ଅନୁରାଗ ବୁଣି ଆସ ଇ ଶୀତ
ଥଣ୍ଡା ଲହରି
ଡ଼ିସେମ୍ବର ମାସ ଲାଗଇ ପ୍ରୀତ
ମଉଜ କରି
ପିକନିକ କେତେ ଚାଲଇ ସେତ
ଏହି ମାସ ରେ
ଆନନ୍ଦ ମନରେ ନାଚନ୍ତି ନୃତ୍ୟ
ମାସ ଶେଷ ରେ
ଯୁଗ୍ମ ଜୀବନ ବେଳା ବିଚରଣ
ସ୍ବପ୍ନ ଲୀଳାର
ସଞ୍ଜ ଧୂପ ଛାଇ ଶୀତଦିନ ଟା ର
ଅତି ମଧୁର
ଶୀତସମୟେ ଟପ ଟପ ହୋଇ
ପଡେ କାକର
ଜ୍ୟୋଚ୍ଛନା ଚୁମିଲେ ଲମ୍ବିତ ତରୁ
ଦିଶେ ସୁନ୍ଦର
ନିଃସଙ୍ଗ ରାତି ଦିଏ କାଟି ଛାତି
ବିରହତାର
ବିରହି ପ୍ରାଣ ପାଏନି ତ୍ରାଣ ତ
ଶୀତ ଋତୁର
ଆବେଗି ଦୃଷ୍ଟି
ନିରେଖେ ସୃଷ୍ଟି କୁ
ବିସ୍ମୟ ହୋଇଣ କ୍ଷଣେ
ଛୋଟ ଦିନ କୁ
ଶୀତ ପ୍ରବଳ ତ
କମଳ ଘୋଡ଼ିଣ ଜାଣେ
End ****************
Astrologer =
Sj. Jagannath Das
Bhadrak
ଚିତ୍ରୋତ୍ପଳା ଆଜି ବାହୁନି କାନ୍ଦୁଛି
ମୁହାଣ ନିକଟେ ତା’ର ,
ନୀଳ ସାଗରର ତରଙ୍ଗ ଫେନରେ
ହଜିଛି ଅତୀତ ଯା’ର ।୧ଅତୀତ ପୃଷ୍ଠା ରେ ଇତିହାସ ହୋଇ
ରହିଗଲା ମୋର ନାମ,
ହଜିଗଲା ଚିରସ୍ରୋତା ଚିତ୍ରୋତ୍ପଳା
ଶୁଷ୍କ ଆଜି ତା ମୁହାଣ ।୨ଗଢା ହେଲା ତୀରେ ବଡ଼ କୀର୍ତ୍ତିରାଜି
ନିଖୁଣ ସ୍ଥାପତ୍ୟ କଳା,
ବାରଶ ସ୍ଥପତି ନିହାଣ ମୂନରେ
ଖୋଦିଥିଲେ ଚିତ୍ର କଳା ।୩ମୋ ବୁକୁରେ ବହି ଆଣିଥିଲେ ଶିଳା
କେଉଁ ଦୂର ପ୍ରାନ୍ତର ରୁ ,
ମୁଗୁନି ପଥରେ ସୁନ୍ଦର ଭାସ୍କର୍ଯ୍ୟ
ଲିଭୁନି ମାନସପଟ୍ଟରୁ ।୪ଭଗ୍ନ ସେ କୋଣାର୍କ ନଗ୍ନ ତା ଭାସ୍କର୍ଯ୍ୟ
ସୌନ୍ଦର୍ଯ୍ୟ ହଜିଛି ଆଜି,
ଲୌହ ର ବେଡିରେ ଆବଦ୍ଧ ଶରୀର
ଲୁଚିଯାଇଛି କୀର୍ତ୍ତିରାଜି ।୬କାରୁକାର୍ଯ୍ୟ ଲାଗି ଦେଶ ବିଦେଶ ରୁ
ଛୁଟୁଥିଲେ ପର୍ଯ୍ୟଟକ ,
ଜରାଜୀର୍ଣ୍ଣ ଆଜି ତା କିରତିରାଜି
ମର୍ମାହତ ପର୍ଯ୍ୟବେକ୍ଷକ ।୭ଭାଙ୍ଗିଲା କୋଣାର୍କ ଲୁପ୍ତ ଚିତ୍ରୋତ୍ପଳା
ହସେ କଂକ୍ରିଟ ଜଙ୍ଗଲ ,
ବିପଣି ମାଳାରେ ଶୋଭିତ ମୋ ବକ୍ଷ
ଲୁପ୍ତ ସେ ଗୁଡୁକଙ୍କ ଖେଳ ।୮।
ସସ୍ମିତା ଷଡ଼ଙ୍ଗୀ , ଭୁବନେଶ୍ୱର
ଚାହିଁ ଚାହିଁ ଆଖିପାଣି କେତେ ମଲାଣି
ନିରେଖି ବସିଛି ଚାହିଁ
କାହିଁ ମୁରଲୀ ପାଣି….କିବା ଗୋପବାଳା ସଂଗେ
ମାତିଲେ କି ରସରଂଗେ
ଆଉ ପଡିବିନି ତାର ଫାନ୍ଦେ
ନ ରସିବି ଲୋ ମିତଣୀ…ବଡ ସେ ଦଗାଦାର
କପଟିଆ ନାଗର
କଣ୍ଟ ଦେଇ ଖଣ୍ଟ କରେ
ସେ ନଟ କୁଟିଆ ପୁଣି….ତାର ବଂକାଠାଣି
କି କହିବି ଗୁଣମଣି
ଚଂଦ୍ରାବଳୀ ପ୍ରିତି ସେ ପ୍ରାୟ
ଭୁଲି ଗଲାଣି….Jyotirbit-
Sj. Jagannath Das
Bhadrak
ପିତା ମୋ ପ୍ରାଣ ର
ମୁକୁଳା ମନ୍ଦିରେ
ପ୍ରିୟ ପରମ ଦେବତା
ମାତା ତ ମୋହର
ଚଳନ୍ତି ଠାକୁର
ଭକତି ପ୍ରିତି ମମତା
ନିଜ ପିତା ମାତା
