ମୁଁ ତୁମକୁ ବୁଝିପାରିଲିନି!
ମୋ ଜୀବନ ଏମିତି ମୋଡ ନେଲା
ଯାହା ମୁଁ କଳ୍ପନା କରିନଥିଲି
ମୁଁ ଆଜି ବିଶ୍ୱାସ କରିପାରୁନି
କଣ ସବୁ ଘଟିଚାଲିଛି
ଏହା ମୋ ଜୀବନ ର ଦୁଃଖପୁର୍ଣ ଅଧ୍ୟାୟ
ମୋର ହୃଦୟ ଓ ଆତ୍ମା ତ ଦେଇଛି
ତଥାପି ଏ ଅବୁଝା ବୁଝିପାରିନି
ମୁଁ ଜାଣିନି ଭୁଲ କୋଉଠି
କାହିଁକି ମୁଁ ତୁମ ମୂଲ୍ୟ ବୁଝିପାରୁନି
ଆଉ ତୁମ ଦୁଃଖ ସେଇ ଲୋତକ ଭରା ଆଖି ଦୁଇଟି
ଯେମିତି ହେଉ ଯେତେ କଣ୍ଟକିତ ପଥ ଆସୁ ମତେ ଚାଲିବାକୁ ପଡିବ ତୁମ ପାଇଁ ଜୀବନ ର ଶେଷ ଯାତ୍ରା ପର୍ଯ୍ୟନ୍ତ |
ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ
ଗଞ୍ଜାମ.
କିଛିତ ଆମ ଭିତରେ ଅଛି!
କିଏ ଜାଣେ ଆମ ଭିତରେ କଣ ଅଛି
ଭଲପାଇବା ଟା ତ ଅଛି
ଯେମିତି ସକାଳ ର କୁଆଁ ତାରା
ଚକମକ ସବୁବେଳେ ଆମ ପ୍ରେମ ପରି
ମୁଁ ଭାବେ ତୁମକୁ ହରେଇବା ର କଷ୍ଟ
ଯଦି ଭଗବାନ କୁ ଭେଟେ ଟିକେ ପଚାରନ୍ତି
ମତେ ଯାହା ମିଳିଛି ତାହା ସବୁ ତୁମେ
ସବୁ ଆଶା ଓ ଭରସା ତୁମ ଠାରେ
ମୋ ନିଜ କୁ ହଜାଇ ଦିଏ ତୁମ କୋଳ ରେ
ମୋ ଆତ୍ମା ତୁମ ଆତ୍ମା ସହ ଭେଟିବାକୁ ବ୍ୟଗ୍ର
ଆମ ଭିତରେ ନିଶ୍ଚୟ ତ କିଛି ଅଛି
ଯାହା ସମସ୍ତେ କୁହନ୍ତି |
ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ
ଗଞ୍ଜାମ
” ମୋ ଅଭିମାନ ଆଉ
ତା ଅହଂକାର
ଆମ ସମ୍ପର୍କରେ ତିକ୍ତତା ଭରିଦେଇଛି ,,,,
ସମ୍ପର୍କ ନାମକ ସୂତାଖିଅ ଟି
ଅହଂକାର ଆଉ ଅଭିମାନର ପାଚେରିରେ
ଗୁଳେଇ ତୁଳେଇ ହୋଇ
ଛନ୍ଦି ହୋଇ ଯାଇଛି ……
ମୁଁ ଅଭିମାନ କରି ପାଚେରି
ଏ ପାଖରୁ ଚାହିଁ ବସିଚି
କିନ୍ତୁ ସେ କେବେ ଅହଂକାର ର ସୀମା ଡେଇଁ
ମୋ ପାଖକୁ ଫେରି ଆସିନି……
ଆସିବ ବା କେମିତି ?
ତା ଅହଂକାର ପରା ତା
ବାଟ ଜଗିଛି…..” ।।
ଚିନ୍ମୟୀ ସୁବୁଦ୍ଧି
🙏ହରେ କୃଷ୍ଣ ହରେ ରାଧେ 🙏
ଜୀବନର ଋତୁ!
