ନୀଳଚକ୍ରେ ଦେଖ ନେତ ଉଡୁଅଛି
ପବନରେ ଫର ଫର
କାଳିଆର ଡୋର ଯା ଠାରେ ଲାଗିଛି
ଆହା କେଡେ ଭାଗ୍ୟ ତାର।ସେ ବାନା ହେଉଛି ପତିତପାବନ
ମାନବିକ ସ୍ଵର ତୋଳି
କାଳିଆ ଠାକୁର ଡାକନ୍ତି ସଭିଙ୍କୁ
ଭକ୍ତିରେ ହୋଇ ଗୋଳି।ସେ ଡାକ ତ ନୁହେଁ ଆଜିକାଲିକାର
ଯୁଗ ଯୁଗାନ୍ତର ପାଇଁ
ଜାତି ଧର୍ମ ବର୍ଣ୍ଣ ନ ଥାଏ ଫରକ
ଶୁଦ୍ଧ ମନଟିଏ ଦେଇ।ସଂସାର ଜଞ୍ଜାଳ ଭୁଲି ହୋଇଯାଏ
ଶ୍ରୀମନ୍ଦିର ଚଉହଦ
ତା ପ୍ରାଚୀର ବେଢ଼ା ପରିକ୍ରମା ପରେ
ମନ ଆପେ ହୁଏ ବୋଧ।ସେହି ପ୍ରଭୁ ମୋର ମୁକତି ପସରା
ସାଥି ଜନମ ମରଣ
କାଳିଆ ସାଆନ୍ତ ସବୁ ଦେଖୁ ଥାଅ
ନେଲି ତୋ ଠାରେ ଶରଣ।
ବିଜୟ କୁମାର ଜେନା
ଲମ୍ବା ଘନ କେଶ ଅଧରରେ ହସ
ନୟନେ କରିଲ ବଶ ,
ଆଙ୍କେ ଯେବେ ତୁମ ଛବି ହୃଦୟରେ
ଲାଘବ ହୁଏ ମୋ କ୍ଳେଶ |ମୁଖେ ମଧୁ ବାଣୀ ଶୁଣି ହୁଏ ଗୁଣି
ଇଚ୍ଛା ହୁଏ ବାରମ୍ବାର ,
ଗାଲେ ଦୁଇ ଖାଲ ଲାଗେ ଭାରି ଭଲ
ବଢାଏ ଶୋଭା ତୁମର |ରୂପ ଲାବଣ୍ୟରେ ଲାଜ ଅଳଙ୍କାରେ
ନିଜକୁ ସଜାଅ ଯେବେ,
ସ୍ୱର୍ଗର ଅପ୍ସରୀ ଇର୍ଷାକୁ ଆବୋରି
ପ୍ରକଟନ୍ତି ଅବିଳମ୍ବେ |By- ଡ଼. ମୃତ୍ୟୁଞ୍ଜୟ ସାହୁ
ପ୍ରତିଷ୍ଠାତା :- କବିତା ମିନାର ସାହିତ୍ୟ ଘର
ବଡମ୍ବା, କଟକ
ଫେରିଆସ ଥରେ ମୋ ପାଖକୁ ତୁମେ
ଆଜି ବି ଝୁରେ ମୋ ମନ ,
ତୁମ ସ୍ମୃତି ସବୁ ସାଇତି ରଖିଛି
ମନେପଡେ ପିଲାଦିନ ।।୧
ବୟସ ତମେ ଯେ ଏମିତି ଧାରା ଟେ
ବହି ଚାଲିଗଲ ଜଲଦି ,
ଧୂଳିବାଲି ଘର ସାଙ୍ଗସାଥୀ ମେଳ
ଯାଇଛି ତା ସାଥେ ଚାଲି ।।୨
ତମେ ଆସିଗଲେ ଫେରି ଆସିବ ମୋ
ପିଲାଦିନ ଆଉଥରେ ,
ଏ ଡାଳୁ ସେ ଡାଳ ଡେଇଁ ବୁଲିବି ମୁଁ
ବିହଙ୍ଗ ମୁକ୍ତ ଆକାଶରେ ।।୩
ଗାଁ ଦାଣ୍ଡେ ନାଚି କୁଦି ବୁଲିବି
କୁମାର ପୂର୍ଣ୍ଣମୀ ରାତି ,
ରଜ ଦୋଳି ଖେଳି ମାଆ ପଣତରେ
ଘ୍ରମ ମୋର ପୋଛୁଥିବି।।୪
ହେ ସମୟ ତମେ ଫେରିଆସ , ହେଉ
ପ୍ରତୀକ୍ଷାର ଅବସାନ,
ଧାଇଁ ଧାଇଁ ଆଜି ଥକି ମୁଁ ଗଲାଣି
ମନ ହେଲାଣି ବିଷର୍ଣ୍ଣ ।।୫
ସସ୍ମିତା ଷଡ଼ଙ୍ଗୀ ଭୁବନେଶ୍ୱର
କବିଙ୍କୁ ସମ୍ମାନ ଜଣେଇବା ପେଇଁ
ଜମୁଛି କବିତା ଆସର ।
ମାନପତ୍ର ବଫେ ପରଷା ଦେଖିଣ
ଥୋକାଏ ଫୁସୁରୁ ଫାସର ।।
ପ୍ରତିଭା ନଥାଇ ପ୍ରତିଭା ସମ୍ମାନ
ଅଚାନକ ମିଳି ଯାଉଚି ।
ଅଣ୍ଟିଧନ ସାରି କିଏବା କାହାକୁ
ମାଗଣାରେ ଯାଚି ଦଉଚି ??
