ଚ ସ୍ତର।
ଗୋଟିଏ ପଥରେ ବୁଲିବା ପାଇଁ ଆସନ୍ତି ମାନବ,
ନିଜ ଅନ୍ତରାତ୍ମାର ଶାନ୍ତି ପାଇଁ ଦେଖନ୍ତି ସ୍ୱପ୍ନର ସୃଜନ।
ଗଛ ତଳେ ବସି କଥା ହଉଛନ୍ତି ସବୁ,
ଶିମିଳିପାଳ ବନ ଆନନ୍ଦ ଭରି ଅଛି ଆରମ୍ଭରୁ।
ମୟୂରଭଞ୍ଜ, ସୁନ୍ଦର ସଂସ୍କୃତିର ନିକଟ,
ଆଧୁନିକ ସାଂସ୍କୃତିକ ସନ୍ଧି ପୀଠ।
ତୁମ ଅସୀମ ଆନନ୍ଦର ମନ,
ମୟୂରଭଞ୍ଜ, ପ୍ରେମ ଓ ଗର୍ବର ଚିହ୍ନ।
ନାମ:- ରାଜେଶ କୁମାର ନାଥ
ସ୍ଥାନ:-ଅଁଳାତଳା, ମୟୂରଭଞ୍ଜ
ରାଧା ପ୍ରେମେ ତୁମେ ହୋଇଛ ପାଗଳ
ମୀରା ପ୍ରେମେ ଝରାଅ ଲୁହ,
ତୁମେ ପୁଣି ସାରା ଜଗତକୁ କୁହ
ରଖ ନାହିଁ ମୋନେ ମୋହ।
ରୁକ୍ମଣୀ ସାଥିରେ କରିଲ ସଂସାର
ରାଧା ହେଲେ କୃଷ୍ଣ ସଂଙ୍ଗିନୀ,
ପରିଚୟ ଦେଇ ଅଧିକାର ନେଲ
କାହିଁକି ମୁଁ ବୁଝି ପାରେନି।
କେତେ ମନୋହର ବନ୍ଧୁତ୍ୱ ତୁମର
ଜଗତରେ ଆଜି ଅମର,
ଦିବାକର ପୁଣି ଛାଡି କି ରହିବେ
ନିଜ ଆଲୋକ ର ପ୍ରଖର।
ଦ୍ରୌପଦୀ କୁ ତୁମେ ଡାକୁଥିଲ ସଖୀ
ନିଜକୁ ସଖା ବୋଲି କହି,
ଲଜ୍ୟା ରକ୍ଷା ପାଇଁ ଆସିଲନି ତୁମେ
ଡାକିବା ବାଟକୁ ଚାହିଁ।
ରାଧା ସାଥେ କୃଷ୍ଣ ଯୁଗଳ ମୂରତୀ
ଶୋଭା ପାଉଥାଏ ମନ୍ଦିରେ,
ମୀରା ତୁମ ପ୍ରେମେ ଧାଇଁ ଆସିଥିଲେ
ତାଙ୍କ ପ୍ରେମ କାଇଁ ଅଧାରେ।
ଅଶ୍ରୁ ଧାର ତୁମ ବହିଲା ଆଖିରୁ
ଜଗତର କଲ୍ୟାଣ ପାଇଁ,
ମାୟା ନୁହେଁ ହିତ ତୁମେ ପୁଣି କୁହ
କାହିଁକି ହେ କଳା କହ୍ନେଇ।
ସହ-ସମ୍ପାଦିକା
ପୁଷ୍ପଲତା ଦିଗାର
ବାରିପଦା,ମୟୂରଭଞ୍ଜ
ସମୟ ସାଥୀରେ ପାଦ ଦେଉ ଦେଉ
କେଉଁଠି ମୁଁ ଗଲି ହଜି,
ଅତୀତ ମୋହର କରୁଛି ହୁଙ୍କାର
ବନ୍ଧୁ ଟିଏ ମୋର ସାଜି ।
କହୁଅଛି କାନେ କଅଣ ଥିଲୁ ତୁ
ଭୁଲି କି ଯାଇଛୁ ସାଥୀ,
ଲକ୍ଷ୍ୟ ହୀନ ହୋଇ ଆଗେ ଯାଉ ଧାଇଁ
ଜାଣି ପାରୁନୁ କେମିତି ।
ବାରମ୍ବାର ସେହି କଥା ଶୁଣି ମୁହିଁ
ଉତ୍ତର ରଖିଲି ଆଜି,
ଫେରିବି କେମିତି ଭବିଷ୍ୟତ ବୋଝେ
ନିଜକୁ ପାଉନି ଖୋଜି ।
ନିଜକୁ ପାଉନି ଖୋଜି ।
ନିଗମାନନ୍ଦ ନାୟକ
ବେଲପାଳ, ମୟୂରଭଞ୍ଜ
ଥରୁଟିଏ ଫେରି ଆସ ତୁମେ ସତ କହୁଚି ,,,,,
ଲୁଚେଇ ଦେବି ମୋର ଏ ଅଭିମାନୀ ଓ ଅଝଟ ଚେହେରା
ଭାଙ୍ଗି ଦେବି ସବୁ ଜିଦ୍ ଆଉ ଅଭିମାନର ଘର
କେବେ ବି ଖୋଜିବିନି ମତେ
ଛାଡି ଯାଇଥିବାର କାରଣ …
କହିବିନି କେବେ ହିସାବ
ଏତେ ଦିନ ଧରି ତୁମେ କୋଉଠି ଥିଲ,
କାହା ସହିତ ଥିଲ
ମତେ ମାନେ ପକଉଥିଲ କି ନଥିଲ ,,,,
ଆଉ ଯଦି ଆଖିରୁ ଲୁହ ଜକେଇ ଆସେ
ମୁଁ ଲୁଚେଇ ଦେବି ସେ ଲୁହକୁ
ଏଇ ଏକ ନିରୀହ ପୋକ କୁ ଦାଇ କରି….