ଆମେ ଦୁହେଁଁ ଅଜଣା ଅଚିନ୍ହା
ନା ଅଛି କିଛି ଆମ ଭିତରେ ସମ୍ପର୍କ
ତଥାପି କିଛି ଅଛି ଅକୁହା କଥା
ମୁଁ ବୁଝିବାକୁ ନାରାଜ
କାଳେ ତୁମେ ମୋ ଜୀବନ ର
ଝାକମକ ହୀରା ଖଣ୍ଡ ପରି
ମୋ ଚତୁଃପାର୍ଶ୍ୱ ରେ ଘୁରିବୁଲ
ମୋ ଜୀବନ ର ସବୁ ଋତୁ ରେ
ଯେତେବେଳେ ମୁଁ ତୁମ କଥା ଭାବେ
ଲାଗେ ଯେମିତି ତାରା ଗୁଡାକୁ ଆକାଶରେ ଉଙ୍କି ମାରି ଚାହାଁନ୍ତି
ମୁଁ ତୁମ ନା ରେ ଯିଏଁ ଆଉ ମରେ
ଖୋଜିପାରେନି ରହସ୍ୟଭରା ଜୀବନ କୁ
ଆଉ ଅଜାଣତରେ ଚାଲିଯାଏ ତୁମ ଆଡକୁ |
ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ
ଗଞ୍ଜାମ
ପ୍ରହେଳିକା!
ମୁଁ ବୁଝିପାରୁନି କାରଣ ଗୁଡାକୁ
ଏ ସବୁ ଏକ ପ୍ରହେଳିକା ନୁହେଁ ତ
ବା ଢାଙ୍କି ହୋଇ ରହିଥିବା ଏକ ଆବରଣ
କ୍ଵଚିତ କେହି ତ ବୁଝୁ, ଦେଖୁ
ଅମାନିଆ ମୋ ହୃଦୟ ତ ତା ବାଟ ଭୁଲିଛି
ଆଉ ଡେଣା ମେଲି କଳା ମେଘରେ ଘୁରିବୁଲୁଛି
ଯୋଉଠିକି ଯାଉଛି
ସେ ଜାଣିନି ସେ ତା ଠିକଣା କି ନୁହେଁ
ଜୀବନ ରେ ଯାହାବି ଆସୁ
ସବୁ ପ୍ରତିବନ୍ଧ କୁ ସାମନା କରିବାଟା
ହୁଏ ତ ଜୀବନ ର ପରିଭାଷା
ମନ ବୁଝୁ କି ନ ବୁଝୁ
ମତେ ଖୋଜିବାକୁ ପଡିବ ଦୁଃଖ ଭିତରେ ସୁଖକୁ
କାରଣ ଏଠି ସବୁ ପ୍ରହେଳିକା
ର ଆବରଣ ଢାଙ୍କିଛି ମୋ ଆଖି ଦୁଇଟା କୁ!
ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ
ଗଞ୍ଜାମ |
ହୃଦୟର ଅକୁହା କଥା!
ତୁମେ ବା କେମିତି ଜାଣିବ
ମୋ ହୃଦୟର କେତେ ଯେ ଅକୁହା କଥା
ସେଇ ଶବ୍ଦ ଗୁଡାକ ଯାହା ଜଣା ଆଉ ଅଜଣା
ବିଡମ୍ବନା ମୁ ଧିରେ କହୁଛି ହୃଦୟରେ
ସାରା ରାତି ଚେଇଁ ଖାଲି ତାର ଗଣୁଛି
ଆଉ ନିର୍ବାକ ହୋଇ ଆକାଶ କୁ ଚାହିଁବା ରାତିର ଶେଷ ପ୍ରହରରେ
ମୋ ହୃଦୟ ଓ ଆତ୍ମା ଆଜି ଏକୁଟିଆ
ଆଜି ଅସମ୍ଭବ ତୁମକୁ ଭୁଲିବା
ତୁମେ ଜାଣ ତୁମ ପାଇଁ
ସାରା ଦୁନିଆ ମୋ ପାଇଁ ପର |
ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ
ଗଞ୍ଜାମ
” ତୁମେ ମୋତେ ଭଲପାଇବା ପରେ , ଜଣାତରେ ହେଉ କି ଅଜାଣତରେ
ମୁଁ ତୁମ ଭିତରେ ମୋ ନିଜକୁ
ହଜେଇ ଦେଇଥିଲି …
କିନ୍ତୁ ମୁଁ କେବେ କଳ୍ପନା ବି କରିନଥିଲି କି , ତୁମେ ଦିନେ ଅବେଳରେ ଏମିତି ମୋ ଜୀବନରୁ ଉଭେଇ ଯିବ ବୋଲି ....