ତୁମରି ଗୁଆକୁ ତୁମମୁଣ୍ଡେ ଛୁଇଁ
ନନା କରୁସେଁନ୍ତି କଲ୍ୟାଣ ।
ମୋଟା ଅଙ୍କେ ପୁଣି ଦକ୍ଷିଣା ପାଇକି
ଆଶିଷ କରନ୍ତି ଚାଲାଣ ।।
ସେଇମିତି ଏବେ ସାହିତ୍ୟ ପେଇଁକି
ସମାଜେ ଚାଲିଛି ବିଚାର ।
ପର ପଇସାରେ ସଂକୀର୍ତ୍ତନ କରି
କରିବା ସାହିତ୍ୟ ପ୍ରଚାର ।।
ଛତୁ ଫୁଟାପରି ଅନୁଷ୍ଠାନ ଏବେ
ଅମକ ଢମକ ନାଆଁରେ ।
ଡିଆଁ ରୋଗ ପରି ଡେଇଁ ଡେଇଁ ପୁଣି
ପଶିଲାଣି ଆସି ଗାଆଁରେ ।।
ମାଳମାଳ ଏବେ ପ୍ରାୟୋଜକ ବନ୍ଧୁ
କବିଙ୍କୁ ସାନ୍ତ୍ବନା ଦିଅନ୍ତି ।
ଇଆଡୁ ସିଆଡୁ ଟେକାଟେକି କରି
ହାତଗୁଞ୍ଜା କିଛି ନିଅନ୍ତି ।।
ବିକିଳିଆ କବି ଅଣ୍ଟିଧନ ସାରି
ପ୍ରତିଭା ସମ୍ମାନ ପାଉଚି ।
ଜାଣି ଶୁଣି ସିଏ ଶତ୍ରୁ ସଙ୍ଗେ ମିଶି
ସାହିତ୍ୟକୁ ପୋଡି ଖାଉଚି ।।
ମାନପତ୍ର ବଫେ ଲୋଡାନାହିଁ ଭାଇ
ବାହାଘର ଭୋଜି ପରିକା ।
ସାହିତ୍ୟର ତଣ୍ଟି କାଟିବା ପେଇଁକି
ନୁହଁଇକି ଅଣ୍ଟି ଛୁରୀକା ।।
ଏହି ପରମ୍ପରା କୋଉଠୁ ଆଇଲା
ସାହିତ୍ୟ ଉନ୍ନତି ନୋହିଲା ।
ସମଝଦାରଙ୍କୁ ଇସାରା ମୁଁ ଦେଲି
କହିଲେ କହିବ କହିଲା ।।
BY – ମଧୁସୂଦନ ମିଶ୍ର ,କେନ୍ଦୁଝର
କେତେଭାବକେତେ ଭାବନାଲହରି
ମନତଳେ ତୋଳେ ଚିତ୍ର ମଧୁର
ମୁଗ୍ଧ ଆବେଗରେ ଲହରିତ ଛନ୍ଦେ
ହୃଦ ତୀରେ ଝରେ କବିତା ସୁର
ମଧୁ ମାଦକତା ଏମନେ ଜାଗେ
ପଜ୍ଞାମୟୀର ସେ ପୁଣ୍ୟ ପଣତରୁ
ନିବିଡ଼ ହୃଦୟ ମମତା ମାଗେ ।।
ପ୍ରଜ୍ଞା ଚେତନାର ପାରିଜାତ କୁଞ୍ଜେ
ମଞ୍ଜୁଳ ସ୍ଵପ୍ନରେ ଦେଖାଏ ଆଶା
ସୁଷମା ଲଳିତ ଚାରୁ ରୂପକଳ୍ପ
ମାଧୁର୍ଯ୍ୟ ବୋଳାସେ ମଧୁର ଭାଷା
ଭାବ ଉନ୍ମାଦର ମୂର୍ଛନା ତୋଳେ
ଭାସିଯାଏ ମନ ଭାବନା ସ୍ରୋତରେ
ଶବ୍ଦ ବର୍ଣ୍ଣାଳୀର ତରଙ୍ଗ ମାଳେ ।।
ଅନୁଭବର ଏ ସୁଧା ସମ୍ମୋହନେ
ପୁରିଉଠେ ଆଜି ହୃଦ ସରସୀ
ସପନଭରା ଏ କଳ୍ପନା ନୟନେ
ଜ୍ଞାନ ସୁଧା ମଧୁ ଦିଏ ପରଶି
ଭାବ ଲହରିରେ ଯାଉଛି ଭାସି
ଅଭାବ ବୋଧରେ ଅମାନିଆ ମନ
ଲେଖୁଛି ଅଳପ ଭାବୁଛି ବେଶି ।।
ହୃଦୟ ତନ୍ତ୍ରୀର ପ୍ରତି ସ୍ପନ୍ଦନରେ
ନବ ଉନ୍ମେଷର ଭାବ ହିଁ ତୁମେ
ତୁମେ ନିଃଶବ୍ଦର ତନ୍ମୟ ଝଙ୍କାର
ବିଦଗ୍ଧ ମୋର ଏ ଅନ୍ତର ଭୂମେ
ଚିର ଉଦ୍ଭାସିତ କାବ୍ୟ ନାୟିକା
ସାରସ୍ଵତ ତୀରେ ମଗ୍ନ ତପସ୍ୱୀ ମୁଁ
ତୁମେ ମନ ମରୁଦ୍ୟାନ ମଲ୍ଲୀକା ।।
ଆତ୍ମୀୟତା ପଣେ ତୁମେ ଆସପରା
ଭାବ ମଧୁରେ ଏ ଲେଖନୀ ଧାରେ
ଭିଜା ଅନୁରାଗେ ପ୍ରଜ୍ଞାର ପରାଗେ
ମୂର୍ଚ୍ଛନା ତୋଳୁଛ ଅମିୟ ସୁରେ
ଭାବ ବିଭୋରେ ମୁଁ ଧରିଛି ମସୀ
ତୁମ ପ୍ରତୀକ୍ଷାରେ ଦିଗହରା ମନ
ଲେଖୁଛି ଅଳପ ଭାବୁଛି ବେଶି ।।
By – ବେଣୁଧର ସୂତାର
କେଶଦୁରାପାଳ କେନ୍ଦୁଝର
ବରଂ ଦୀର୍ଘ ପ୍ରତୀକ୍ଷାରେ
ହଜିଯାଉ
ଜୀବନର
ସ୍ଥିତି ଆଉ ଗତି ;
ସାତସିଆଁ ପଣତରେ
ବାନ୍ଧିରହୁ
ଆଞ୍ଜୁଳାଏ
ସୁଖ ଓ ସଂପ୍ରୀତି !!