ହଁ ଥରେ ଫେରି ଆସ ତୁମେ ,,,
ଏ ସମୟ ବା କାହାକୁ ଅପେକ୍ଷା କରେ
ଏଇ ଦେଖୁନ କେମିତି ବେଗିବେଗି ଚାଲିଯାଉଛି …
ଥରୁଟିଏ ଫେରି ଆସ ତୁମେ
ମୁଁ ଆଜି ବି ଚାହିଁ ବସିଛି ତୁମ
ଫେରିବା ବାଟକୁ ଅପେକ୍ଷା କରି ….
🙏ହରେ କୃଷ୍ଣ ରାଧେ ରାଧେ 🙏
” ସେ କି ପ୍ରେମ ଯୋଉ ପ୍ରେମରେ ବିରହ ନଥାଏ ,,,
ସ୍ୱୟଂ ରାଧା ରାଣୀ ଆଉ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ବି
ବିରହ ବେଦନା ଶଯ୍ୟ କରିବାକୁ ପଡ଼ିଥିଲା ,,
ଆମେ ତ ଛାର ମନୁଷ୍ୟ ମାତ୍ର ,
ଆମକୁ ଏଠି ପଚାରେ ବା କିଏ ?
କିନ୍ତୁ ବେଳେ ବେଳେ ମୋ ମନରେ ଗୋଟେ ପ୍ରଶ୍ନ ଉନକି ମାରେ
କ’ଣ ସତରେ ସବୁ ସଚ୍ଚl ପ୍ରେମ ଅଧୁରା ରହିଯାଏ ?
ନା ସେ ଅଧୁରା ପଣରେ ପ୍ରେମ ବଞ୍ଚିରହେ ବୋଲି କେହି ଜଣେ ଜାଣିଶୁଣି ଅଧା ବାଟରୁ ବାଟ ଭାଙ୍ଗି ଚାଲିଯାଏ ? ”
ହରେ କୃଷ୍ଣ ରାଧେ ରାଧେ
ଚିନ୍ମୟୀ ସୁବୁଦ୍ଧି
ଜିଲ୍ଲା – ଖୋର୍ଦ୍ଧା
ଆରେ ଚକ ଜଗି ଅଛି..
ଅଖ ଜଗି ଅଛି
କାଳିଆ ଆସିବ ବୋଲି
ମୁଁ ଗଣୁଅଛି ଦିନ ମୋ ସାଆନ୍ତ (୨)
ରଥକୁ ଟାଣିବି ବୋଲି
ହୋ ରଥକୁ ଟାଣିବି ବୋଲି…
ତା ଚକା ଆଖି କୁ.