ତୁମେ ଭାବନା ଯେ ମୁଁ ତୁମକୁ ଖୋଜିନି , ଖୋଜିଛି ଆଉ ବହୁତ୍ ଖୋଜିଛି …
ତୁମକୁ ଖୋଜୁଖୋଜୁ କେବଳ ନିଜକୁ ହିଁ ପାଇଛି ,,,
ନା ମୁଁ ଆଉ ହଜେଇବାକୁ ଚାହୁଁଛି ନା ଖୋଜିବାକୁ କାରଣ ଏଇ ହଜେଇବା ଓ ଖୋଜିବା ର
ଲୁଚକାଳି ଖେଳ ଭିତରେ ମୋ ନିଜ ସହ ମୋତେ ପ୍ରେମ ହେଇଯାଇଛି ।।…
ଆଉ ଲୋଡା ନାହିଁ ମୋତେ ଆଉ କାହାର ଆବଶ୍ୟକତା
ମୁଁ କେବଳ ନିଜ ସହ ବଞ୍ଚିବାକୁ ଚାହୁଁଛି …
ପୁଣି ଥରେ ଆଉ ସେ ବଦନାମ୍ ପ୍ରେମରେ ହଜି ତୁମକୁ ହଜେଇ ଖୋଜିବାକୁ ଚାହୁଁନି …
ଏବେ ତ ମୋତେ ମୋ ନିଜ ସହ ପ୍ରେମ ହୋଇଯାଇଛି ” …..
ତୁମକୁ ହରେଇବାର ଦୁସ୍ବପ୍ନ!
ଭଲପାଇବା ଟା ବୟସର ମାପକାଠି କି?
ତଥାପି ସାଇତି ରଖିଛି ହୃଦୟରେ
ଯେବେ ଅନୁଭବ ହୁଏ ମୋ ହୃଦୟରେ
ମୁଁ କାଳେ ହେଇଯାଏ ଏକ ଅଶାନ୍ତ ଝଡ଼
ଆଉ ଯେବେ ଶୁଣେ ତୁମ ପାଉଁଜି ର ଶବ୍ଦ
ଅଧା ନିଦରୁ ଉଠି ତୁମକୁ ଦେଖେ
ଦୁନିଆ ଯେତେ ପାଚେରୀ ତୋଳୁ
ପାଚେରୀ ଆର ପଟୁ ଭଗ୍ନସ୍ତୁପ ପରି ମୁଁ ଅଟଳ
ମୁହୂର୍ତକ ଆଗରୁ ଯାହାକୁ ଦେଖିଛି
ଆଉ ଡ଼ରୁଛି ହରେଇବାର ଦୁସ୍ବପ୍ନ
ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ
ଗଞ୍ଜାମ
ତୁମର ଅନୁପସ୍ଥିତି!
ତୁମେ ଜାଣ କେହି ଜଣେ
ତୁମକୁ ଅପେକ୍ଷା କରିଛି ଆର ଗାଁ ରେ
ତୁମେ ଯୁଆଡେ ଯାଅ
ମୁଁ ଛାଇ ପରି ତୁମ ପାଖେ ଥିବି
ମୋ ହୃଦୟ ତ ସବୁବେଳେ ତୁମର ଶୁଭ ମନାସୁ ଥାଏ
ଯେମିତି ଜନମ ଜନମ ର ଚିନ୍ହା ଜଣା
ମୋ ଜୀବନ ତ ତୁମ ସହ ବନ୍ଧା
ସୁଖ ଓ ଦୁଃଖରେ
ଯେତେବେଳେ ତୁମେ ମୋ ଠୁ ଦୂରରେ
ଆଶ୍ଚର୍ଯ୍ୟ ଲାଗେ ତଥାପି ସତ
ରାତି ସାରା ଚେଇଁ ରହିବା
ଅମାବାସ୍ୟା ରାତିରେ ଯେମିତି ଆଲୋକ ଖୋଜିବା
ଅନୁଭବ କରୁଛି ତୁମର ଅନୁପସ୍ଥିତ କୁ
ଆଉ ଖୋଜୁଛି ତୁମର ଠିକଣା କୁ
ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ
ଗଞ୍ଜାମ |
ଆଖି କୋଣେ ଲୁହ ଚାପି ରଖି
ଓଠ ଖୋଲି ହସିବାକୁ ହୁଏ ,
ହୃଦୟରେ କୋହକୁ ଧରି
ସ୍ନେହ ପ୍ରେମ ବାଣ୍ଟିବାକୁ ହୁଏ ।।ମନେ ସବୁ ଦୁଃଖ ସହି
ହସି କଥା କହିବାକୁ ହୁଏ ,
ଜୀବନରେ ଜହର ପିଇ
କିଛି ଦିନ ଜିଁବାକୁ ହୁଏ ।।ଜୀବନର ଚଲାବାଟେ
ଏକାଏକା କିଛି ବାଟ ଚାଲିବାକୁ ହୁଏ ,
ଏଇ ମୋ ଜୀବନର ଯୁଦ୍ଧ
ଏକାଏକା ପ୍ରତିଦିନ ଲଢ଼ିବାକୁ ହୁଏ ।।ଏଇତ ଜୀବନ ଏଠି ଆଖିର ଲୁହ ପିଇ
ଓଠେ ହସ ଫୁଟାଇବାକୁ ହୁଏ ,
ହୃଦୟରେ ସବୁ ଯନ୍ତ୍ରଣାକୁ ଚାପିରଖି
ମିଛର ଅସରା ନେଇ
ସାରା ଜୀବନ ବଞ୍ଚାଇବାକୁ ହୁଏ ।।
CHINMAYEE SUBUDHI
RADHE RADHE 🙏
ହୃଦୟର ସଂଗୀତ!