BY – ©® ଦଶରଥ ନାଏକ
ନୂଆ ବର୍ଷ ତୁମ ପ୍ରତୀକ୍ଷା- ଆଉ ନୁହେଁ ବେଶୀ ଦିନ
ବାଇଶି ଛାଡି ଦେଇ ଚାଲି ଯିବା ଦେଖି
ଥୟ ଧରିବନି ଆମ ମନ…ପଦ
କେତେ ଦୁଃଖ ସୁଖ ବାଣ୍ଟି ଦେଲା
ମନେ ଦୁଃଖ ନାହିଁ
ତେଇଶି କୁ ଚାହିଁ
ଚାଲି ଯିବା ପାଇଁ ମନ ଉଚ୍ଛନ..1
ଆମେ ସ୍ୱାଗତ କରିବୁ
ଯିବାବେଳେ ଖୁସି ହେବୁ
ଆଗ ରାତି ବାର ପରେ ଦି ହଜାର ତେଇଶି ଧନ……2
ସେତେବେଳେ ଆମେ ଟଳମଳ
ଶ୍ୱେତ ଆଭା ତାର
ହୋଇ ଜଳ ଜଳ
ପଶି ଆସିବ ଖୁସିରେ ଜାଣ….3
ଧରି ଆସୁଛ ନା ଖୁସି ଶାନ୍ତି
ଆଣ ନା କରୋନା
ଦୁଃଖ ଆଉ ଦେନା
ମଣିଷ ଭଣିବ ଭଲ ଗୁଣ .4
Jyotirbit –
Sj. Jagannath Das
Bhadrak
ହିନ୍ଦୁ ରକ୍ତ ରେ ତୀର୍ଥ କଲେ
ଭାରତ ର ଛାତି ଥରାଇଲେ
ରକ୍ତତୀର୍ଥ ନାମ ଦେଇ
ସହୀଦ ସ୍ମୃତି ପାଳଇ…..
ଭଦ୍ରକ ଜିଲ୍ଲାର ଇରମ
ଅନ୍ୟାୟ ବିରୁଦ୍ଧେ ଗରମ
ଗୋରା ଯୁଧ୍ୟେ ରକ୍ତଦେଲା
ରକ୍ତ ତୀର୍ଥ ବୋଲାଇଲା….
ଇତିହାସ ରେ ରକ୍ତ ତୀର୍ଥ
ଲିପିବଦ୍ଧ ବି ନଥି ପତ୍ର
କେବଳ ମାତ୍ର ଇରମ
ଦ୍ଵନ୍ଦ ରେ ଥିଲା ଗରମ..
ସ୍ୱର୍ଣ୍ଣାକ୍ଷରେ ଏ ଲପିବଦ୍ଧ
ରକ୍ତ ର ଇଏ ପ୍ରତି ବାଦ
ତୀର୍ଥ ର ଇଏ ମହାନ
କର ଜୟ ଜୟ ଗାନ….
ଏ ଲୁଣମରା ଅଭିଯାନ
ମୁଣ୍ଡ କୁ କଲା ନୁକୁଶାନ
ରକ୍ତ ରେ ଖେଳିଲେ ହୋରି
ବ୍ରିଟିଶ ଥିଲା ବଇରୀ…
ବ୍ରିଟିଶ ର ବି ଗୁଣ୍ଡା ଗିରି
ସମ୍ମୁଖରେ ତ ଘିରା ଘିରି
ଏହାଉପ ଯୁକ୍ତ ହେଲା
ଯୁଦ୍ଧ ପାଇଁ ଠିକ ଥିଲା….
Jyotirbit –
Sj. Jagannath Das
Bhadrak
କୃପା ମହିମା ହରି
ଚତୁର୍ଦ୍ଧାମ ବିହାରୀ
ଭିଆଅନା ଆଉ ନବ ହୁନ୍ଦର ହେ
ଦରଶନ ତ ଦିଅ
ବେଳେକେ ନ ଦିଅ
ଗୁଣ ବାହୁନା ର ଚାଲେ ଆସରହେ
ତୁମ୍ଭ ପରି ହଟିଆ
ଅଛି କି ଏ ଦୁନିଆ –
ମଧ୍ୟରେ ଆନ ଜଣେ ସୁନ୍ଦର ହେ.
ତୁମକୁ କରି ଆଶ
ହୋଇନି କେ ନିରାଶ
ମହାପ୍ରଭୁ ତୁହି ଆମ୍ଭର ହେ
ଭାବନା ଆସେ ବୋଲି
ଭାବି କିଛି କହିଲି
ସବୁ ଓଡ଼ିଆ ଙ୍କ ଆଦର ହେ..