ଚକା ଆଖି କୁ ତା
ଦେଖିଦେଲେ ଥରେ
ଭକତ ଢାଳନ୍ତି ଲୁହ
କେମିତି ବୁଝାଇ କହିବି ଲୋ ସଖୀ
କି ଭାବ ଅଛି ତା’ସହ…. (୨)
ଟାଣି ନେଉଥାଏ
ନେଉଥାଏ ଟାଣି
ଦେଉଳ କୁ ତା’ର
ବରଷ ଟା ଯାକ ଜଗା
ହେଲେ ଟାଣି ହେଇ
ଆସୁଅଛି ସିଏ
ଜଗିଛି ମୁଁ ଯେ ଅଭାଗା (୨)
କୋଳେଇ ଆଣିବେ
ସେବକ ତାହାର
ରଥରେ ହେବ ସେ ବିଜେ
ପାଇବାକୁ ସେହି
ଦରଶନ ପାଇଁ
ବ୍ଯାକୁଳେ ନୟନ ଭିଜେ । (୨)
ଭକତ ଙ୍କ ପାଇଁ
ରଥାରୂଢ଼ ହୋଇ
ବଡ଼ଦାଣ୍ଡେ ଯିବ ଗଡ଼ି
ଶ୍ରୀ ଗୁଣ୍ଡିଚା ଠାରେ
ଯାଇ ପହଁଚିବ
ଭକତେ ନେବେ ଲୋ ଭିଡ଼ି (୨)
ରଥରେ ବନ୍ଧା ଦଉଡ଼ି (୧)
ଯିବ ଜଗା ରଥେ ଚଢି (୧)
ଭକତ ନେବେ ଲୋ ଭିଡି……
ନିଗମାନନ୍ଦ ନାୟକ
ବେଲପାଳ, ମୟୂରଭଞ୍ଜ
” ତୁମ କଥା ମନେ ପଡିଗଲେ
ଆଜି କୌଣସି ଗୋଲାପ ଫୁଲର ବାସ୍ନା
ମୋ ହୃଦୟକୁ ସୁରଭିତ କରିଦିଏନି …..
ମୋ ଓଠରେ ବିନା କାରଣରେ
ଆଉ ସେ ଶୁଖିଲା ହସ ଫୁଟି ଉଠେ ନାହିଁ ,,
ମୋ ଆଖି ଦୁଇଟି ଆଉ ସେ ପୁରୁଣା ସ୍ମୃତି କୁ ଭାଳି
ଲାଜେଇ ଯାନ୍ତି ନାହିଁ ….
ଆଉ ହଁ , ତୁମ କଥା ମନେପଡିଗଲେ
ମୋ ସ୍ପନ୍ଦନ ର ଧକ୍ ଧାକ୍ ବେଗ ବି ଆଉ
ବଢ଼ି ଯାଏ ନାହିଁ …..
ତୁମ କଥା ମନେ ପଡ଼ିଗଲେ ଆଉ ବେଶୀ କିଛି
ଅନୁଭବ ବି ହୁଏ ନାହିଁ ,,,
ସତରେ ସବୁକିଛି ଯେମିତି ଏକଦମ୍
ଏକାକାର ଭାବରେ ସ୍ତିର ହୋଇ ଯାଇଛି ,,
ଦିନେ ସମୟର ସୁଅରେ ଭାସିଯାଇ ଥିଲ
ଓ ଆଜି ତା’ର ଆଘାତ ଓ ଯନ୍ତ୍ରଣା ରେ
ସତେ ଯେମିତି ମୋ ଜୀବନର ମୋଡ଼
ବଦଳି ଯାଇଛି ।।
ବେଳେ
ଭୋର ହୋଇଗଲାଣି
କିନ୍ତୁ…
କେବଳ ଆମର ସ୍ୱପ୍ନ
ଏହା ଭୋର ହେଉନାହିଁ
ଆମର ସ୍ୱପ୍ନ
ରାତିରେ ଅଚେତ ହୋଇଯାଉଛନ୍ତି
ସକାଳ ସମୟରେ
ଶୋଇବା ଏକ ନିଦ୍ରା ନେଇଥାଏ
କ’ଣ କରିବେ?
ଜୀବନ!
କେବଳ ଏକ ସ୍ୱପ୍ନ
ବଞ୍ଚି ଯାଆନ୍ତୁ ଏବଂ ଦେଖନ୍ତୁ
କେବଳ ଆମ ପାଇଁ
ଇଚ୍ଛା କ’ଣ?
