ଗାଈ ଗୋଠ ନାହିଁ, “ନାହିଁତ ଚାରଣ ଭୂଇଁ”
ଜଙ୍ଗଲତ ପଦା ନାହିଁ ଗଛ ଲତା
କେମିତି ଗୋଧୂଳି ଲଗନ ରଚିବ ଭାଙ୍ଗି କେଉଁ ନୀରବତା ?’
କୋଳାହଳ ମୟ ଜନ ସମାଜରେ ଖାଲି ଘର ଖାଲି ଘର
ପଡିଆ ଟାଙ୍ଗର,ଶ୍ମଶାନ, ଗୋଚର, ଯଥା
ସବୁଠି ଅମରୀ ଲତା
ଗୋଧୂଳି ଲଗନ କେମିତି ରଚିବ ଭାଙ୍ଗି କେଉଁ ବିଜନତା ?’
ତାତିଲା ଉହ୍ମେଇ ଉପରେ ସିଝୁଛି
ଖରାଖିଆ ବୈଦନାଥ, ଶ୍ରମିକ ମୁଣ୍ଡରେ ହାତ
ଉତପ୍ତ ଜ୍ଜ୍ଵଳନ୍ତ ଆଦିତ୍ୟ ଢାଳଇ ବାଇଗଣୀ ରଶ୍ମି ନିତ୍ୟ
ଗୋଧୂଳି ଲଗନ କାହିଁ
କବିଟିଏ ଭାବେ କେମିତି ଲେଖିବ ଗୋଧୂଳି ଲଗ୍ନ କୁ ନେଇ ?
ନିଛକ ମିଛଟେ ଲେଖିଦେବ ସିନା !
ପଢିଲେ ଜଗତେ ହେବେ ରେ ବଣା,
ଆଉ, ସେ ଗୋଧୂଳି ଲଗ୍ନ ତ ନାହିଁ
ବଦଳି ଯାଇଛି ପ୍ରକୃତିର ଦୃଶ୍ୟ ଗୋଧୂଳି ଲଗନ ସପନ ଯାଇଛି ହୋଇ ।।
ଗାଆଁ ଦାଣ୍ଡ ଧୂଳି ଦେହେ ହୋଇବୋଳି
ଘରଚଟିଆ ଙ୍କ ଖେଳ
ଗୋଧୂଳି ଲଗନ ବେଳ
ହମ୍ଵା ରଡିଛାଡି କଅଁଳା ବାଛୁରି ଗାଈ ଗୋଠ ପଲପଲ
ହାତରେ ପାଞ୍ଚଣ ଛତା ବାହୁଙ୍ଗି ରେ ଗାଈଆଳ ବଂଶୀ ସ୍ଵର
ସେଇତ ଗୋଧୂଳି ବେଳ ।।
ବେଳ ରତରତ ଖରା ଛାଇ ନୃତ୍ୟ
ବହଇ ଦକ୍ଷିଣା ପବନ
ବୁଡିବେ ବୁଡିବେ ପଶ୍ଚିମ ଆକାଶେ
ମହାପ୍ରଭୁ ବିକର୍ତ୍ତନ
ଜାଳିବ ଜାଳିବ ସଞ୍ଜବତୀ ବୋଉ
ଏଇତ ଗୋଧୂଳି ଲଗନ ।।
ଝାପସା ଦିଶୁଛି ଖଣ୍ଡିଆ ଜହ୍ନଟା
ପୂର୍ବ ଆକାଶ ର ପ୍ରାନ୍ତରେ
ଫୁଟିବ ଫୁଟିବ ତାରକା ଯେମିତି ପରତେ ଆସଇ ମନରେ,
ଶେଷ ଗୀତ ଗାଇ କୋଇଲି ବାହୁଡେ ବସାକୁ
ମୁଁ, ଉପଭୋଗ କରିଥିଲି ପିଲାଦିନେ