Sj. Jagannath Das
Bhadrak
ନମସ୍ତେ କମଳା ଦେବୀ
ଶ୍ରୀହରି ପ୍ରିୟା
ଚରଣେ ଭକତି କରେ କ୍ଷୀରାବ୍ଧିତନୟା
ତାମ ରଶେ ଶ୍ରଦ୍ଧା ପାଉ
ପଦ୍ମାଳୟା ସୁଦର୍ଶନା… ପଦ
କାହାକୁ ଦରିଦ୍ର କରୁ
କାହାକୁ ଦେଉ ଧନ
କିଏ ବି ଡାକେ ତୋତେ
କାହାର ନାହିଁ ମନ
ହେ ମାତା କମଳ ଲୋଚନା…
ପଡି ଦୁଃଖା ତୁରେ
ଡାକୁଛି ମୁଁ ବାରେ
ସାଗର ଦୁଲଣୀ
ପିତାମ୍ବର ରାଣୀ
ଦୟାକର ସୌମ୍ୟ ବର୍ଣ୍ଣା…
Jyotirbit-
Sj. Jagannath Das
Bhadrak
ରାଉତ ଝିଅ ବସି କାନ୍ଦୁଛି
କରମ କୁ ନିନ୍ଦୁଛି —-କାନ୍ଦୁଛି
କରମ କୁ ନିନ୍ଦୁଚି
ଚୁଲି ଫୁଂକି ଫୁଂକି ଆଦୌ ଜଳୁ ନାହିଁ
ବିଧାତା ତ ଦାଉ ସାଧୁଛି……
ତରକାରି ହେଲା ଲୁଣି କି ଅଲଣା
ଯାଣି ନ ପାରଇ ହୁଏ ସିନା ବଣା
ଶାଶୁ ର ବୋଲଣା
ନଣନ୍ଦ ଗଞ୍ଜଣା
ମରମ କୁ କେତେ ବାଧୁଛି…..
ଘର କାମ ଧନ୍ଦା
ଜାଣେ ନାହିଁ କିଛି
ଏକେତ କାଲୁଣି ନ ଶୁଭଇ କିଛି
ଏ କଥା କହିଲେ
ସେ କଥା ବୁଝୁଚି
ଦିନ ଟାରେ ଖାଲି ଡର ମାଡୁଛି…..
Astrologer
Sj. Jagannath Das
Bhadrak
ଦେବଦାସୀ କରି ତୋ ନାଟ ମଣ୍ଡପ ରେ
ନଚାଇଲୁ ନାହିଁ ମୋତେ,
ଜୀବନ ରଙ୍ଗମଞ୍ଚରେ ଏମିତି ନଚଉଚୁ
ଚକିତ ଲାଗୁଛି ଏତେ ।୧
ଗୀତ ଗୋବିନ୍ଦ ତାଳରେ ନାଚିଥାନ୍ତି
ଶୟନ କାଳରେ ତୋର ,
କଳା ଶ୍ରୀମୁଖ କୁ ଶୁଆଇ ଦେଇଥାନ୍ତି
ଛନ୍ଦରେ ଛନ୍ଦରେ ମୋର ।୨
ଜୀବନଟା ସାରା ହୁଏ ହନ୍ତସନ୍ତ
ପାଦ ନ ପଡ଼ଇ ସିଧା ,
ଚାଲିବାକୁ ଆଉ ବଳ ପାଉନାହିଁ
ନାଚିବା ଦୂରର କଥା ।୩
ସସ୍ମିତା ଷଡ଼ଙ୍ଗୀ, ଭୁବନେଶ୍ୱର
ଦିଲ୍ଲୀ ଦାଦନରୁ ଲେଖୁଛି ଚିଟାଉ
ପଢ଼ିବୁ ମାତ ବିରଜା,
ଜୀବନଟା ଯାକ ଦାଦନ କଷଣେ
ହଲି ଗଲାଣି ମୋ ଭୁଜା ।।
ଗାୟକ ରତନ ଲୋକନାଥ କର
ଜଣାଇଲେ ଦୁଃଖ କଥା,
ପ୍ରଭୁ ଗୋପୀନାଥ ଫେଡିଲେ କଷଣ
କୋଇଲି ଠୁଁ ଶୁଣି ବାର୍ତ୍ତା ।।
ଥିଲେ ସିଏ ପିତା ନିଷ୍ଠୁର ଦେବତା
କରଙ୍କୁ ହୋଇଲେ ସାହା,
ତୁହି ମାଆ ବିରଜା ତରଳ ହୃଦୟା
ତୋର କିମ୍ପା ନାହିଁ ଦୟା ।।
ଦାଦନରେ ଖଟି ପଡିଲାଣି କଟି
ଦିଶୁ ନାହିଁ ମୋତେ ରାହା,
ବିଭିନ୍ନ ରୋଗରେ ହେଲିଣି ଆକ୍ରାନ୍ତ
କରଜ ଗିଳୁଛି ବାହା ।।
ଦିଶୁ ନାହିଁ ମୋତେ ଯାଇ ତୋ ଅଗ୍ରତେ
କରିବି ତୋ ପାଦ ପୂଜା,
ଉତ୍କଳ ଭାଷାର ସାରସ୍ୱତ ସେବା
ଲାଗୁଛି ରହିବ ଅଧା ।।
ମାଗି ନାହିଁ ତୋତେ ଜୀବନେ ମୁଁ କିଛି