ବେଳେବେଳେ ନୀରବତା କିଛି କହେ
ତୁମ ପାଦର ପାଉଁଜି ବିଚଳିତ କରେ
ନୀରବରେ ମୁଁ କିଛି କହିବାକୁ ଚାହେଁ
ହୃଦୟ ଭିତରେ ସଂଗୀତ ଗୁଡାକ
ଛଟପଟ ହୁଅନ୍ତି ନୀରବରେ
ସେଇ ରାସ୍ତାରେ କେବେ ଯାଇଛ
ଯୋଉ ରାସ୍ତା ମୋ ପାଇଁ ମନା
ମୋ ସମୟ ତୁମ ପାଖରେ ବନ୍ଧା
ଅଜାଣତରେ ଜହ୍ନ ର ଜ୍ୟୋସ୍ନା ବି ନୀରଵ
ମନ ଭିତରେ ଥିବା କୋହ ତ ଜଳୁଛି
ଆଉ ମୋ ବାହୁ ତୁମ ଆଡକୁ ଲମ୍ବି ଯାଉଛି |
ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ
ଗଞ୍ଜାମ
ଟିକି ସ୍ବପ୍ନ ଟିଏ!
ଏକ ଆଲୋକ ର ରଶ୍ମି ପରି
ତୁମେ ଆସିଲ ମୋ ଖାଲି ଅଗଣା କୁ
ଏମିତିତ ମୁଁ ଜଳୁଥିଲି ତୁମ ଅଗ୍ନି ଶିଖା ରେ
ବଂଚିବା ର ବାହାନା ତ ମିଳିଗଲା
ଜୀବନ ବଞ୍ଚିବାର ଉଦ୍ୟେଶ
ଆମର ସାକ୍ଷାତ ଯଦିଓ ଅଲଗା ଦୁନିଆରେ
ଆମର ପ୍ରାଥନା ଆମକୁ ଆଶୀର୍ବାଦ କରୁ
ମୋ ଦିନ ଗୁଡାକ ଅସ୍ତଗାମୀ ହେଇନି
ରାତି ଗୁଡାକ ଆହୁରି ଝଲସି ଯାଉଛି
ଜାଣିନି କେମିତି କାଟିବି ଜୀବନ କୁ
ପାହାନ୍ତା ପହରର ଟିକି ଟିକି କୁଆଁତାର ସବୁ
ଘୁମେଇ ପଡି ସ୍ବପ୍ନ ଦେଖୁଥିଲେ
ଜନ୍ହ କୋଳରେ ମୁଣ୍ଡ ରଖି
ମୋ ଆଖିରେ ଵି ଆଖିଏ ପୁରୁଣା ସ୍ବପ୍ନ
ଅଣ୍ଟା ଭିଡିଛି ଦେଖିବା ପାଇଁ ଟିକି ସ୍ବପ୍ନ ଟିଏ
ପ୍ରତୀକ୍ଷା ସେଇ ଦୂର ପାହାଡ଼ କନ୍ଦରରୁ
ଉଙ୍କି ମାରୁଥିବା ସୁରୁଜର ପ୍ରଥମ କିରଣକୁ.
ଅନ୍ଧାର ହଟିବ , ଆଲୋକିତ ହେବ
ସତେକି ମିଟିବ ଆମ ପ୍ରତୀକ୍ଷାର ଆଶା.
ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ
ଗଞ୍ଜାମ.
ଅସରନ୍ତି କଥାଟିଏ !