ସ୍ନେହ ପ୍ରେମ ଦାତା
ଶାନ୍ତି ମନ୍ଦାକିନୀ ଧାରା
ପିଲା ପିଲିଙ୍କର
ଉଜୁଡା ମରମ
ସଜାଡି ଦିଅନ୍ତି ପରା
ଅଭୁଲା ପରଶେ
ଅମୀୟ ପ୍ରଲେପ
ବୋଳି ଦିଅନ୍ତି ସନ୍ତାନେ
ଦୁଃଖ ଦହନ କୁ
ଦିଅନ୍ତି ଲିଭାଇ
ଆନନ୍ଦ ପିଲାଏ ମନେ
ବାପାତ ଅଟନ୍ତି
ଜଗତ ଈଶ୍ୱର
ମାତା ପରା ପାରବତୀ
ଚଳନ୍ତି ଠାକୁର
ପିଲା ମାନ ଙ୍କର
ପୂଜା କର ପିଲେ ନିତି
ଜଗତ ନୟନେ
ଦୁର୍ଲଭ ଜୀବନେ
ବୁଢା ବେଳେ କର ସେବା
ବଳ ହଟି ଗଲେ
ବାଳ ଖସିପଡ଼େ
ପାପ ନିର୍ଯ୍ୟାତନା ଦେବା
Jyotirbit
Sj. Jagannath Das
Bhadrak
ଇନ୍ଦୁର ବଦନ
ମଦନ ମୋହନ
ନିକୁଂଜ ସଦନ
ବନେ ଶୋଭାବନ
ବାମେ ବନଜାକ୍ଷୀ କିଶୋରୀ
ଭାଲରେ ଚଂଦନ
ଖଂଜନ ନୟନ
ଲାବଣ୍ୟ ଗଠନ
ନଂଦଂକ ନଂଦନ
ଶୁଣ ଦୁଃଖ ହାରି ଗୁହାରୀ
ଘନ ଶ୍ୟାମ ବର୍ନ
କି -ଅବଲୋକନ
ସୈାଉମ୍ୟ ବଦନ
ମନ ତା ଅଧୀନ
ରାଇ ପାଇ୍ଁ ଯାଉ ବାହାରି
ସମାଜ ର ଲାଜ
ନାହିଁ ତମ ବୁଝ
ସବୁବେଳେ ସଜ
ନିତି ତମ ରଜ
ହସ ଦେଉ ଥାଉ ସବୁରି..
Astrologer-
Sj. Jagannath Das
Bhadrak
ପଉଷ ରାତିରେ
କେଉଁ ତରୁ ଶିରେ
ନୀଡ଼ ରେ ଘୁମାନ୍ତି ପକ୍ଷୀ
ଚଞ୍ଚୁ ରେ ଚଞ୍ଚୁକୁ
ଜଡି ହୋଇ ଭିଡି
ନିଅନ୍ତି ରାତି କୁ କାଟି..
ସେତେବେଳେ ତୁମେ
ମନ ନିଅ ପ୍ରେମେ
କିଛି ନ ଭାବି ତ ମନେ
ମୁଁ ପ୍ରେମ ଅଧୁରା
ତୋ ପ୍ରତି ଆତୁରା
ଭୁଲି ପାରୁ ନାହିଁ ଦିନେ..
ସବୁତ ସରିଛି
କୁସୁମ ଝରିଛି
ନିରବୀ ଯାଇଛି ମନ
ଶୀତ ଉଁଆସ ର
ପ୍ରେମ ର ପ୍ରତ୍ୟାଶା
ବିଚଳିତ କରେ ପ୍ରାଣ..
ପ୍ରେମ ପରସ ର
ଛାତି ପରେ ଶତ
ଚିହ୍ନ ଯାଇଛି ତ ଛାଇ
ତୁମର ସେ ଚାରୁ
ଅଭିନୟ ରୀତି
ମୋ ମନ ରେ ମରି ନାହିଁ..
Astrologer –
Sj. Jagannath Das
Bhadrak
ଆଲୋ ସଜନୀ,
ବାଟ ପହଁରା ପୂଜାକୁ ତୁ କି ଯିବୁନି,
ଗାଆଁ ଭୁଆସୁଣୀ, ପନ୍ଥେଇ ଵନେଇଁ
କୁଲାରେ ପିଠାକୁ ଧରି ଜମା ହେଲେଣି ।0
ପୁଷ ମାସ କୃଷ୍ଣ ପକ୍ଷ ଦ୍ବିତୀୟା ତିଥି,
ଯମ ରାଜାଙ୍କର ଓଷା ପାଳନ୍ତି ବ୍ରତୀ,
ଉଖୁଡା କଦଳୀ, ଛେନା ପଣା ଗୋଳି
ପନ୍ଥେଇ ଭିତରେ ଢାଳି ପୂଜା କଲେଣି।1
ସଧଵା ନାରୀଏ ମିଶି ପୂଜା କରନ୍ତି,
ପୁତ୍ର ମାନସିକ କଲେ ପୁତ୍ର ପାଆନ୍ତି,
ବଜ୍ରମୂଳୀ ଧରି,ଦାଣ୍ଡକୁ ପହଁରୀ
ବାଟ ଓଷା ବହି ପଢା ଅଧା ହେଲାଣି।2
ରାତି ଦି ଘଡିରେ ବ୍ରତୀ ଜହ୍ନକୁ ଦେଖି,
ପୂଜା ଆରମ୍ଭ କରନ୍ତି ଭୋଗକୁ ରଖି,
ଘଣ୍ଟ ଘଣ୍ଟା ଵାଇ, ହୁଳହୁଳି ଦେଇ
ଦେଖଲୋ ସଜନୀ ଗାଆଁ କମ୍ପି ଗଲାଣି।3
ଆଲୋ ସଜନୀ,
ବାଟ ପହଁରା ପୂଜାକୁ ତୁ କି ଯିବୁନି।।
ଅଶୋକ କୁମାର ପତି, ଦହିଗାଁ
42 mouza, CTC.