ତୋ ବାକ୍ୟ ତୁ କଲେ ରକ୍ଷା,
ତୋ ଗୁଣ ଗାରିମା କରିବି ବଖାଣ
ବଞ୍ଚି ଥିଲେ ମାଗି ଭିକ୍ଷା ।।
ପୁର ପଲ୍ଲୀ ମଧ୍ଯୁ ଖୋଜି ଲେଖକଙ୍କୁ
ଲେଖାଇ ତୋର ପତ୍ରିକା,
ଜୀବନ ମୋହର ସାର୍ଥକ ହୋଇବ
ଥିଲେ ତୁହି ସାହା ଏକା ।।
ନୋହିଲେ ହାରିବି ପରାଣ ଦିଲ୍ଲୀରେ
ଧରିବ କୋଳେ ଯମୁନା,
ଗଦାକ୍ଷେତ୍ରେ ବସି ହେଉଥିବୁ ଖୁସି
ବୁଡି ଯିବ ମୋର ନାଆଁ ।।
ଉତ୍କଳ ପ୍ରଦେଶେ ତୋର ଉପଦେଶେ
ଲେଖେ ମୁଁ ତୋର କବିତା,
ତୁହି କଲେ ଦୟା ଫିଟିବ ମୋ କାୟା
କିବିଏ କରିବେ ଚିନ୍ତା ।।
ତୋ ପୁସ୍ତକ ଖଣ୍ଡେ ତୋ ପାଦରେ ଦେଇ
ଦୁନିଆକୁ ଯାଉ ବାର୍ତ୍ତା,
ନୋହିଲେ ପୁସ୍ତକ ବିହୀନ ହୋଇବି
କବିରେ ନ ଥିବ ସତ୍ତା ।।
ଲାଲବାଗ,ଖାନନଗର,ମଙ୍ଗଳପୁର,
ଯାଜପୁର,୯୮୭୩୨୩୬୪୪୧
ପ୍ରୀତି ନୀଳ ନଈ ତୁଠ ପଥରରେ
ତମେ ବସିଥିଲ ଏକା
ସୀମିତ ସ୍ମିତରେ ଅବଗୁଣ୍ଠନରେ
ଓଦା ଥିଲା ଆଖି ପତା ।
ତନୁ ବଲ୍ଲରୀରେ ଲାଗି ରହିଥିଲା
ନଖ ଦାନ୍ତ କ୍ଷତ ଦାଗ
ନିଷ୍ପ୍ରଭ ଲାଗିଲା କନିଷ୍ଠ ମୁଦ୍ରିକା
ନୀଳ ନୀଳ ପଦ୍ମରାଗ ।
କାମନାର ଢେଉ ଚୁମି ଚୁମି ଯାଏ
ରକ୍ତିମ ଅଳତା ପାଦ
ରୁଣୁ ଝୁଣୁ ତମ ନୂପୁରର ଛନ୍ଦ
ନୀରବଇ ନଈଘାଟ ।
ଚେନାଏ ଚୁମାରେ ଚିହ୍ନି ପାରିବ କି
ଚାତକ ବିଚ୍ଛେଦ ଜ୍ୱଳା
ଲୁଚେଇ ରଖିଥା ଲୁଣି ଲୁହ ତକ
ବୁକୁ ତଳେ ଚାରୁ ଶୀଳା ।
ସୀଇଁ ଦିଅ ତମ ସ୍ମୃତିରେ ସ୍ୱପ୍ନକୁ
ସୁଖ ଚିରି ଯିବା ଆଗୁ
ଜଉମୁଦ ଦେଇ ଦୋଦୋଚିହ୍ନା ଦୁଃଖ
ସାଇତି ରଖିବ ସବୁ ।
ଟୋପି ଟୋପି ଲୁହ ପଖାଳ କଂସାରେ
ଦୁଃଖ ପଡୁଥିବ ଖସି
ସହି ପାରିବନି କହି ପାରିବିନି
ପାହି ଯାଉଥିବ ରାତି ।
ସୃଜନ କବି :କାଙ୍ଗାଳୀ ଚରଣ ସେଠୀ
ବର୍ତ୍ତଣ୍ଡା, ସୁକିନ୍ଦା, ଯାଜପୁର
କଥା ଏମିତିକା
କଥାରେ କଥାରେ
ଆଖିରେ ଭରଇ ଲୁହ
କଥାର ଗୂଢ଼ତା
କଥା ହିଁ ତ ବୁଝେ
ହୃଦୟର କେତେ ମୋହ.
କଥା ଭରିଦିଏ
କଥାର ପୂର୍ଣ୍ଣତା
ଜୀବନର ପଥଧାରେ
କଥା ଝରିଯାଏ
କଥାର ପ୍ରବାହେ
ଯନ୍ତ୍ରଣା ଯେଉଁଠି ସରେ.
କଥା ପ୍ରେରଣାର
କଥା ପ୍ରଣୟର
ପ୍ରାଣରେ ସଞ୍ଚାରେ ଖୁସି
କଥା ହଜିଗଲେ
କଥା ସରିଯାଏ
ପ୍ରୀତି ହୋଇଯାଏ ବାସି.
କଥା ପଦକରେ
କଥା ଦେଇଯାଏ
ସାତ ଜନମକୁ କଣ୍ଟ
କଥା ଓଲଟିଲେ
କଥା ହାରିଯାଏ
ନୀରବେ ହୃଦୟ ଘଣ୍ଟ.
କଥା ଢାଳିଦିଏ
କଥାର ପିୟୁଷ
ପ୍ରୀତିଭରା ଆମନ୍ତ୍ରଣ
କଥାର ମୋହରେ
କଥା ହୁଏ ଛନ୍ଦି
ବାସ୍ନାୟିତ ପ୍ରତିକ୍ଷଣ.