ସମୟ ଆସିଛି
ମୁଁ ତୁମକୁ ଭୁଲିଜିବା ପାଇଁ
ମତେ ବଂଚିବାକୁ ପଡିବ ଏକୁଟିଆ
ଆଜି ମୁଁ ଜାଣେ ଏତେଦିନର ଯାତ୍ରା
କିଛି ମୁହୂର୍ତ୍ତ ପାଇଁ
ମୋର ସବୁ ସ୍ବପ୍ନ ବିଛୁରିତ ହୋଇ ପଡିଛି
ସବୁ ମାନ ସମ୍ମାନ ଆଦୃଶ୍ୟ ହୋଇଯିବ
ଯଦି ଏହା ସତ୍ୟ
ମୁଁ ମୋ ଅନ୍ତରାତ୍ମା ର କଥା ଶୁଣି ଆଗକୁ ଯିବି
ମୁଁ ମେଘୁଆ ଆକାଶ ର ଅସମ୍ପୂର୍ଣ ଛାୟା
ଆଉ ତମେ ଏକ ନୂଆ ସକାଳ ର ପ୍ରତ୍ୟୁଷ
ଆମେ ଗୋଟିଏ ହୃଦୟର ଆତ୍ମା
ଲଖ୍ୟସ୍ଥଳ ଓ ଲଖ୍ୟ ସମ୍ପୂର୍ଣ ଅଲଗା
ତଥାପି କେବେନା କେବେ ଭେଟିବା
କଥା ତ ଏତିକି ମୁଁ ଜାଣେ ଆଉ ତୁମେ ଜାଣ
ମୋ ବିନା ତୁମ ଜୀବନ ଅଧୁରା |
ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ
ଗଞ୍ଜାମ
କାହାଣୀ ଦୁଇ ହୃଦୟର !
କାଲି ତୁମର ହଠାତ ଦେଖା
ପୁଣି ସକାଳୁ ସକାଳୁ ତୁମର ଝଲକ
ମୁଁ ଭାବିଲି ଆଜି ତ କଥା ହେବି
ହଠାତ ତୁମକୁ କଲେଜ ଛକ ରେ ଦେଖିବା
ମନେ ହୁଏ ତୁମେ ଲୁଚକାଳି ଖେଳୁଛ
ତୁମର ଉପସ୍ଥିତି ତୁମର ମହକ
ଖେଳିଗଲା ଚତୁଃପାର୍ଶରେ
ତୁମର ଚାହାଣି ରେ ଖେଳିଗଲା
ଅତୀତ ର ପୁରୁଣା କାହାଣୀ
ଏବଂ ମୁହୂର୍ତକ ଭିତରେ ଚୁରମାର
ହେଇଗଲା ଭଗ୍ନସ୍ତୁପ ପରି
ଏଇତ ଦୁଇ ହୃଦୟର କାହାଣୀ
ଯଦି ମୁଁ ତୁମଠାରୁ ବହୁ ଦୂରରେ
ମୁଁ ସବୁ ଜାଣେ ଅତୀତ ର ସେଇ କଥା କୁ
ଚେଷ୍ଟା କରି ବି ଭୁଲି ପାରୁନି
ଅବିସ୍ମରଣୀୟ ମୁହୂର୍ତ ଗୁଡାକୁ |
ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ
ଗଞ୍ଜାମ
ଖାଲି ଅନ୍ଧାର!
ସଳିତା ପରି ଜଳୁଛି ମୁଁ
ଜୀବନ ପ୍ରଦୀପ ରେ
ମୁଁ ବୁଝି ପାରିଛି
ବଂଚିବାର ରହସ୍ୟ
ମୁଁ ଜାଣିନି କୋଉଠୁ
ଆରମ୍ଭ ଓ ଶେଷ
ଚାରିଆଡେ ଖାଲି ମିଛ
ପ୍ରତାରଣା ର ସ୍ମିତହାସ୍ୟ
ମୋ ଦିନ ଆଉ ରାତି ତୁମର
ଚତୁର୍ପାଶ୍ୱ ରେ ଖାଁ ଖାଁ
ତୁମର ସ୍ୱର ଓ ଶବ୍ଦ ଏଇଠି ସେଇଠି
ତୁମ ସ୍ପର୍ଶ ବିନା ମୁଁ ଅଧୁରା
ମନେ ହୁଏ ଜୀବନ ଟା ଖାଲି ଅନ୍ଧାର ତୁମବିନା!
ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ
ଗଞ୍ଜାମ
ସ୍ବପ୍ନ ର ଶବ୍ଦ!