କୋଉ ପୁଅ କାହାର,କୋଉ ଝିଅ କାହାର
ମୁଣ୍ଡକୁ ହାତ ପାଇଲେ,ଯିଏ ଯାହାର ।0ମରୀଚିକା ଘେରି ଅଛି ସାରା ମୂଲକ,
ମିଛେ ସିନା ଘାଣ୍ଟି ହେଉ ଜୀବନ ଯାକ,
ଇଏ ମୋର ସିଏ ମୋର,
କେହି ରେ ନୁହେଁ କାହାର,
ଭୁଲିଯାଉ ମିଛ ମାୟା ଏହି ସଂସାର ।1ପୁଅ ଝିଅ ପାଇବାକୁ ବ୍ୟାକୁଳ ହୋଇ,
କେତେ ଦିଅଁ ଦେବତାଙ୍କୁ ପୂଜିଛୁ ତୁହି,
ଦିନ ରାତି ଖଟି ଖଟି,
ଜୀବନ କରୁଛୁ ମାଟି,
ସନ୍ତାନ ବନ୍ଧୁ ସୋଦର କେ ନୁହେଁ ତୋର ।2ହାତ ଗୋଡ଼ ଚାଲୁଥିଲେ ସଭିଏଁ ଖୁସି,
ଏକ ଠାଵେ ପଡ଼ିଗଲେ ଯିଵେରେ ଖସି,
ଜୀବ ଗଲାବେଳେ ଧନ,
ସାଥି ସେ ଚକାନୟନ,
ଇଛା କଲେ ନେଇ ପାରେ ବୈକୁଣ୍ଠ ପୁର ।3କୋଉ ପୁଅ କାହାର, କୋଉ ଝିଅ କାହାର
ମୁଣ୍ଡକୁ ହାତ ପାଇଲେ ଯିଏ ଯାହାର।0ଅଶୋକ କୁମାର ପତି, ଦହିଗାଁ
42 mouza, CTC.
ସବୁ ମାସ ମଧ୍ୟେ ସାର,
ଧରାକୁ ଆସିଲା ଏ ମାର୍ଗଶୀର,ବଉଳ ଲୋ
ମହାଲକ୍ଷ୍ମୀ ଆସିବେ କୁଟୀର,ବଉଳ ଲୋ।
ମହାଲକ୍ଷ୍ମୀ ଆଗମନ,
ପ୍ରତି ଗୁରୁବାର ଦେବେ ଦର୍ଶନ,ଵଉଳ ଲୋ
ସଫା ସୁତୁରା ରଖ ସଦନ,ବଉଳ ଲୋ।
ରାତି ନ ପାହୁଣୁ ଉଠି,
ଗୋମୟରେ ଘର ଦୁଆର ଲିପି,ବଉଳ ଲୋ
ନୂଆ ଚାଉଳରେ ଦେବୁ ଝୋଟି,ବଉଳ ଲୋ।
ନୂଆ ଧାନ କେଣ୍ଡା ଆଣି,
ମେଣ୍ଟା କରି ରଖିଥିଵୁ ଲୋ ପୁଣି,ବଉଳ ଲୋ
ଛିଟ ମାଣ କନା ଥିବୁ କିଣି,ବଉଳ ଲୋ।
ଗୁଆ ବାହାଡା କଉଡ଼ି,
ଧୁଆ ଧୋଇ କରି ରଖ ସଜାଡି,ବଉଳ ଲୋ
ଯଦି ନାହିଁ କିଣ ମାଣ ପେଡ଼ି,ବଉଳ ଲୋ।
ପ୍ରତି ବୁଧବାର ଦିନ,
ଘର ଲିପାପୋଛା କରି ଯତନ,ବଉଳ ଲୋ
ଆଣି ରଖିବୁ ଶୁକଳ ଧାନ,ବଉଳ ଲୋ।
ଉଠିଥିଵୁ ପାହାନ୍ତାରୁ,
ମାଣ ଵସାଇଵୁ ବଡ଼ି ସକାଳୁ,ବଉଳ ଲୋ
ମହାଲକ୍ଷ୍ମୀ ନ ଯିବେଲୋ ଘରୁ,ବଉଳ ଲୋ।
ଛେନା କଦଳୀ ଉଖୁଡା,
ଗୁଡ ଖସାନଡୁ ନଡ଼ିଆ ପେଡା,ବଉଳ ଲୋ
ମହା ଲକ୍ଷ୍ମୀଙ୍କର ଭୋଗ ଵଢା,ବଉଳ ଲୋ।
ମଧ୍ୟାହ୍ନ ସମୟ ହେଲେ,
କ୍ଷୀରି ଖେଚୁଡ଼ି ତୁ ଵାଢିଵୁ ଭଲେ,ବଉଳ ଲୋ
ନାନା ବ୍ୟଞ୍ଜନ ସାଗ ସାଥିରେ,ବଉଳ ଲୋ।
ଚିତୋଉ ମଣ୍ଡା କାକରା,
ଅପରାହ୍ନେ ଯାଚି ଦେଵୁଟି ପରା,ବଉଳ ଲୋ
ସୁଖେ ଚଳୁଥିଵୁ ବର୍ଷ ସାରା,ବଉଳ ଲୋ।
ଶ୍ରୀୟା ଚଣ୍ଡାଳୁଣୀ ଥିଲା,
ମାର୍ଗଶୀରେ ମାଣ ବସାଇ ଥିଲା,ବଉଳ ଲୋ,
ମାଆ ଲକ୍ଷ୍ମୀଙ୍କର ଦୟା ହେଲା,ବଉଳ ଲୋ।
ଧନ ଧାନ୍ୟ ପରିପୂର୍ଣ୍ଣ,
ଶ୍ରୀୟା କାଟିଗଲା ତାର ଜୀବନ,ବଉଳ ଲୋ
ଏତ କମଳାଙ୍କ ଅବଦାନ,ବଉଳ ଲୋ।
ଆଜି ଶେଷ ଗୁରୁବାର,
ମାଣ ବସା କାମ ସାର ଏଥର,ବଉଳ ଲୋ
ଲୋକମାତା କୃପା ଲାଭ କର,ବଉଳ ଲୋ।
ଅଶୋକ କୁମାର ପତି, ଦହିଗାଁ
42 mouza, CTC.