କଥା ଏମିତିକା
କଥା କଟାକ୍ଷେ
ଜହର ପଡଇ ଝରି
କଥାର ପଟୁତା
କଥା କଟୁତା
ଜୀବନ ଦିଅଇ ସାରି.
କଥା ବି ତ ଥାଏ
କଥାର ଭାବରେ
ହୃଦୟ ହୁଅଇ ବନ୍ଦୀ
କଥା ହୁଡ଼ିଗଲେ
କଥା ବୁଡ଼ିଯାଏ
ଆତ୍ମା ଡୋର ଯାଏ ଛିଣ୍ଡି.
କଥା ବଢିଗଲେ
କଥା ଛିଡ଼ିଯାଏ
ସମ୍ପର୍କ ହରାଏ ମୂଲ୍ୟ
କଥାକୁ ମାଜିଲେ
କଥା ହୁଏ ମୋଟା
ଜିରା ଲାଗେ ସିରା ତୁଲ୍ୟ.
କଥାର ମାଧୁର୍ଯ୍ୟ
କଥାର ପ୍ରାଚୁର୍ଯ୍ୟ
ଅମର କରଇ ଜନେ
କଥାର ଅମୃତ
କଥା କରେ ପ୍ରୀତ
ସ୍ନେହ ଶ୍ରଦ୍ଧା ପ୍ରତିଦାନେ.
ସୁଜାତା ଦାସ
ବାଲେଶ୍ୱର
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ
ଗୋବିନ୍ଦ ନାମରେ ଅଛି ମକରନ୍ଦ
ଭଜ ସଦା ଭକ୍ତ ବୃନ୍ଦ….(ପଦ)
ସେ ଅନାଦି ଆଦିକଂଦ
ଅଣାକାର ପଦ୍ମନାଭ
ସ୍ମରଣେ ଶୟନେ
ଚିନ୍ତ ତୁ ଗୋବିନ୍ଦ
ପାିଇବୁ ପରମାନଂଦ…..୧
ଅନ୍ତ ନ ଜାଣଇ ବେଦ
ପୁଜୁଛଇଁ ଗୋପୀ ବୃନ୍ଦ
ଗୋପୀ ମନୋହାରୀ
ମୁରା୍ରୀ ମୁକୁନ୍ଦ ରାଧେଗୋବିନ୍ଦ..୨
ହରି ହରି ବୋଲ ତୁହି
ଭବ ସି୍ଂଧୁ ଜଳେ ରହି
ଆନଂଦ ମନରେ ଭଜ
ହରି ଗୋବିନ୍ଦ,ଗୋପ ପ୍ରେମାନଂଦ..
Astrologer-
Sj. Jagannath Das
Bhadrak
ସନ୍ଦେହ ହୋଇଲେ ପ୍ରେମେ
ଶିଥିଳ ହୁଏ ବନ୍ଧନ
ବିବାହ ଯୌନ ଜୀବନେ
ନୀତି କରଇ କ୍ରନ୍ଦନ….
ଘାତକ ହୁଅଇ ନିତ୍ୟେ
ସୃଷ୍ଟି ହେଲେ ସନ୍ଦେହ
ଦାମ୍ପତ୍ୟ ନାଶଇ କୃତ୍ୟେ
ଆଉ ନ ଥାଏ ପ୍ରୀତ୍ତି ମୋହ…
ସ୍ମରଣେ ନ ରହେ ଆଉ
କାହା ମାନ ଅଭିମାନ
କୋର୍ଟ ପର୍ଯ୍ୟନ୍ତ ଯାଏ କଥା
ଏହା ମୋକଦ୍ଦମା ସ୍ଥାନ..
କେତେ କଣ ଘଟି ଚାଲେ
ଯଉବନ କଟିଯାଏ
କଳହ ରେ ବିତି ଚାଲେ
ଜୀବନ କୁ ଧିକ କହେ…
ବୈବାହିକ ଜୀବନ ଟା
ବ୍ୟର୍ଥ ଭଳି ମନେ ହୁଏ
ବିଶ୍ୱାସ ର ଏ ବନ୍ଧନ
ସନ୍ଦେହ ରେ ନଷ୍ଟ ହୁଏ
ଧନ ଜ୍ଞାନ ଯଉବନ
ଜାଣ ଅସାର ଲାଗଇ
ସନ୍ଦେହ ତ୍ୟାଜ ମନରେ
ଜୀବନ ନଷ୍ଟ କରଇ..