ମୁଁ ଏକ ନିର୍ଜନତା
ଗୋଧୂଳି ରେ ଏକୁଟିଆ
ଅମାନିଆ କସ୍ତୁରୀ ର ବାସ୍ନା ବିଚଳିତ କରେ ମନ କୁ
ତଥାପି କେତେ ରାତି ଚେଇଁ ରହିବାର
ପୁରୁଣା ନିଶା
ବହୂ ଦୂରରୁ ଦିଗବଳୟ ରେ
ତୁମର ଉଙ୍କି ମାରି ଚାହିଁବା
ବେଳେବେଳେ ସନ୍ଧ୍ୟାରେ
ମହମ ବତୀ ର ଆଲୋକ ରେ ନିଜକୁ ଦେଖିବା ର ଛବି
ମୋ ଜୀବନ ରେ କେବଳ ଦୁଃଖ ଓ ଯନ୍ତ୍ରଣା
ଆଉ ତୁମ ହସ ର ଗୁଂଜରଣ
ନୀଳ ଆକାଶ ତଳେ ଦୂର ସହର ଟି
ଚାରିଆଡେ ଚଳ ଚଞ୍ଚଳ
ଆଉ ମୁଁ ଖାଲି ସ୍ବପ୍ନ ଗୁଡାକୁ ସଜାଡୁଛି
ପାଉଁଶ ତଳୁ ନିତି ଜିଉଁଛି |
ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ
ଗଞ୍ଜାମ
ନିଶବ୍ଦ ର ଶବ୍ଦ !
ଚୁପଚାପ ରହିବାର ଅଭିନୟ
ଅସ୍ପଷ୍ଟ ଶବ୍ଦ ଗୁଡିକ ଶୁଣ
ଚାଲିଯାଅ ସ୍ମୃତି ର ଅଙ୍କାବଙ୍କା ରାସ୍ତାରେ
ହଠାତ ଛିଡା ହୋଇ ଭାବିପାର
ମୋର ଚୁପ ରହିବାର ମୁହୂର୍ତ କୁ
ମୋର ତ ଅଭ୍ୟାସ ଚୁପ ରହିବାର
ଯେତେ ଦୁଃଖ ଓ ଯନ୍ତ୍ରଣା ହାବି ହୋଉ
ବେଳେବେଳେ ସମୁଦ୍ରର ଜଳରାଶି ଶାନ୍ତ ନୀରବତା ଭିତରକୁ ଚାଲିଯାଏ
କେବେକେବେ ନୀରବତା ଲହରୀ ପରି
ଆଉ କେବେ ଖାଲି ନିରବ ଏବଂ ନିଶ୍ଚଳ |
ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ
ଗଞ୍ଜାମ
ଜୀବନ ଏକ ଅନୁଶୋଚନା!
କେବେକେବେ
ମୋ ଝାପ୍ସା ଦ୍ତୁଷ୍ଟି ରୁ ଦୁରେଇ ଯାଅନି
କିଛି ମୁହୂର୍ତ ମୋ ପାଖରେ ରୁହ
ମୁଁ ଟିକେ ତୁମକୁ ଦେଖେ ଅନ୍ତର ରୁ
କେ ଜାଣେ କାଲି କା ଭାଗ୍ୟରେ କଣ ଅଛି
କିନ୍ତ ମୁଁ ମନା କରି ପାରୁନି
ମତେ ଲାଗେ ମୋ ଜୀବନ ଶରୀର ଠାରୁ ଦୁରେଇ ଯାଉଛି
ଆମ ପ୍ରେମ ର ରାଣ ଖାଇ କହୁଛି
ମୋ ଜୀବନ ବନ୍ଦୀ ସମୟ ପାଖରେ
ଜଂଜାଳ ଗୁଡାକ ଯେମିତି ଅଦିନିଆ ଝଡ଼
ଦୁଃଖତ ଅଛି ଚାରି ପାଖରେ
ତଥାପି ତୁମର ରାଜୁତି ମୋ ହୃଦୟରେ
ଚାରିଦିଗରେ ଯଦି ଖାଲି ଅନ୍ଧାର
ତଥାପି ଆଲୋକ ହୋଇ ତୁମେ ଡାକ!
ଡ଼କ୍ଟର. ପ୍ରସନ୍ନ କୁମାର ଦଳାଇ
ଗଞ୍ଜାମ.
ଅକୁହା କଥା!