ଆହା କି ସୁନ୍ଦର କେଡେ ମନୋହର
ଦିଶେ ସାଜସଜ୍ଜା ଆମ ଜଗତର ,
ଜଗତ ର ନାଥ ଜଗନ୍ନାଥ ବଳେ
ଜୀବ ସୃଷ୍ଟି ହେଲେ ବସୁଧା ର କୋଳେ ।ତାଙ୍କ ଆଦେଶରେ ପାଣି ରୁ ପବନ
ବହି ଚାଲୁଥାଏ ଏଠି ରାତି ଦିନ ,
ତାଙ୍କରି କୃପାରେ ପତର କଅଁଳେ
ଫୁଟି ଉଠି ପୁଣି ଫୁଲ ବି ମଉଳେ ।ଅନିଚ୍ଛା ରେ ତାଙ୍କ ଜୀବ ଅସମ୍ଭବ
ଇଚ୍ଛା ହେଲେ ମଲା ଗଛ କଅଁଳିବ ,
ଆଶିର୍ବାଦ ସିଏ କରନ୍ତି ଯାହାକୁ
ସଫଳତା ବାଟ କାଢି ନିଏ ତାକୁ ।ଜାତି ଅଜାତିର ଭେଦଭାବ କରି
ନଷ୍ଟ କରୁ ଆମେ ସୃଷ୍ଟି କୁ ତାଙ୍କରି ,
ପାପ ଭାର ଯେବେ ବଢ଼ି ବଢ଼ି ଚାଲେ
ଅଧର୍ମ ନାଶନ୍ତି ସିଏ ଧର୍ମ ବଳେ ।ଏକଥା କୁ ସବୁ ପାସୋରି ଦେଇଛୁ
ସୁନ୍ଦର ସୃଷ୍ଟି କୁ ନଷ୍ଟ କରୁଅଛୁ ,
କଳିଯୁଗ ହୋଇ ଆସିଲାଣି ଶେଷ
ସଂହାରିବେ ପ୍ରଭୁ ଧରି କଳ୍କୀ ବେଶ ।ଭାଗ୍ୟଲିପି ମହାନ୍ତ
ଗୁଡିଆଲବନ୍ଧ , ମୟୂରଭଞ୍ଜ
ଜନତା ଙ୍କ ହିତ ସାଧନ ପାଇଁ ,
ସ୍ବର୍ଗ ରୁ ଦେବତା ଆସନ୍ତି ଓହ୍ଲାଇ ।
ନାନା ଯୁଗେ ନାନା ବେଶକୁ ଧରି ,
ଦେଖନ୍ତି ଆମକୁ ସନ୍ତାନ ପରି ।।ସେ ସିନା ଅଟନ୍ତି ପାଳନ କର୍ତ୍ତା ,
ମୋ ପାଇଁ ଈଶ୍ୱର ମୋ ପିତାମାତା ।
ମୋ ହୃଦ ଆସନ ତାଙ୍କରି ପାଇଁ ,
ରତ୍ନ ସିଂହାସନ ଯାଇଛି ହୋଇ ।।ଚଳନ୍ତି ଠାକୁର ସିଏ ମୋହର ,
ତାଙ୍କ ପୂଜା ସାରି ପୂଜେ ମୁଁ ହର ।
ଈଶ୍ୱର ସୃଷ୍ଟି ରେ ଦୁଇଟି ଶ୍ରେଷ୍ଠ ,
ବାପା ବୋଉ ବୋଲି ଜାଣେ ମୁଁ ସ୍ପଷ୍ଟ ।।ତାଙ୍କରି କୃପାରେ ଖୋଲିଛି ଆଖି ,
ଯା’ପାଇଁ ଦୁନିଆଁ ପାରୁଛି ଦେଖି ।
ଆହା କି ସୁନ୍ଦର ଜୀବ ଜଗତ ,
ଗଢ଼ିଛନ୍ତି ୟାକୁ କେଉଁ ସାଆନ୍ତ ।।ନିଗମାନନ୍ଦ ନାୟକ
ବେଲପାଳ,ମୟୂରଭଞ୍ଜ
ଦେଖିନି ତୁମକୁ ଏଯାଏଁ ମୋ ଆଖି
ସପ୍ନର ପ୍ରେମିକା ମୋର
ସପନରେ ଆସି ଛୁଇଁ ଦେଇ ଯାଉଛ
ନିଦ ମୋ ଭାଙ୍ଗୁଛି ବାରମ୍ବାର…କହୁଚି ଯେବେ ମୁଁ କାହା ଆଗେ ଯାଇ
କହନ୍ତି ପାଗଳ ମତେ
ଦେଖିବାକୁ ପ୍ରିୟା ତୁମର ସେ ଚେହେରା
ନିଇତି ଝୁରୁଛି କେତେ…ତୁମ ସ୍ପର୍ଶ ପାଇଁ ଅଧିର ଏ ମନ
ପ୍ରତି କ୍ଷଣେ ଝୁରେ ମୁଁ ତୁମକୁ
ସତରେ କେବେ ଆସିବ କହିଯାଅ
ତୁମ ଅପେକ୍ଷାରେ ଥରେ…କାହିଁକି ଆସୁଛ ରାତ୍ରି ଅନ୍ଧାରରେ
ଆସ ଥରେ ଦିବସରେ
ଦେଖିବି ତୁମରି ରୂପ ମାଧୁର୍ଯ୍ୟକୁ
ପ୍ରୀତି ଭରା ପୁଲକରେ…ଖୁସିର ସହରେ ଘରଟେ ତୋଳିବି
ହେଉଥିବ ଆତଯାତ
ସଜାଇ ରଖିବି ତୁମ ପ୍ରୀତିର ସାଗର
ସରଗର ପାରିଜାତ…ଲେଖକ:- ରାଜେଶ୍ କୁମାର ବେହେରା
ପୁରୁଣା ବାରିପଦା ମୟୂରଭଞ୍ଜ
ଆହେ ଗଜାନନ ଗଣପତି ତୁମେ
ସୃଷ୍ଟିର ଆଦ୍ୟ ଦେବତା
ତବ ପାଦ ପଦ୍ମେ ଏ ଅଜ୍ଞ ଜୀବନ
ଭକ୍ତିରେ ନୁଆଁଏ ମଥା llତୁମେ ବୁଦ୍ଧି ଦାତା ତୁମେ ଶୁଦ୍ଧି ଦାତା
ତୁମେ ଜ୍ଞାନର କରତା
କର ପ୍ରଭୁ ଥରେ କୃପାମୟ ବୃଷ୍ଟି
ହେବାକୁ ଜଗତ ଜିତା llକାୟ, ମନ, ବାକ୍ୟ ଶୁଦ୍ଧ ପୁତ ହେଉ
ଶୁଦ୍ଧ ହେଉ ନେତ୍ର ଦୃଶ୍ୟ
ଶୁଦ୍ଧ ପୁଣି ହେଉ ଶ୍ରବଣ, ଆଘ୍ରାଣ
ପାଇ ତୁମ୍ଭରି ଆଶିଷ llବାଧା, ବିଘ୍ନ, ସବୁ ଦୂର କର ପ୍ରଭୁ
ଜଗତ ଉଦ୍ଧାର ପାଇଁ
ଜଗତ ଜୀବନ ସବୁରି ପରାଣ
ଦୁଃଖରେ ନ ରହୁ କେହି llସତ୍ୟ, ସଦ୍ଭାବନା,ସାହସ, ଶକତି
ମନରେ ସଞ୍ଚାଇ ଦିଅ
କିଛି କରିବାକୁ ନିଜ କର୍ମ ବଳେ
ତୁମେ ହିଁ ସହାୟ ହୁଅ llନବ କୁମାର ଦାସ