Jyotirbit –
Sj. Jagannath Das
Bhadrak
ପ୍ରିୟା ପାିଇଁ
ଚିତ୍ତଚାରିଣୀ ମାନସମୋହିନୀ ବଂଧୁ
ଢାଳବାରେ ପ୍ରିତି ମଧୁ
ଯେଉଁ ମୁଖୁଁ ଦିନେ ପ୍ରିତ୍ତିଭରା ସିନ୍ଧୁ
ଅବି ଶୁଭୁନାହିଁ କଣ୍ଠରଂଧୃ..ପଦ
ଅତିତ କୁ ପାର ତୁମେ
ହାତେ ଆପେ ଠେଲି
ହସ ଲାଗେ ଦୁନିଆର ତୁମେକି
ପାଗିଳୀ
ହ୍ରଦୟାହ୍ଲାଦିନୀ ବଂଧୁ….୧
ନିରୋଳାରେ ସେନେହରେ
ମୁଁ କହିଥିଲି କିସ
ତାହାକି ଗୋ ଗଲ ତୁମେ ଭୁଲି
ମୋ ମନମୁଖି ଗେହ୍ଲୀ
ପ୍ରେମ ପ୍ରତି ରକ୍ତବିଂଦୁ…୨
ତୃଷ୍ନା ଲାଳସା କୁ ଦୁରେ
ଫିଂଗିଦିଅତୁମେ
ସତରେ ପ୍ରେମର ଓଲି
କିଂତୁମନ ତୋ ଶୁଦ୍ଧ ସିଂଧୁ,
ମୋ ପ୍ରକୃତ ପ୍ରଣୟ ବଂଧୁ….୩
Jyotirbit
Sj. Jagannath Das
Bhadrak
ପୁଲକ ଆସଇ
ଏ ସାରା ଶରୀରେ
ମୁଁ ନବ ବାଳୀ
ସଜାଇ ରଖିଲି
ମୋର ଅର୍ଘ୍ୟଥାଳି
ହେ ବନମାଳି….ପଦ
ଆବୋରିଲି ବପୁ କନକ ବସନେ
ଦୋଳାଇଲି ହାର ମୋ ହୃଦ ଭୁବନେ
ଝିନ ବସନ କୁ ଶୁବର୍ନ ରତନ ମୋହିବକି ସତେ ଏ କୁଂଜ ବାଳୀ…
ରୁଣୁ ଝୁଣୁ ରବେ ରାବଇ ଚରଣେ
ଆସିଲେ କି ସେ ହଲାଇ ଜଘନେ
ହେମନୁପୁର ର ଚାଂଦର ହାର
ଝଲସଇ ମନେ କ୍ରୋଧ ହିଂସା ଭାବ କାଳୀମା ଜାଳି…
Astrologer-
Sj. Jagannath Das
Bhadrak
God is life,
God is light
i slept and dreamt
the God is beauty,
Waste not,
Want not
spend,and God will send.
All’s Well that end’s well
because God is almighty.
God is love,
God is every thing
God is truth,
God is in everybody
always God is in you
feels your inter sight.
Love begets love,
Nothing exists except truth.
Everything looks like beautiful just
Everyday has its Night.
you must call him
heartly,
Night and day
you will do your duty
And be happy and gay.
this is the perfection of
your act and duty.
Jyotirbit-
Sj. Jagannath Das
Baghua,Soro,Bhadrak
ପଠାଣି ସାମନ୍ତ ଜୟନ୍ତୀ
ଆନନ୍ଦରେ ଚାଲ ପାଳନ କରିବା
ଓଡିଶାରାଜ୍ୟ ର ସେ ଜ୍ୟୋତି..(ପଦ)
ଯୁଗେ ଯୁଗେ ତାଂକ ଯଶ ଅକ୍ଷୟ
ନୁହଁଇ ଅସ୍ତମିତ
ମୃତ୍ୟୁଶୀଳ ଏ ଜଗତ ଦେଖିଛି
ହୋଇଣ ଆଚମ୍ବିତ
ସେ ପଠାଣୀ ଚନ୍ଦ୍ରଶେଖର ସିଂହ ସାମନ୍ତ
ସାଧନା ତାଂକ ଜ୍ୟୋତିଶ୍ଚକ୍ର ଗତି..୧
ସିଦ୍ଧାନ୍ତ ଦର୍ପଣ ,କରିଲେ ଅର୍ପଣ
ଶ୍ରଦ୍ଧାରେ
ଜୈାତିଷ ଶାସ୍ତ୍ର ର ପରମ ସାଧକ
ବିଦ୍ୟାରେ
ଅଂକ ରେ ସେ ରଂକ
ଜୈାତିଷ ରେ ଝୁଂକ
ରୋଗିଣା ଦୈହିକ ସ୍ଥିତି….୧
ଦିଖଣ୍ଡ ବାଉଁଶ ନଳୀ
ମାପଇ ପାହାଡ ଚୁଳି
ନିରେଖି କହନ୍ତି ସତ ବହୁଦୁ୍ର ରୁ
ଶ୍ରୀଜଗନ୍ନାଥ ଭକତ
ଜ୍ଞାନ ଗୁଣ ବହୁ ଶ୍ରେଷ୍ଠ
ବିଜ୍ଞାନ ବିଜ୍ଞାନୀ ହେ ଜ୍ୟୋତିସ ଗୁରୁ
ଦିନ ଦିିନ ଧରି ଇତିହାସ ତୁମ
କରିପାରୁନଥିବ ଇତି…
Jyotirbit-