ସେହି, ଅମୀୟ ଗୋଧୂଳି ଲଗ୍ନକୁ ।।
ଖେଳ କୁଦ ସାରି ଘର୍ମାକ୍ତ ବଦନେ
ଗୃହାଭିମୁଖି ବାଳକେ
ଦଳ ଦଳ ହୋଇ ଆସନ୍ତି ଆନନ୍ଦେ
ଗାଆଁ ଦାଣ୍ଡେ କେଡେ ପୁଲକେ,
ଫୁଟି ନବ ମଲ୍ଲୀ ସୁଗନ୍ଧେ ପ୍ରକୃତି ଅପୂର୍ବ ଗୋଧୂଳି ଲଗନେ
ଉପଗତ ହେଉ ଥିଲା ମୋ ଗାଆଁରେ
ଦେଖିଥିଲି ପିଲା ଦିନେ ।।
ଆଜି ଡହଡହ ଖରାରେ ତିନ୍ତୁଛି
କାହିଁଗଲା ସେହି ଦିନ ମୁଁ ଭାବୁଛି
ସତେକି ଫେରିବ ସେ ପୁରୁଣା ଦିନ
ଆଜି ଦୁର୍ବିସହ ସବୁରୀ ଜୀବନ
ବସିବସି ଏଇ କଂକ୍ରିଟ୍ ଜଙ୍ଗଲେ, ସେ ଲଗ୍ନ କୁ ସ୍ଵପ୍ନ ଦେଖୁଛି ।।
• ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି,ଖୋର୍ଦ୍ଧା
ମନ ବୁଝେନା ବୁଝେନା ସଜନୀ
ଏତ ଅବୁଝା ମନର ରଜନୀ, (୨)
ତୁମେ ହୃଦୟର ଫୁଲ ବୀଥିକା ର
ସୁନ୍ଦର ଗୋଲାପ ରାଣୀ,
ଯେତେ ଦେଖୁଥିଲେ ମନ ବୁଝେ ନାହିଁ
ଚୁମ ମଧୁ ସଉରଭ ରୋଷଣୀ, ମନ ବୁଝେନା…।।
ଅବୁଝା ମନର ଜହ୍ନ ଜୋଛନାରେ
ଲାଜେ ହସେ କୁମୁଦିନୀ
ଅବୁଝା ମନର ମଳୟ ପରସେ
ସିହରୀ ଉଠେ ଯାମିନୀ,
ଅବୁଝା ମନରେ ପବିତ୍ର ପ୍ରେମର
ମଧୁର ମଧୂ ରାଗ ତରଙ୍ଗିଣୀ, ମନ ବୁଝେନା…।।
ଅବୁଝା ମନ ଭ୍ରମରା ପଦ୍ମ ବନେ
ମକରନ୍ଦେ “ମତୁଆଲା
ହୋଇ” ପଙ୍କଜିନୀ ପ୍ରେମରେ ବିହ୍ଵଳ
ଦେଖି ମନେ ହଜିଗଲା,
ତାର ଚାରୁ ଚନ୍ଦ୍ର ଲପନେ ଅମୃତ
ମନ ପ୍ରେମ ଝର ସୁଷମା ଠାଣି, ମନ ବୁଝେନା…।।
ଅବୁଝା ପଙ୍କିଳ ମନ ସର ହ୍ରଦେ
ଫୁଟଇ ପଦ୍ମ କୁମୁଦ
ଅବୁଝା ପ୍ରମର ଲହରୀ ଖେଳରେ
ଶାମୁକା ମନର ଖେଦ,