ତେବେ…
ଆମର ସ୍ୱପ୍ନ
ରକେଟ୍ ରେ ଉଡ଼ିଲେ ମଧ୍ୟ
କିମ୍ବା
ଏପରିକି ହେଲିକପ୍ଟରରେ ଉଡ଼ାଣ ଭରିଲେ ମଧ୍ୟ
ଆମେ ଏବେ ବି ରହିଛୁ
ବାଇକ୍ ରେ ଯାତ୍ରା କରୁଛନ୍ତି
ଗୋରୁ ଙ୍କ ପରି
କେବଳ ଦୁଇଟି ଗୋଡ଼ ରେ ନୁହେଁ
ବେଳେବେଳେ
ହାତ ଦ୍ଵାରା
ଆମେ ଚାଲି ଚାଲି ଯାଉଛୁ
ଆମର ଦାରିଦ୍ର୍ୟ ଜୀବନ…ସମ୍ପାଦନା
ସାପ୍ତାହିକ + ମାସିକ + ଦରମା ପାଇଁ ଅପେକ୍ଷା କରିଛନ୍ତି
ଦୈନିକ ଚାଲିଛି
କେବଳ ସ୍ୱପ୍ନରେ
ହସିବା ଓ ହସିବା
ସ୍ମୃତିର ବାସ୍ତବତା ରେ
ସେମାନେ ପ୍ରତିଦିନ କାନ୍ଦୁଛନ୍ତି…
+ ଓଟେରି ସେଲଭା କୁମାର
ସବୁକିଛି ଚୟନ କରାଯାଇଛି
ବୁଝିବା ପାଇଁ
ଜରୁରୀ ନୁହେଁ
କେବଳ ଏତିକି ବୁଝାପଡ଼ୁଛି
ଜାଣନ୍ତୁ ଜିନିଷ
ଜରୁରୀ ନୁହେଁ
ଏଠାରେ ବୁଝିବା ଏବଂ ଜାଣିବା ପାଇଁ
ବହୁତ କିଛି ଅଛି
କିନ୍ତୁ…
କେତେକ
କିଛି ଆମେ ବୁଝିପାରୁନାହୁଁ
ଆମେ ଜାଣି ପାରିଲୁ ନାହିଁ
ଜୀବନ ସେମିତି ହିଁ ହୋଇଥାଏ।
ସତ ଯାହା ରହୁଛି
+ ଓଟେରି ସେଲଭା କୁମାର
ପ୍ରକୃତି ରାଣୀ ସଜେଇ ହେଲାଣି
ଶରତ ର ଏଇ ଛୁଆଁ ରେ
କି ସୁନ୍ଦର ବାସ ମହୀ ର ସୁବାସ
ଦୁର୍ଗା ଙ୍କର ଆଗମନ ରେ ।
ଧରଣୀ ରେ ମା’ ଆସିବା ଆଗରୁ
କାଶତଣ୍ଡୀ ମର୍ତ୍ତ୍ୟେ ଫୁଟି
ନାଚେ ଆଜି ସେ ପବନ ତାଳରେ
ମାଟିରେ ଯାଉଛି ଲୋଟି।
କୁମୁଦ କୋମଳ ଦିଶଇ ସୁଢଳ
ବଢାଏ ପୁଷ୍କରିଣୀ ଶୋଭା
କୋକିଳ ଗାଏ ମଧୁର ତାନରେ
ଦଶଭୂଜା ହୋଇବେ ଉଭା।
ପିନ୍ଧି ଶ୍ୱେତ ଶାଢ଼ୀ ଗଙ୍ଗଶିଉଳି
ମହକରେ ଦିଏ ଭରି
ପ୍ରାତଃ ର ସେଇ ଶିଶିର ଛୁଆଁ ରେ
ମନ ମୋର ଯାଏ ପୁରି।
ମହୀ ମଣ୍ଡଳ କରୁଛି ସିଙ୍ଗାର
ପବନ ବହେ ସାଇଁ ସାଇଁ
ଅସ୍ତ୍ର ହାତେ ଧରି ବିରାଜିବେ ମା’
ପାପି ଙ୍କ ସଂହାର ପାଇଁ।
ସହ-ସମ୍ପାଦିକା
ପୁଷ୍ପଲତା ଦିଗାର
ବାରିପଦା, ମୟୂରଭଞ୍ଜ
ମୁଁ କିଏ
ମୁଁ ମୋ ଶରୀର ସହିତ ନାହିଁ
ମୁଁ ଏହି ପ୍ରଶ୍ନ ବିଷୟରେ ପଚାରୁଛି
ମୋ ବାପା ଏବଂ ମା’ ଝଗଡ଼ା କରି ଆସନ୍ତି
ମୁଁ କିଏ
ମୁଁ ମନରେ ପଚାରୁନାହିଁ
ମୁଁ ଏହି ପ୍ରଶ୍ନ ବିଷୟରେ ପଚାରୁଛି
ପରମେଶ୍ୱର ଶୟତାନ ସହିତ ଯୁଦ୍ଧ କରି ଆସନ୍ତି
ମୁଁ କିଏ
ମୁଁ ନିଜ ସହ ପଚାରିବି ନାହିଁ
ମୁଁ ଏହି ପ୍ରଶ୍ନ ବିଷୟରେ ପଚାରୁଛି
ମୋ ଶରୀର ଓ ଆତ୍ମା ଏବଂ
ପ୍ରତି ମିନିଟ୍ ସହିତ ଯୁଦ୍ଧ ଆସୁଛି
ମୁଁ କିଏ?