ସୁରଡ଼ିହା, ବାଲିଆପାଳ, ବାଲେଶ୍ୱର
କେବେ ମୁଁ ଯେ ଜଳେ କେବେ ତୁମେ ଜଳ
କେବେ ଜଳୁ ସାଙ୍ଗ ହୋଇ
ବିରହ-ବେଦନା ଏମିତି ନିଆଁଟେ
ଜାଳୁଥାଏ ଛପି ରହି ।।ମୁଁ ଯେ ଖୋଜୁଥାଏ ଗୋଟେ ପାଖେ ଆଉ
ତୁମେ ଖୋଜ ଆର ପାଖେ
ମିଳେ ନାହିଁ କାହିଁ ଭେଟିବାର ସୁଖ
ଫେରୁଥାଉ ଯେଝା ଦୁଃଖେ
ଦୁନିଆର ସେହି ସୀମାରେଖା ଡେଇଁ
କେବେ ପାରି ନାହୁଁ ଯାଇ
କେବେ ମୁଁ ଯେ ଜଳେ କେବେ ତୁମେ ଜଳ
କେବେ ଜଳୁ ସାଙ୍ଗ ହୋଇ ।।ତୁମକୁ ମୁଁ କେବେ କହି ପାରି ନାହିଁ
ମୋ ନିଜର ମନକଥା
ତୁମେ ବି ତ କେବେ କହି ନାହଁ ମୋତେ
କିବା ଅଛି ମନେ ବ୍ୟଥା
ଆମରି ଭିତରେ ଅକୁହା ଯା’ ଅଛି
କେବେ ପାରି ନାହୁଁ କହି
କେବେ ମୁଁ ଯେ ଜଳେ କେବେ ତୁମେ ଜଳ
କେବେ ଜଳୁ ସାଙ୍ଗ ହୋଇ ।।ଅଜୟ କୁମାର ବେହେରା
ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ,ଜଗତସିଂହପୁର
ଜଗତସିଂହପୁର ସାହିତ୍ୟ ପରିଷଦ
ଓଡ଼ିଆ ଭାଷା ସାହିତ୍ୟ ପରିଷଦ
ଚିହ୍ନା ଚିହ୍ନା ଲାଗେ ଯେବେ
ତୋର ଦୁଇ ଆଖି
କେତେ କଥା ମୁଁ ଭାବେ
ନିଛାଟିଆ ବସି
ନୀତି ଗୁଣୁ ଗୁଣୁ ହେଉଥାଏ
ତୋରି ସ୍ବର
କରିବାକୁ ତତେ ମୁଁ ନିଜର
ରାଜେଶ୍ କୁମାର
କେଜାଣି କାହିଁକି ଭାରି ମନେପଡେ
ଆଜି ଏ ସଞ୍ଜ ବେଳାରେ
ମଧୁ ମିଳନର ମହୁଆ ନିଶାରେ
ମନଟି କାହିଁକି ଝୁରେ..ତନ୍ଦ୍ରା ହୀନ ମୋ ଆଖୀରେ ଯେମିତି
ସପନ ଯାଇଛି ଲାଖି,
ପଲକ ପଡୁନି ଆଖିରେ ମୋହର
ଉଜାଗର ସାରା ରାତି…ଦିନ ଲାଗୁଅଛି ସତେ କିବା ରାତି
ରାତି ଲାଗେ ଅବା ଦିନ,
ଏଇ ଫଗୁଣରେ ଭେଟ ହେବ କିବା
ଶିହରଇ ତନୁ ମନ …କମନୀୟ ବେଶ ଝଟକିବ ଆସି
ଟିକି ଦୁନିଆରେ ମୋର,
ଜହ୍ନ ଜୋଛନା ରୁ ତୋଫା ଦିଶୁଥିବ
ମିଠା ମିଠା ଥିବ ସୁର…ହସି ଉଠୁଥିବ ଆକାଶର ଚାନ୍ଦ
ଦେଖି ଆମ ମିଳନର,
ମିଟି ମିଟି କରି ଲୁଚି ଦେଖୁଥିବେ
ତାରାଗଣ ଆକାଶର…ଚହଲି ଉଠିବ ମୋ ହୃଦ ସାଗର
ତୁମ ପ୍ରୀତି ସ୍ପର୍ଶ ପାଇ,
ରୁଣୁଝୁଣୁ ପାଉଁଜି ଛନ୍ଦ ତୋଳୁଧିବ
ସ୍ବପ୍ନ ବିଭୋରିତ ହୋଇ…ଦିନରେ ଆଉ ମୁଁ ସପନ ଦେଖୁନି
ଯାହା ଭାବୁଅଛି ଆଜି,
ଆଖିର ନିଦ ତୋ ଚୋରାଇ ନେଇଚ
ମିଳନ ଯା ଅଛି ବାକି….ପୁରୁଣା ବାରିପଦା, ମୟୂରଭଞ୍ଜ
ସବୁଠୁ ସୁନ୍ଦର ମହୁଠୁ ମଧୁର
ପ୍ରିୟ ତୋ ସୁନେଲି କିରଣ
ତାକୁ ଛୁଇଁଲେ ମିଳନ ମୁଁ ହୋଇ ପଡେ
ଖୋଜୁଛି ତତେ ମୁଁ ରାତି ଦିନ…
ଜୀବନର ପ୍ରତ୍ୟେକ ମୂହୁର୍ତ୍ତ
ତୁମ ସହ ବଞ୍ଚିବାକୁ ଚାହେଁ
ଜୀବନର ପ୍ରତ୍ୟେକ ନିଃଶ୍ୱାସ
ତୁମ ସହ ବାଣ୍ଟିବାକୁ ଚାହେଁ
ଜୀବନ ଅଛି ହେଲେ ତୁମେ
ନାହିଁ ମୋ ଭାଗ୍ୟରେ..କଳ୍ପନାର ନାୟିକା ଟେ ତୁମେ
ମୋ ପ୍ରେମ ଗଳ୍ପରେ
ଅପ୍ରାପ୍ୟ ମୁକ୍ତାଟେ ତୁମେ
ସାଗର ବେଳାରେ….ଛାତିର ସ୍ପନ୍ଦନ ତୁମେ
ମୋ ହୃଦୟ ରେ
ନିରବ ପ୍ରେମ ମୋର ପ୍ରତିଥର କହେ
ଜୀବନର ପ୍ରତ୍ୟେକ ମୂହୁର୍ତ୍ତ
ତୁମ ସହ ବଞ୍ଚିବାକୁ ଚାହେଁ ..ରଙ୍ଗଭରା ବସନ୍ତଟେ ତୁମେ
ମୋ ପ୍ରେମ ଋତୁ ରେ
ପୂନେଇଁ ଜହ୍ନ ଟେ ତୁମେ
ମୋ କଳ୍ପିତ ରାତ୍ରରେ
ବୃଥା ଏ ସବୁ ଭାବନା
ଏଇ ଜୀବନରେ…ପ୍ରେମ ଅଛି ହେଲେ ତୁମେ
ନାହିଁ ମୋ ଭାଗ୍ୟରେ
ତଥାପି ମନ କାହିଁ ତୁମକୁ ହଁ ଚାହେଁ
ଜୀବନର ପ୍ରତ୍ୟେକ ମୂହୁର୍ତ୍ତ
ତୁମ ସହ ବଞ୍ଚିବାକୁ ଚାହେଁ ….