କୂଳରେ ଲେଖଇ ବାଲି ଚଟାଣରେ
ଶୁଣାଇ ପ୍ରେମ ପ୍ରଣୟ କାହାଣୀ, ମନ ବୁଝେନା…।।
ଅବୁଝା ମନକୁ ତୁମ ସ୍ନେହ ପ୍ରେମ
କରିଥାଏ ବଶିଭୂତ
ତୁମ ରତି ପ୍ରଣୟରେ ରାତି ବିତେ
ସ୍ପର୍ଶ କାତର ୟେ ଚିତ୍ତ,
ରାକା ରଜନୀ ରେ ବାହୁ ବନ୍ଧନରେ
ରସା ପାଲଟେ ପ୍ରେମ ସୋହାଗିନୀ, ମନ ବୁଝେନା…।।
ଅବୁଝା ମନର ଆକାଶେ ବାଦଲ
ଅଶନି ଗରଜେ କାହିଁ
ହୁଏ ବିଚଳିତ ମନ ଆନ୍ଦୋଳିତ
କାହିଁରେ ବି ଲାଗେ ନାହିଁ
ଛଟପଟ ହୁଏ ବିକଳ ହୃଦୟେ
ଲୁହ ପୋଛେ ରହିରହି ମାନିନୀ, ମନ ବୁଝେନା…।।
ଅବୁଝା ମନ ୟେ ଦିବସେ ସପନ
ଦେଖ ହୁଅଇ ଉଛନ୍ନ
ବାସ୍ତବ ପଦାର୍ଥ ସମ୍ଭାବନା ସତ୍ୟ
ହୋଇଯାଏ ଅନ୍ତର୍ଦ୍ଧ୍ୟାନ
ଜୀବନ ଏମିତି ଅ-ଅଙ୍କା ଜ୍ୟାମିତି
ଦୁଃଖ ଶୋକ ବିଜଡିତ ସରଣୀ, ମନ ବୁଝେନା…।।
ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ମଙ୍ଗଳାଯୋଡି,ଖୋର୍ଦ୍ଧା
“”ଆମେ ଚାଲିଛୁ ଠିକ୍ ବାଟରେ
ତମେ ଶୋଇଛ ଠିକ୍ ଖଟରେ””
ପ୍ରାୟ …ହେଇପାରେ
କିଂତୁ…ବି କିଏ ଯାଣିଛି
ତମେ ଲେଖିଛ_ ତମେ ଜାଣିଛ…
କାରଣ……..
ପ୍ରଥମ ଧାଡିସହ
ଦ୍ବିତିୟ ଧାଡିର
ଅଛି କିଛି
କି ସାମଂଜସ୍ୟତା ?
ପ୍ରାୟ…କିଂତୁ ରେ ଏ ନିଶ୍ଚିହ୍ନ
ମାନବ ବିତାଏ ଜୀବନ
କବି,କବିତାରେ ଲୀନ
ସେହି କିଂତୁପ୍ରାୟରେ
ପୁରା କଟୁଛି ଦିନ
ହଉ ଚଳେଇଦେବା
କ’ଣ ଅଛି?
ଏ କି ଅଦ୍ଭୁତତା
କବିର ଅସ୍ଥିତ୍ବ
ଘନ କୋଳାହଳେ
କବିତା ସ୍ଥିତିତ୍ବ
ପାଠ ଅନ୍ତରାଳେ
ସବୁରେ ଚାଲିଛି
କିଂତୁ….ପ୍ରାୟ …
ଏ ବେ ହିଁ କାଳେ
ହଉଚାଲୁ….