ମୋ ପାଇଁ ପ୍ରଶ୍ନ ହେଉଛି
ଏହା କିପରି ଅଟେ?
ମୁଁ ଏକମାତ୍ର
ଏହା ହେଉଛି ମୋର ସରଳ ଉତ୍ତର
ବର୍ତ୍ତମାନ ମୋ ବିଷୟରେ
– ଓଟେରି ସେଲଭା କୁମାର
ସେହି ପୋଷାକ ଦୋକାନରେ
ବିଦ୍ୟମାନ ଖେଳନା
ଏହା ସୁନ୍ଦର ଅଟେ
ଯଦିଓ
ଏହାକୁ ପୋଷାକ ପିନ୍ଧନ୍ତୁ
ଜଣେ ପ୍ରକୃତ ମଣିଷ ପରି ଦେଖାଯାଉଛି
ତେବେ କଣ?
ଏହା କେବଳ ଏକ ଖେଳନା
ଦୋକାନଟି ସୁନ୍ଦର…
ଖେଳନା ହସର ଅର୍ଥ ଏହା ହିଁ
ଭିତରକୁ ଆସ, ଦେଖନ୍ତୁ
ଏବଂ ନିଜକୁ ଉପଭୋଗ କରନ୍ତୁ!
ଦୟାକରି ଆପଣଙ୍କୁ ନିମନ୍ତ୍ରଣ କରନ୍ତୁ…
ହେଲେ କ’ଣ?
ମନୁଷ୍ୟମାନଙ୍କ ଠାରୁ ସେହି ଖେଳନାର ହସ
ଏହା ବହୁତ ସୁନ୍ଦର ….
+ ଓଟେରି ସେଲଭା କୁମାର
ମୋ ପ୍ରିୟା ଗାଁରେ ସକାଳ ହେଲେ, ଆମ ଗାଁରେ ବାସନା ଆସେ, ପ୍ରିୟା ଗାଁରେ ସଂଜ ନଇଁଲେ, ଆମ ଗାଁରେ ଚନ୍ଦ୍ରମା ହସେ ।। ପ୍ରିୟା ଗାଁରେ ବରଷା ହେଲେ, ଆମ ଗାଁ ରେ ବିଜୁଳି ମାରେ, ପ୍ରିୟା ଗାଁ ରେ ଶରତ କାଳେ, ଆମ ଗାଁ ରେ ବଉଦ ଖେଳେ ।। ପ୍ରିୟା ଗାଁରେ ଗ୍ରୀଷ୍ମ କାଳରେ, ଝାଞ୍ଜି ପବନ ଆମ ଗାଁରେ, ହିମ କାକର ଶୀତ ଦିନରେ, ସୁନେଲୀ ଖରା ବିଛାଇ ପଡେ ।। ତାହାରି ଗାଆଁ.... ଆମରି ଗାଆଁ... ଦୂରତା ନୁହଇଁ ବେଶି, ବୋହୂ ହୋଇ ସେ ଆସିବ କେବେ, ମୁଁ ଚାହିଛି ତାକୁ ବସି ।। ମୁଣ୍ଡରେ ସିଏ ଓଢୋଣା ଟାଣି ଏରୁଣ୍ଡି ଡେଇଁବ ହସି, ସାରା ଜୀବନ ରହିବ ସାଥେ, ଯିବନି ହାତରୁ ଖସି ।। ଚିତ୍ରା ରାଣୀ ପାତ୍ର ବାଲେଶ୍ଵର
ଯଦି ତୁମେ କେବେ ପଢ଼ିପାରିଥାନ୍ତ , ମୋ ହୃଦୟର ପରିଭାଷା କୁ ,,,,, ତେବେ ଦରକାର୍ ପଡ଼ିନଥାନ୍ତା , ମତେ ଆଜି ସଫିଏତ୍ କାଗଜ ଆଉ କଲମରେ କାଳୀ ,,,,, କି ମୋ ମନର ଶବ୍ଦ ଗୁଡ଼ିକ ଏଣେତେଣେ ପଡିନଥାନ୍ତେ ଡାଏରୀ ରେ କବିତାର ରୂପ ନେଇ .....