ପୁରୁଣା ବାରିପଦା, ମୟୂରଭଞ୍ଜ
ଅଳସୀ ରାତିର ବିଳାସୀ ସପନ
ଅମୀୟ ପୁଲକ ତୋଳେ
ରୂପ ଚନ୍ଦ୍ରିକାର ରୋମାଞ୍ଚିତ ଧାରା
ଭସାମେଘ ଆଢୁଆଳେ
ସପନର ଫୁଲ ଝରେ
ପ୍ରୀତି ପାରିଜାତ ପ୍ରଣୟ କୁଞ୍ଜରେ
ନୀଳ ସମ୍ମୋହନ ଭରେ
ବୟସ ନଦୀର ତୀରେ ।।
ସାଉଁଟୁ ଥିଲି ମୁଁ ସୁଧାମୟ ମଧୁ
ସ୍ବପ୍ନଭିଜା ରଜନୀରେ
ପ୍ରୀତିସୁଧା ଖୋଜେ ମନ ପ୍ରଜାପତି
ପ୍ରିୟାଓଠ ଧାରେଧାରେ
ମିଠା ସପନର ପୁରେ
ସପନ ସୁନ୍ଦରୀ ମହକ ମାଧୁରୀ
ମନ ଆନମନା କରେ
ବୟସ ନଦୀର ତୀରେ ।।
ଲାବଣ୍ୟବତୀର ରୂପ ପସରାରେ
ଅମାନିଆ ପ୍ରୀତି ଛନ୍ଦ
ଭିଜା ନିଶିଥର ମାଧୁର୍ଯ୍ୟ ମଧୁରେ
ଝରୁଥିଲା ମକରନ୍ଦ
ପ୍ରୀତିମୟ ଉପଚାରେ
ମନ ଝୁମିଯାଏ ମୋହିନୀ ମାୟାରେ
ଅଳକାନନ୍ଦାର ଧାରେ
ବୟସ ନଦୀର ତୀରେ ।।
ମନ ମଧୁଶାଳା ପୀରତି ଉଛୁଳା
ମୁକୁଳା ଯୌବନ ବନେ
ମାତବରୀ ଏଇ ବୟସ ଝୁମଇ
ପ୍ରିୟା ପ୍ରୀତି ଅନୁଦାନେ
ପ୍ରେମ ରଙ୍ଗ ଅଭିସାରେ
ସପନ କୁଞ୍ଜର ରେଶମୀ ଶେଯରେ
ପ୍ରୀତି ପଦ୍ମରାଗ ଝରେ
ବୟସ ନଦୀର ତୀରେ ।।
ସପନେ ସପନେ ମନ ଉପବନେ
ମତୁଆଲା ପ୍ରୀତି ନିଶା
ଖୋଲିଗଲା ଯହିଁ ନୟନ ପେଟିକା
ମଉଳିଲା ସ୍ବପ୍ନ ଆଶା
ପ୍ରିୟା ମୋ ରହିଲା ଦୂରେ
ବିରହ ବ୍ୟଥାରେ ବିଦିର୍ଣ୍ଣ ବୁକୁରେ
ବେଦନା ଲହରି ମାରେ
ବୟସ ନଦୀର ତୀରେ ।।
ବୟସ ନଦୀର ତୀରେ ମୁଁ ଖୋଜଇ
ପ୍ରିୟା ମୃଦୁ ପାଦଚିହ୍ନ
ବିତିଗଲା ମୋର ରୂପରୁ ବୟସ
ଉଜୁଡିଲା ଯଉବନ
ପିଆସୀ ପରାଣ ଝୁରେ
ମାନସେ ପ୍ରିୟାର ରୂପଚିତ୍ର ଆଙ୍କେ
ସପନର ବାଲିଘରେ
ବୟସ ନଦୀର ତୀରେ ।।
କେଶଦୁରାପାଳ
କେନ୍ଦୁଝର
ଦୂରଭାଷ ୯୧୭୮୫୬୮୨୪୬
ସାଇତା ଅତୀତ କବିତା କିଛି
ଆଜି ଯେବେ ତାକୁ କାଢି ଦେଖୁଛି,
ସ୍ମିତ ହାସ ଓଠେ ଫୁଟଇ ଝରି
ସତେ କିଏ କହେ କାନେ ମୋହରି ।
କେତେ ଦିନ ଆଉ ପଡ଼ି ରହିବୁ
କାଗଜ କଲମେ ଦରଦ ଦେବୁ ,
ଓଡ଼ିଆ କବିତା ପଢୁଛି କିଏ
ତୁଚ୍ଛା ରେ ଲେଖୁ ତୁ ନିର୍ଲଜ ଟିଏ ।
ଛାଡ଼ିଦେ ଆଜିଠୁ କବିତା ଲେଖା
ଲେଖାକୁ ତୋହର ପଢୁ ତୁ ଏକା ,
ସତ ଚେଷ୍ଟା କଲେ କ’ଣ ପାଇବୁ
ଥକିଯାଇ ଶେଷେ ତୁହି ହାରିବୁ ।
ସରକାର ଠାରୁ ଜନତା ଯାଏ
ଧନ ପଛେ ପଡ଼ି ପାଗଳ ହୁଏ ,
ଚାକିରି ଟେ କଲେ ସମାଜେ ତୁହି
ରହିବେ ସଭିଏଁ ନିଜର ହୋଇ ।
ନିଗମାନନ୍ଦ ନାୟକ
ବେଲପାଳ, ମୟୂରଭଞ୍ଜ