ମୋ ଆଖି କିଛି କହେ
ଏକ ଅକୁହା କଥା
କିଛି ବିରହ ଭରା
କିଛି ଅସ୍ପଷ୍ଟ ସ୍ମୃତି
ଦୁଃଖ ଗୁଡିକ ଛନ୍ଦି ହୋଇ
ଯାଆନ୍ତି ଅଙ୍କା ବଙ୍କା ଝରଣା ପରି
ମୋର କେତେ ଯାଏ ଆସେ
କେହି ଶୁଣୁ କି ନ ଶୁଣୁ
ସେ ବେଳେବେଳେ କୁହେ
କିଛି ପରିଚିତ ଶବ୍ଦ
ଯେମିତି ସୁଗମ ସଂଗୀତ ର ଗୁଂଜରଣ
ସମୟ ତ ଆସିବ ନିଶ୍ଚୟ
ଅକୁହା କଥା ସବୁ ପୁଣି
ଗୁଞ୍ଜରିତ ହେବ ଆମ ଚାରିଆଡେ
ଆଉଥରେ ମୋ ଅମାନିଆ ଓଠ
କହିଚାଲିବ ସେଇ କଥାକୁ!
ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ
ଗଞ୍ଜାମ |
ସାକ୍ଷାତ ଏକ ସଂଯୋଗ!
ଆମ ସାକ୍ଷାତ ଏକ ସଂଯୋଗ
ଏଵେ ଏବେ ଦେଖା ସେଇ ପୁରୁଣା
ଚାର୍ଟସେଣ୍ଟର ରେ
ଟିକେ ଦୁଃଖ ଦୁଃଖ
ଟିକେ ଖଟ୍ଟା ମିଠା ସ୍ମୃତି
କେତେ ଅକୁହା ପୁରୁଣା କଥା
ତଥାପି ମୋ କଥା କୁ ଶୁଣି
ନ ଶୁଣିବାର ଅଭିନୟ ରେ
ମୁଁ ବିସ୍ମିତ ଓ ସ୍ଥାଣୁପ୍ରାୟ
ବିଳମ୍ବରେ ଯଦିଓ ଆଲୋକ ର ରଶ୍ମି
ଆମ ଦୁହିଁଙ୍କ ଜୀବନରେ
ମୁଁ ହଜିଯାଏ ତୁମ ସ୍ମୃତିରେ
ଆଉ କେବେକେବେ ବିଶ୍ରାମ ନେବାକୁ
ତୁମ ପଣତ କାନିରେ
ତଥାପି ନୀରବ ରେ ମୁଁ
ଶୁଣି ପାରେ ତୁମ ହୃଦୟର ସ୍ପନ୍ଦନ
ଚାରିଆଡେ ଖାଲି ଖେଳିଯାଏ ନୀରବତା !
ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ |
ଗଞ୍ଜାମ.
ଯଦି ତୁମେ ମୋ ଶ୍ଳୋକ ହୁଅନ୍ତ!
ମୁଁ ସେଇ ସକାଳ ର ସୁରୁଜ
ଯାହାର ଆକାଶ ନାହିଁ
ତୁମ ସ୍ମୃତି ସବୁ ମତେ ଜାବୁଡି ଧରିଛି
ମୁଁ ତୁମ ପାଇଁ ଅଜଣା ଅଚିନ୍ହା
ମୁଁ ମରୁଦ୍ୟାନ ର ବାଟହରା ପଥିକ
ବନ୍ଦୀ ମୁଁ ତୁମ ହୃଦୟ ର କବଳ ରେ
ଯେମିତି ଏକ ରଙ୍ଗୀନ ପକ୍ଷୀ ପଞ୍ଜୁରୀ ରେ
ନିର୍ଜନତା ର ଅଗ୍ନି ରେ ଜଳୁଛି ମୁଁ
ପ୍ରତ୍ୟେକ ମୁହୂର୍ତ ଜାଳୁଛି ମତେ
ମୁଁ ନିରୁପାୟ ନିମିତ୍ତ ମାତ୍ର
କାରଣ ଆମେ ଦୁହେଁ ଗୋଟାଏ ଯଞ୍ଜିର ରେ ବନ୍ଧା |
ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ
ଗଞ୍ଜାମ.
ଆଶା ର ଆଲୋକ!
ଲକ୍ଷ ଲକ୍ଷ ବିଞ୍ଚି ହୋଇ ପଡ଼ିଥିବା
ମୋ ଆଖି ର ସ୍ବପ୍ନ ଗୁଡାକ
ବେଳେ ବେଳେ ସବୁ କିଛି ଉଙ୍କି ମାରେ
ସେଇ ପୁରୁଣା ସ୍ମୃତି, ଚିନ୍ହା ମୁହଁ
ଦିନେ ନା ଦିନେ ବଦଳି ଯିବ ସବୁ
ବଦଳିବ ଭାଗ୍ୟ ମୋ ଚଲା ପଥର
ଆଜିବି ବଂଚିଛି ମୁଁ ପୁରୁଣା ସ୍ମୃତିରେ
ଆଉ କେବେ କେବେ ତୁମ ନିରୀହ ଅଭିଯୋଗ ର ଫର୍ଦ ରେ
ତଥାପି ଆମେ ଦୁହେଁ ଦୁହିଁଙ୍କ ପାଇଁ
ତୁମେ ମାନ କିମ୍ବା ନ ମାନ
ତୁମେ ମୋ ପାଖରେ ରହିବ
ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ |
ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ
ଗଞ୍ଜାମ |
ପ୍ରତ୍ୟୁଷ ରୁ ଗୋଧୂଳି!