Astrologer-
Sj. Jagannath Das
Bhadrak
ଶାନ୍ତି ସୁଧା ନିଶ୍ୟନ୍ଦିନୀ
ବିଶ୍ୱ କ୍ରୀଡା କୌତୁକି
ପ୍ରେମା ନନ୍ଦ ପ୍ରବର୍ଷିଣୀ
ଶିବ ମନ ନର୍ତ୍ତକୀ…ପଦ
ଦୁଷ୍ଟ ଦର୍ପ ବିନାଶିନୀ
ଇଶ ସୁଖ ବିବର୍ଦ୍ଧିନୀ
ତ୍ରିଗୁଣ ତ୍ରିଲୋକ ତ୍ରିରୂପିଣୀ
ମା ଭାଙ୍ଗି ଦେଇ ଥାଉ ଗର୍ବ ଆତଙ୍କି…1
ମହିଷା ଖଳ ମର୍ଦିନୀ
ଦୁର୍ମୁଣ୍ଡ ବଦ୍ଧ କାରିଣୀ
ସର୍ବ ଦେବଙ୍କ ଜୟ ସାଧିନୀ
ମା ଜୟ ତୋର ସଦା ଦୁଷ୍ଟ ନାଶିକି…2
ଭକ୍ତାନୁ ଗ୍ରହ କାରିଣୀ
ସମସ୍ତ ସୁଗୁଣା ଭୁଷିଣୀ
ତୁ ତାପ ତ୍ରୟ ଭୟ ହାରିଣୀ
ମା ବୀର ନରେନ୍ଦ୍ର ପ୍ରହର୍ଶିଣୀ
ଜୟ କି…3
Astrologer –
Sj. Jagannath Das
Bhadrak
ଯାହାକୁ ରଖିବେ ଅନନ୍ତ
କି କରି ପରେ ବଳବନ୍ତ l
ପୂଜନ୍ତି ନିତ୍ୟ ହେ ଭକତ
ଆନନ୍ଦ କରନ୍ତି ତ ଚିତ୍ତ l
ସଂସାର ମୁଳ ସେହି ହରି
ଦୁଖୀ ଙ୍କ ପାଇଁ ସେ ଆଭାରୀ l
ଦୁଖୀ ଙ୍କ ଚିନ୍ତା ନାଶ କରେ
ଦୁଷ୍ଟ ଙ୍କୁ ଆକ୍ଳେଶ ରେ ମାରେ l
ସେ ସୃଷ୍ଟି ସ୍ଥିତି ଲୟ ଦାତା
ଆମ୍ଭରି ପରମ କରତା l
ଅଶେଷ କୋଟି ବସୁନ୍ଧରୀ
ଇଛା ରେ କରନ୍ତି ତିଆରି l
ଦୁଷ୍ଟ ନିବାରି ସନ୍ଥ ପାଳେ
ସନ୍ଥ ଙ୍କୁ ରଖନ୍ତି ଶୟଳେ l
ତୁ ନାଥ ପରମ ଦୟାଳୁ
ତୋ ବିଚାରେ ତୁ ସୃଷ୍ଟି ପାଳୁ l
ତୁ ଅଟୁ ଦରିଦ୍ର ଙ୍କ ଧନ
ଭକତ କରନ୍ତି ଭଜନ l
ସେହି ପ୍ରକାରେ ମୋର ମନ
ତୋ ପାଦେ ରହୁ ଭଗବାନ l
ତୋ ନାମ ନିତ୍ୟ କରେ ଲୟ
ମନରେ ରହୁନି ତ ଭୟ l
ତୋହରି ବିଶ୍ୱାସେ ଭକତ
ଭଜନ୍ତି ଭଜନ ସତତ l
ନମସ୍ତେ ପ୍ରଭୁ ଜଗନ୍ନାଥ
କେ ବର୍ଣ୍ଣି ପାରେ ଆଦି ଅନ୍ତ l
ଆରତ ଭଂଜନ ତୋ ଵାନା
ଶ୍ରୀ ମନ୍ଦିର ରେ ଉଡେ ସିନା l
ଆତଙ୍କ କାଳେ ବଜ୍ର ସେହ୍ନା
ତୋର କି ସ୍ଥିତି ଭକ୍ତ ବିନା l
ଜୟ କାରୁଣା ଅବତାର
ଦୁଖୀ ର ଦୁଖ କୁ ଉଦ୍ଧାର
Astrologer =
Sj. Jagannath Das
Bhadrak
ହେ କରୁଣାମୟୀ
ଦିଗମ୍ବରୀ ତୁହି
କର ବାରେ ଦୟା ମୋତେ -ପଦ
ପଡି ଦୁଃଖାତୁରେ
ଡାକୁଛି ମୁଁ ବାରେ
ଉଦ୍ଧାର ତୁ ମାଆ ସତେ
ତୋ ନାମ ଅଖ୍ୟାତ
ଜଗତେ ବିଖ୍ୟାତ
ବର୍ନିବାକୁ କିଏ ଚିନ୍ତେ..
ନ ହୋଇ ନିର୍ଦୟା
କର ଗୋ ସୁଦୟା
ପଡେ ତୁମ୍ଭ ପାଦଗତେ
ଏ -ଅଧମ ଦାସ
ତୋର ପଦେ ଆଶ
ନିଅ ମୁକତିର ପଥେ..
Astrologer-
Sj. Jagannath Das
Bhadrak
ନୀଳ ଆକାଶେ
ବଉଦ ଦିଶେ
ଦେଖ ଲୋ ସଖି ଦେଖ
ହୋଇ ହରଷେ…
ବଉଦ ସଂଗେ
ଶଶୀ କି ରଙ୍ଗେ
ହେଇ -ଖେଳଇ ଦେଖ
ମନ ଉଲ୍ଲାସେ…ପଦ
ଖଣ୍ଡ ଖଣ୍ଡ କଳା ବଉଦ
ଭାସି ଆସଇ
ତାରା ସଂଗେ ପଉସ ଶଶୀ
ତୃପ୍ତି ଆଣଇ
ଲୁଚ କାଳି ଖେଳେ ଚାନ୍ଦ
ମନ ବିରସେ…..1
କାନନ ରେ ପୁଷ୍ପ ବାସେ
ତରୁ ଲତା ତାଜା ଦିଶେ
ମଧୁପ ମଧୁ ପାନ କରେ
କେଡେ ହରଷେ
ଦକ୍ଷିଣା ପବନ ସିରି ସିରି ବହି
ଜନ ମନ ତୋଷେ…2
ନାନା ଜାତୀ ମଲ୍ଲୀ ହେନା
ଗୋଲାପ ଟଗର ସିନା
ନିକୁଞ୍ଜ କାନନେ ଫୁଟି
ଝରିକି ବାସେ
ଶୀତ ମାସ ଟା ର ଭାରି
ମୋ ଚିତ୍ତ ଉଲ୍ଲସେ…..3
Astrologer
Sj. Jagannath Das
Bhadrak