ତୁମେ ଜାଣିଛ ? ମୁଁ ମୋ କବିତାରେ ସବୁବେଳେ ପ୍ରୟାସ କରେ , ତୁମକୁ ମୋ ପ୍ରେମର ନାମ ଦେଇ ବର୍ଣ୍ଣନା କରିବା ପାଇଁ ,,,,, କେତେବେଳେ ଆକାଶରେ ଉଁଇଥିବା ପୂର୍ଣ୍ଣମୀର ଚାନ୍ଦ କହି , ତ ଆଉ କେତେବେଳେ ଆକାଶରୁ ବର୍ଷିି ଯାଉଥିବା ବର୍ଷା ବିନ୍ଦୁର ରୂପ ଦେଇ ..... ମୁଁ ଲେଖିଥିବା କବିତାର ପ୍ରତ୍ୟେକ ଧାଡିକୁ ଛୁଁ ଥାଅ ତୁମେ ଶୀତଳ ପବନ ଟିଏ ହୋଇ ,,,,, ତଥାପି ତୁମେ କେବେ ବୁଝିପାରନି ମୋ ଭଲପାଇବାକୁ , ମୋ ମନର ଭାଷାକୁ ଆଉ ହୃଦୟର ବେଦନାକୁ ,,,, ମୁଁ ଜାଣେ ତୁମେ ପଢ଼ୁପଢ଼ୁ ଦିନେ ମତେ ନିଶ୍ଚିତ ବୁଝିବ ,,, ମନେଅଛି ମୋର ସେ ଦିନ କହିଥିଲ ପରା ହୋଇପାରେ କଷ୍ଟକର ବୁଝିବା ତୋ ଓଠର ଭାଷା ,, ହେଲେ ତା ଠାରୁ ଖୁବ ସହଜ ବୁଝିବା ତୋର ଏ ହାତ ଲେଖା କବିତା ".... 🙏ହରେ କୃଷ୍ଣ ରାଧେ ରାଧେ 🙏 ଚିନ୍ମୟୀ ସୁବୁଦ୍ଧି
ବୁଦ୍ଧଙ୍କ ହସରେ
ଏହା ପାଇଗଲି
ଗୋଟିଏ ଥିଲା ପ୍ରବଳ ନୀରବତା
ଦୁଇ
ଏହା ହେଉଛି ପୃଥିବୀ
ସନ୍ନ୍ୟାସୀ ଅବସ୍ଥା[ସମ୍ପାଦନା]
ଏହା ବ୍ୟତୀତ
ଆଉ କିଛି ନାହିଁ?
ତ୍ୟାଗ ଭାବରେ ଜୀବନ
ବୁଦ୍ଧ କହିଲେ ଯେ ଆମକୁ ବଞ୍ଚିବା ଏବଂ ଦେଖିବା ଉଚିତ୍
ଅନେକ ଲୋକ ଏଠାରେ ରହୁଛନ୍ତି।
ଏହା ହେଉଛି ତ୍ୟାଗ
କାରଣ କିଛି ଲୋକଙ୍କର ଅର୍ଥ ଥାଏ
ତ୍ୟାଗ ଏକ ବରଦାନ
କେତେକଙ୍କ ପାଖରେ କୌଣସି ପଦାର୍ଥ ନ ଥିବାରୁ ସେମାନେ ପୁନର୍ଜୀବିତ ହୁଅନ୍ତି
ହେଲେ କ’ଣ?
ପ୍ରବଳ ନୀରବତା ଭିତରେ ଦୌଡୁଛି
ଏହି ଖରାପ ସମୟ?
ବୁଦ୍ଧଙ୍କ ବିନା ହସ
କ’ଣ?
+ ଓଟେରି ସେଲଭା କୁମାର
ସବୁ ନଦୀ ସାଗରରେ ମିସେନି
ସବୁ ରାତିରେ ପୁନେଇ ର ଜହ୍ନ ବି ଉଁଏନି ,,
ସବୁ ଫୁଳରୁ ମହକ ଝରେନି
ସବୁ ଋତୁରେ ଯେ ବସନ୍ତ ବି ଆସେନି ,,
ସବୁ ସ୍ଵପ୍ନ କେବେ ସତ ବି ହୁଏନି
ସବୁ ଇଚ୍ଛା କେବେ ପୁରଣ ହୁଏନି ,,
ସବୁବେଳେ ଆମେ ଚାହୁଁଥିବା ମଣିଷ ଟା ବି
ବେଳେବେଳେ ନିଜର ହୁଏନି
ସବୁ ଭଲ ପାଇବା ବି ମଥାର ସିନ୍ଦୂର ହୁଏନି ।
ହରେ କୃଷ୍ଣ ରାଧେ ରାଧେ 🙏
ଚିନ୍ମୟୀ ସୁବୁଦ୍ଧି