ଶାନ୍ତ ସରଳ ଗୋଧୂଳି ପରି
ତୁମେ ଆସିଲ ମୋ ଜୀବନ କୁ
ମୁ ଅଶାନ୍ତ ଓ ସ୍ତବ୍ଧ
ତୁମ ବାସ୍ନା ଖେଳିଗଲା
ମୋ ମନର ପ୍ରାଙ୍ଗଣରେ
ସତେ ଯେମିତି ସ୍ୱର୍ଗ ର ପରୀ
ସବୁ ଯନ୍ତ୍ରଣା ର ମହାଔଷଧୀ
ମୁ ଫେରିବାକୁ ଚାହେଁନା ଅତୀତ କୁ
ଆଜି ସବୁ ପୁରୁଣା କ୍ଷତ ସାଉଁଟି
ବୋଧହୁଏ ମୁ ପହଂଚିଛି
ମୋ ଜୀବନ ର ଗୋଧୂଳି ରେ |
ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ.
ଗଞ୍ଜାମ.
ବର୍ଷାରେ ସୂର୍ଯ୍ୟ ଙ୍କ ରଶ୍ମି!
ତୁମେ ସୂର୍ଯ୍ୟ ରଶ୍ମି ବର୍ଷା ର ବିନ୍ଦୁ ରେ
ତୁମକୁ ଭେଟିବା ପରେ ମନେ ହୁଏ
ଏକ ଶାନ୍ତ ଦ୍ବୀପ ପରି
ଏଇ ଅଶାନ୍ତ ଦୁନିଆ ଭୁଲିଛି ଆମକୁ
ମୋ ଛଡା ନୁହନ୍ତି କେହି ନୁହନ୍ତି ନିଜର
ଆମ ପାଇଁ କେହି ନାହାନ୍ତି କାନ୍ଦିବା ପାଇଁ
ଆମ ସମ୍ପର୍କ ର ମାନେ ନୁହେଁ ଦୂରେଇଯିବା
ଆମେ ଛିଡାହବା ଉଚ୍ଚ ଶୃଙ୍ଗ ପରି
ମୁ ଏକୁଟିଆ ଅଶାନ୍ତ ସମୁଦ୍ର ପରି
ତଥାପି ଖୋଜି ବୁଲୁଛି ଟିକିଏ ଶାନ୍ତି ପାଇଁ
ଯେମିତି ବର୍ଷା ଭିତରେ ଟିକେ
ସୂର୍ଯ୍ୟଙ୍କ ରଶ୍ମି.
ଡ଼କ୍ଟର ପ୍ରସନ କୁମାର ଦଳାଇ.
କବିସୂର୍ଯ୍ୟନଗର
ଗଞ୍ଜାମ.
ତୁମବିନା!
ମନର ଆଇନା ରେ ମୁ ତୁମକୁ ଚାହେଁ
ସେଇଥି ପାଇଁ ମୋ ନିଶ୍ୱାସ ରହୁ ବା ନ ରହୂ
ମୁ ତୁମ କଳ୍ପନା ଠାରୁ ବହୂ ଦୂରରେ
ଆମର ଦେଖା ଟିକେ ମୁହୂର୍ତ ପାଇଁ ନୁହେଁ
ଏହା ଜନ୍ମଜନ୍ମାନ୍ତର
ତୁମେ ମୋ ଅନ୍ଧାର ରାତି ର ଚନ୍ଦ୍ରମା ପରି
ଯିଏ ମୋ ସ୍ବପ୍ନ ରାଇଜ ରେ ରାଜୁତି କରେ
କପାଳ ଲିଖନ ବଦଳାଇବା ମୋ ଅଧୀନ ରେ ନାହିଁ
ତୁମ ବିନା ସବୁ ଋତୁ ରଙ୍ଗ ହୀନ
ମନେ ହୁଏ ମୁହୂର୍ତ ଗୁଡାକ ଅଧୁରା ତୁମବିନା.
ଡ଼କ୍ଟର ପ୍ରସନ କୁମାର ଦଳାଇ.
ଗଞ୍ଜାମ.
ଓଡିଶା.