🌾🌾ଅକ୍ଷୟ ତୃତୀୟା 🌾🌾
*********************
ସୁଜଳା ସୁଫଳା, ଶସ୍ୟ ଶ୍ୟାମଳା,
ଅଟଇ ମୋ ପ୍ରିୟ ଭାରତ ଭୂଇଁ l
ଅରଣ୍ୟ କୁନ୍ତଳା, ତଟିନୀ ମେଖଳା,
ଧନଧାନ୍ୟେ ପୂର୍ଣ୍ଣ ଅଟଇ ସେହି ll
ବିଚିତ୍ର ଅଟଇ ମୋ ଭାରତ ଦେଶ,
ବିଚିତ୍ର ଅଟଇ ତାର ସଂସ୍କୃତି l
ବାର ମାସେ ତେର ପରବ ପାଳେ ସେ,
ସବୁଠି ଅଛି ନାନା କିମ୍ବଦନ୍ତୀ ll
ସେହିପରି ଆସେ ବୈଶାଖ ମାସର,
ଶୁକ୍ଳ ପକ୍ଷ ପୁଣି ତୃତୀୟା ତିଥି l
ଅକ୍ଷୟ ତୃତୀୟା ନାମ ସେ ବହିଛି,
ତାର ମଧ୍ୟ ଅଛି ଏକ କିମ୍ବଦନ୍ତୀ ll
ପାପୀ ବ୍ରାହ୍ମଣ ଯେ ଏହିଦିନ ପୁଣି,
ତୃଷାର୍ତ୍ତ କୁ ଜଳ ଦେଇ ତ ଥିଲା l
ସେହି ପୁଣ୍ୟ ବଳେ ଯମ ଦ୍ୱାରେ ସେ ଯେ,
ନର୍କ ଯନ୍ତ୍ରଣାରୁ ନିସ୍ତରି ଗଲା ll
ପର୍ଶୁରାମ ଆଉ ଜୟଦେବ ପୁଣି,
ଏହିଦିନରେ ଯେ ଜନମିଥିଲେ l
ରେବତୀ ସାଙ୍ଗରେ ଏ ଶୁଭ ଦିନରେ,
ବଳଦେବ ବିବାହ କରିଥିଲେ ll
ସତ୍ୟ ଯୁଗ ଆଉ ତ୍ରେତୟା ଯୁଗ ର,
ଶୁଭାରମ୍ଭ ଏହି ଦିନ ଟି ଜାଣ l
ଶୁଭ ଦିନ ଏ ଯେ ଶୁଭ କାର୍ଯ୍ୟ ପାଇଁ,
ବ୍ରତ, ବିବାହ ଓ ଗୃହ ନିର୍ମାଣ ll
ରଥ ଗଢ଼ା ହୁଏ ଏ ଦିନୁ ଆରମ୍ଭ,
ଚନ୍ଦନ ଯାତ୍ରା ଚାଲେ ବାୟାଳିଶ ଦିନ l
ଏ ଦିନୁ ହୁଏ ବର୍ଷା ର ଆଗମନ,
ହସି ଉଠେ ପୁଣି ସାରା ଭୁବନ ll
ଏ ଦିନ ଅଟଇ ଚାଷୀ ର ଦିନ ଯେ,
ସକାଳୁ ସାରେ ସେହୁ ପ୍ରାତଃ ସ୍ନାନ l
ନିଜ କ୍ଷେତ କୁ ସେ ବାହୁଡ଼ି ଯାଏ ରେ,
ଗଉଣି ରେ ପୂର୍ଣ୍ଣ କରିଣ ଧାନ ll
ଲଷ୍ମୀ ଙ୍କୁ ସୁମରି, କ୍ଷେତ ପୂଜା କରି,
ଚଷା ପୁଅ କ୍ଷେତେ ନୈବେଦ୍ୟ ପୋତେ l
ଷଠୀ ଦେବି ଙ୍କୁ ଯେ ସୁମରଣ କରି,
ମୁଠା ମୁଠା ଧାନ କ୍ଷେତରେ ପୋତେ ll
ସେହି ମୁଠା ଧାନ.. ଆଖିମୁଠି ଜାଣ,
ଚଷା ପୁଅ ମନ ଆନନ୍ଦେ ପୂର୍ଣ୍ଣ l
ସ୍ଵ କର୍ମେ ପ୍ରବେଶେ, ଅନୁକୂଳ କରେ,
କ୍ଷେତରେ ସ୍ପରଷି ଲଙ୍ଗଳ ମୁନ ll
ନାହିଁ କ୍ଷୟ ବୋଲି ନାମ ତା ଅକ୍ଷୟ,
ତୃତୀୟା ତିଥିରେ ଏ ପର୍ବ ପଡେ l
ତେଣୁ ପରା ନାମ ଅକ୍ଷୟ ତୃତୀୟା,
ଭାତୃଭାବେ ପରା ସଭିଙ୍କୁ ଯୋଡ଼େ ll
🌾🌾💖🌾✨️🌾💖🌾🌾
କାନଦେଇ ଭାଇ ମନ ଦେଉଥିବ ,
ଯାନବାହାନ କୁ ଧୀରେ ଚଳାଇବ ।
ସେଥିରେ ଟିକିଏ କରିଲେ ତୁ ହେଳା ,
ବୁଡ଼ିଯିବ ତୋର ଜୀବନର ଭେଳା ।
🥰ମୋ ଭାଷା 🙏🏻
……………………..