ଧନରେ, ମୋତେ ନେଇଯା ପୁରୀ,
ଦେଖନ୍ତି କାଳିଆ ରୂପ ମାଧୁରୀ,
ନୀଳାଚଳ ନାଥ, ଶ୍ରୀକ୍ଷେତ୍ର ସାଆନ୍ତ
ସତେକି ଡାକୁଛି ତା ଆଖି ଠାରି।0
ମହୋଦଧି କୂଳେ, ଶିରୀ ମନ୍ଦିରରେ
ବସିଛି କାଳିଆ ସୁନା,
ନୀଳଚକ୍ରେ ନିତି,ଉଡାଉଛି ତାର
ପତିତପାବନ ଵାନା,
ଦେଖି ଦେଲେ ଥରେ,ପେଟ ପୁରି ଯାନ୍ତା
କେତେ ବେଳେ କାଳେ ଯିଵି ମୁଁ ମରି।1
ରତନ ବେଦୀରେ ,ଭାଇ ଭଗ୍ନୀ ସାଥେ
ଅପଲକ ନୟନରେ,
ଭକତଙ୍କୁ ଚାହିଁ,ହସି ଦେଉ ଥିଲେ
ନାଲି ଓଠୁ ମଧୁ ଝରେ,
ତା ବେନି ନୟନ,ଚନ୍ଦ୍ର ସୂର୍ଯ୍ୟ ସମ
ଆକର୍ଷିତ କରେ ତା ଡୋରି ଧରି।2
ପାଦ ପାଣି ନାହିଁ,ସବୁ କରେ ସେହି
ଏକ ଠାଵେ ବସି ରହି,
ସବୁ ଦେବ ଦେଵୀ, ଦର୍ଶନ କରନ୍ତି
ନୀଳାଚଳ ଧାମ ଯାଇ,
ସେଇ ଦାରୁବ୍ରହ୍ମ, ସ୍ଵୟଂ ନାରାୟଣ
କିଏ ହେବ ଆଉ ତା ସଙ୍ଗେ ସରି ।3
ଧନରେ, ମୋତେ ନେଇଯା ପୁରୀ,
ଦେଖନ୍ତି କାଳିଆ ରୂପ ମାଧୁରୀ,
ନୀଳାଚଳ ନାଥ, ଶ୍ରୀକ୍ଷେତ୍ର ସାଆନ୍ତ
ସତେକି ଡାକୁଛି ତା ଆଖି ଠାରି।0
ଅଶୋକ କୁମାର ପତି, ଦହିଗାଁ,
ଵୟାଳିଶ୍ ମୈ।ଜା, କଟକ।।
ମୁକୁନ୍ଦ ମୁରାରୀ.. ସୁଦର୍ଶନ ଧାରୀ…
ବକା, ଶକଟା ସଂହାରୀ…
ଦାନଵ ଦଳନ… ସନ୍ଥ ଙ୍କୁ ପାଳନ…
ନାମ ବହି ଦଇତାରୀ…!!
ସୁଦାମା ମଇତ୍ର… ପୂଜନ ସର୍ବତ୍ର…
ରାଧାକୃଷ୍ଣ ଘନଶ୍ୟାମ…
ରାଧିକା ମୋହନ.. ହେ ବିଶ୍ଵ ବନ୍ଦନ…
ତୁମେ ହରି, କୃଷ୍ଣ, ରାମ…!!
ଆହେ ପୀତବାସ… ହର ମମ କ୍ଳେଶ…
ସହାୟ ହେ ବଂଶୀଧାରୀ…
ଯଶୋଦା ର ବଳା… ପ୍ରଭୁ ନନ୍ଦ ଲଲା..
କର ଭବୁ ମୋତେ ପାରି…!!
ଭକ୍ତି ନିବେଦନ… କମଳ ନୟନ…
ଗିରି ଗୋବର୍ଦ୍ଧନଧାରୀ…
ହେ ଛନ୍ଦା ଚରଣ…ଗାଉଛି ଜଣାଣ..
ମୋହ ମାୟା ରୁ ଉଦ୍ଧାରି..!!
ମଧୁବନ ସ୍ୱାମୀ… ଆହେ ଅନ୍ତର୍ଯ୍ୟାମୀ…
ରାଧିକା ପ୍ରାଣ ବଲ୍ଲଭ…
ହେ ମନ ମୋହନ… ଦିଅ ଦିବ୍ୟ ଜ୍ଞାନ…
ତୁମର ନାମ ରେ ଶୁଭ…!!
ହେ ଲବଣି ଚୋର… ଶୁଣ ମୋର ଗିର…
ଉଦ୍ଧାର ମାୟା ସଂସାରୁ…
ଚିକଣ କାଳିଆ… ତୁ ବଡ଼ ଛଳିଆ…
ଛଳ କାହିଁ ପାଇଁ କରୁ…!!
ହେ ରଙ୍ଗ ଅଧର… ଗୋପୀ ଚିତ୍ତ ଚୋର…
ମୋହନ ବଇଁଶୀଧାରୀ…!!
କରଇ ନମନ…. ଦିଅ ଦିବ୍ୟ ଜ୍ଞାନ…
ଶଙ୍ଖ, ଚକ୍ର, ପଦ୍ମ ଧାରୀ…!!
© ® ଡ଼ଃ. ନିର୍ମଳ ନାୟକ, ନାଗପୁର
ଭେଦ ଭାବ ନାହିଁ ପୁରୀ ବଡ ଦାଣ୍ଡେ
ଚାରି ଧାମ ଠାରୁ ଶ୍ରେଷ୍ଠ
ପତିତ ପାବନ କେତନ ତଳରେ
ନିଜେ ନିଜ ପାଇଁ ଜ୍ୟେଷ୍ଠ ।
ଯେମିତି ଭାବନା ଯେମିତି କଳ୍ପନା
ଭକ୍ତ ପାଇଥାନ୍ତି ଫଳ
ଏକ ପରଂବ୍ରହ୍ମ ସବୁରି ଅନ୍ତରେ
ଏକା ସେହି ଆଦିମୂଳ ।
ଉତ୍କଳ ପ୍ରଦେଶ ଖ୍ୟାତି ବହିଅଛି
ଜଗତ ନାଥଙ୍କୁ ଧରି
ନିତ୍ୟ ସାମବେଦ ଉଚାରନ୍ତି ଏଠି
ଦେବା ଦେବୀ ଛନ୍ତି ପୂରି ।
ବାର ମାସେ ତେର ପରବ ପାଳନ
ଦିନ ବିତେ ଆନନ୍ଦରେ
ଅମୃତରୁ ବଳି ଶ୍ରୀ ମହାପ୍ରସାଦ
ଭିଡ ଆନନ୍ଦ ବଜାରେ ।
ତୁମେ ଥାଅ ପ୍ରଭୁ ତୁମରି ଇଚ୍ଛାରେ
ଭକ୍ତ ମନ ରଖି ଖୁସି
ଆହାକି ସୁନ୍ଦର ତୁମ ରଥ ଯାତ
ଦେଖନ୍ତି ଜଗତ ବାସୀ ।
ବିଜୟ କୁମାର ଜେନା
ଅବସର ପ୍ରାପ୍ତ ପ୍ରାଧ୍ୟାପକ
ଶାମୁକା ସାହି,ରଣପୁର,ନୟାଗଡ଼
“ତା ‘ ନିରବତା ଓ ତା ‘ ଓଠର ଶୁଖିଲା ହସକୁ ବି ମୁଁ ବିନା ଦ୍ବନ୍ଦରେ ବୁଝିଯାଏ …
ହେଲେ ସେ ମୋର ଅନରଗଳ କଥାକୁ ବି କେବେ ବୁଝିପାରେନା କି ଜାଣିବାକୁ ବି ଚେଷ୍ଟା କରେନା …
ତା ‘ ଜୀବନର ସମସ୍ତ ଦୁଃଖ ଓ ଯନ୍ତ୍ରଣା ଏବଂ ତା’ର ତମାମ ତିକ୍ତତାକୁ ମୁଁ ମୋର ବୋଲିକା ଭାବେ …
ହେଲେ ସେ କେବେ ମୋର ଦୁଃଖକୁ ଆପଣେଇ ନିଏନା କି ସେଥିରେ ଭାଗ ବି ବସାଏନା …
କିଛି ଦେଇ ତା ‘ ପ୍ରତିବଦଳରେ ପାଇବାର ଆଶାକୁ ତ ବ୍ୟାପାର କୁହାଯାଏ …
ମୁଁ ତ ନିସ୍ଵାର୍ଥରପର ପ୍ରେମିକାଟିଏ ବ୍ୟାପାର କରିବାକୁ ଚାହେଁନା …
ସେଥି ପାଇଁ ତ ତା’ ଭୁଲିଯିବା ପଛରେ ଗୋଟିଏ କାରଣ ,,,
ଆଉ ମୋର ମାନେ ରଖିବା ପାଇଁ ହଜାରେ ବାହାନା …
ମୁଁ ତ କେବଳ ନିସ୍ଵାର୍ଥପର ପ୍ରେମ କରିଥିଲି , କିନ୍ତୁ ସେ ତ ସ୍ୱାର୍ଥପର ଥିଲା ,, ପ୍ରେମର ମାନେ ବୁଝିବି କେମିତି ?
ହରେ କୃଷ୍ଣ , ରାଧେ ରାଧେ 🙏
ନାମ – ଚିନ୍ମୟୀ ସୁବୁଦ୍ଧି