ଓଡ଼ିଆ ବୋଲି ଯେ ଲଜ୍ୟା କର ନାହିଁ,
ମାତୃଭାଷା ର ପରିଚୟ ଦେବାପାଇଁ l
ଏ ଯେ ଅଟେ ଆମର ଜାତି ର ପ୍ରତୀକ,
ଆତ୍ମ ସମ୍ମାନ ର ରଖିଅଛି ଟେକ l
ଆମରି ଗୌରବ ଆମରି ସମ୍ମାନ,
ଆମରି ଗରବ ଆମ ଅଭିମାନ l
ମାତୃଭାଷା ଆମ ଓଡ଼ିଆ ଭାଷା ଯେ,
ଦୂରେଇଦିଅନା ତାକୁ l
ଆରେ ମାଆ କୁ ଛାଡି ଜାତି କି ଉଧେଇବ,
ଆପଣେଇଲେ ସାବତ ମାଆ କୁ l
ମୃତ୍ୟୁ
…………
ବୁଲୁଥିଲି ଦିନେ ମସାଣି ରାସ୍ତାରେ,
ଅସ୍ତ ହେଉଥିଲେ ରବି l
ଜଳୁଥିଲେ କେହି ଜୁଇର ନିଆଁରେ,
ଆହା କି ବିଚିତ୍ର ଛବି l
………………………………………
ଏଣେ କାନ୍ଦେ ସାହି, ପଡିଶା, କୁଟୁମ୍ବ,
ପିଲା ଛୁଆ କଇଁ କଇଁ l
କାନ୍ଦୁଥିଲେ ତେଣେ ପକ୍ଷୀକୁଳ ସତେ,
ବିରହ ବେଦନା ହୁଏନି ସହି l
……………………………………..
ଏଣେ ଦେଖୁଚି ମୁଁ ଜୀବନର ଅନ୍ତ,
ତେଣେ ଦିବସର ଅନ୍ତ l
ଯେଉଁଠାରେ ସବୁ ଆଶା ଆକାଂକ୍ଷା,
ସ୍ବପ୍ନ ହୋଇଯାଏ ଲୁପ୍ତ l
……………………………………
ଏହିପରି ବୁଲୁଥିବି ମୁଁ ସନ୍ଧ୍ୟାରେ, ଦିନେ ତାହା ହେବ ମୋ ଶେଷ ସନ୍ଧ୍ୟା
ନଥିବ ମୋ ପାଇଁ ଆକଟ କି ଅଳି,
ନଥିବେରେ କେହି ଦେବାକୁ ବାଧା l
…………………………………………….
ପଶ୍ଚିମ ଆକାଶେ ବୁଡ଼ୁଥିବା ସୂର୍ଯ୍ୟ,
ଆଖି ଆଡୁଆଳୁ ଲୁଚିଯାଏ l
ମୃତ୍ୟୁ ଆସିଲେ ସବୁଜିମା ସ୍ବପ୍ନ,
ଅଧା ରାସ୍ତାରେ ହିଁ ରହିଯାଏ l
…………………………………….
ସୂର୍ଯ୍ୟ ପରି ସ୍ମୃତି ହଜିଯାଏ ଏଠି,
ମଣିଷ ବି ମଢ଼ା ପାଲଟିଯାଏ l
ଆଶା ଅସୁମାରୀ ମରିଯାଏ ଏଠି,
କାଳ ନିରୁତ୍ତର ପାଲଟିଯାଏ l
……………………………………..
ଜୁଇ ଜଳିଗଲେ ପାଉଁଶ ମିଳେ ରେ,
ମିଳେନାହିଁ ଧନ, ମାନ, ସମ୍ମାନ l
ମୃତ୍ୟୁ ହିଁ ଜଗତେ ପରମ ସତ୍ୟ ରେ,
କାହିଁ କରୁ ତୁ ଏତେ ଅଭିମାନ l
## ଉତ୍କଳର ଡାକ ##
ବାଲାଜି ସେଠୀ
ଦେଖ ଦେଖ ମୋର
ଉତ୍କଳୀୟ ବୀର
ଖୋଲିଣ ଅନ୍ତର ଆଖି
ଜାତି ନନ୍ଦିଘୋଷ
ହୋଇଣ ବିବଶ
ପଥରେ ପଡିଛି ଥକି ।
ଏକତା ଶୃଙ୍ଖଳେ
ସଜାଇ ସରବେ
ଆଗରେ ବାନ୍ଧ ହେ ଧାଡି
ପରସ୍ପର କାନ୍ଧ
ଯୋଡି ଟାଣିନିଅ
ଜାତି ରଥ ଯାଉ ଗଡି ।
ଉତ୍କଳ ସନ୍ତାନ
ବୋଲାଇ କେମନ୍ତ
ନିଜକୁ ଭାବୁଛ ନ୍ୟୁନ (!)
ଜ୍ଞାନର ତୁଣୀର
ହୋଇଅଛି ଶୂନ୍ୟ
ଭାଷା ଅସ୍ତ୍ରେ କର ପୂର୍ଣ୍ଣ ।
କୁଳବୃଦ୍ଧଗଣ
ଲଢ଼ି କରି ପଣ
ସ୍ୱତନ୍ତ୍ର ପ୍ରଦେଶ ଗଢି
ଉତ୍କଳର ମାନ
ହାତେ କରି ଦାନ
ଗଲେ ଇହଧାମ ଛାଡ଼ି ।
ବାପ ଜେଜେ ତୁମ
ଶୁଣିଥିଲେ କର୍ଣ୍ଣେ
ମାଆ ଓ ମାଟିର ଡାକ
ସେହି ରକ୍ତ ଆଜି
ଦେହରେ ବୁହାଇ
କେମିତି ହୋଇଛ ମୁକ !!
ଘର ଅମାରକୁ
ଫୁଙ୍ଗୁଳା ପକାଇ
ବିଦେଶେ ଖଟୁଛ ବେଠି
ସ୍ୱାର୍ଥକୁ ସର୍ବସ୍ବ
କରି ଭୁଲୁଅଛ
କାନ୍ଦୁଛି ଉତ୍କଳ ମାଟି ।
ପାଇକ ମାଟିର
ହେ ବୀର ପୁଙ୍ଗବ
ଜାଗ୍ରତ କର ସ୍ୱ ଚେତା
ମାତୃଭୂମି ମାତୃ-
ଭାଷା ସୁରକ୍ଷାର
ତୁମେ ଯେ ଭାଗ୍ୟ ବିଧାତା ।।
ଚିତ୍ରକୋଣ୍ଡା, ମାଲକାନଗିରି
Post-01