ଚଲେଇବା ନ କରିଚିନ୍ତା
End******************
Astrologer-
Sj.jagannath Das
Bhadrak
ସରଗ ରୁ ଗରୁ ଜନନୀ ଜନମ ଭୁଇଁ
ଜନନୀ ଶବଦ ବିଶ୍ଳଷଣ ହୁଏ ନାହିଁ
କିଏବା ମାପିଛି ଓଜନ କରିଛି ଅବା
କେତେ ଗରୁ କେତେ ଲଘୁ ତା ହୃଦୟ
କେଉଁ ଉପାଦାନେ ଗଢା ।।
ଅଦ୍ଭୁତ ଶଦ୍ଦ ୟେ ଅନେକ ତାତ୍ପର୍ଯ୍ୟ ପୂର୍ଣ୍ଣ
ଜନନୀ ଜନମ ଭୁଇଁ ର ମହତ ଦାନ
ଅନୁରାଗ ତ୍ୟାଗ ନିର୍ବିକଳ୍ପ ଉପାଦାନେ
ନେଇ କି ବିଧାତା ଗଢିଛି ଜନନୀ ରୂପ
ସେ କେଉଁ ଅମୃତ ଲଗ୍ନେ ।।
ବାସନା କାମନା ରହିତ ନିର୍ଲିପ୍ତ ପ୍ରାଣ
ଉଦ୍ଦେଶ୍ୟ ବିହୀନ ଜୀବନ ତା ସମର୍ପଣ
ନିଶଦ୍ଦ ବର୍ଣ୍ଣା ସେ ଅନେକ ଯନ୍ତ୍ରଣା ଯାଡନା
ଅକାତରେ ଜୀବନକୁ କରେ ସମର୍ପଣ
ନାହିଁ ଶୋଚନା ଭାବନା ।।
ଅନାସକ୍ତ ମନ୍ତ୍ର ଭୂଷିତ ଜନନୀ ହୃଦ
ଚିର ଶାଶ୍ଵଦ ସେ ମିଶ୍ରିତ ହର୍ଷ ବିଷାଦ
ସମ ଦୃଷ୍ଟି ସର୍ବେ ବାତ୍ସଲ୍ୟ ମମତା ଭରା
ଜୀବନର ସେତ ପୂଣ୍ୟ ତୋୟା ମନ୍ଦାକିନୀ
ଜ୍ୟୋଚିର୍ମୟ ଧ୍ରୁବ ତାରା ।।
ନିରାଶା ଅନ୍ଧାରେ ଜନନୀ ଆଲୋକ ସମ
ଅଭ୍ୟୁଦୟେ ମମତାର ଅଫୁରନ୍ତ ପ୍ରେମ
ମହିୟାନ ୟେ ପ୍ରକୃତି ସୁନ୍ଦର ଯା’ ପାଇଁ
ପ୍ରତିଷ୍ଠା ଲଭିଛି ବ୍ରହ୍ମାଣ୍ଡେ ୟେ ସେହି ମାତ୍ର
ଜନନୀ ଜନମ ଭୁଇଁ ।।
ଜନନୀ ଜନମ ଭୂଇଁ ସେବାରେ ବ୍ରତି
ଥାଏ ଯେଉଁ ଜନ ଲଭଇ ପରମ ଗତି
ବ୍ରହ୍ମା ବିଷ୍ଣୁ ମହେଶ୍ଵର ସମ ପଦ ପ୍ରାପ୍ତ
ବୋଲି ମୁନି ରୁଷି ବାଣୀ ବେଦରେ ବର୍ଣ୍ଣିତ
ନୁହେଁ ଦୈତ ସେ ଅଦୈତ ।।
ମା ମାତୃଭୂମି ପଦରଜ ମଥା ତିଳକ
ଜନନୀ ଜନମ ଭୂଇଁ ର ମାନ ମହତ
ଗୌରବଶାଳିନୀ ସନ୍ତାନ ସନ୍ତତୀ ଯେତେ
ଶପଥ ନେବାରେ ତାପାଇଁ ଜୀବନ ଆମ
ଉତ୍ସର୍ଗି ବିଭୋର ଚିତ୍ତେ ।।
ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା
(ଭାଗ… ୬ )
(ଏଠାରେ ପ୍ରେମ ଶବ୍ଦର ଅର୍ଥ ଅନନ୍ତ ପ୍ରେମ ବା ଜୀବନ ଦର୍ଶନ ବୋଲି ବୁଝିବାକୁ ହେବ, ଜୀବନ ବା ଜନ୍ମର ସାର୍ଥକ ପ୍ରେମ )
ପାର୍ଥିବ ବସ୍ତୁକୁ ଭିକ୍ଷାସୀ ଭାବରେ
ନୁହେଁ ଅଧିକାର ଭାବ ଯେବେ,
ଭକ୍ତ ଅବା ସ୍ନେହ ତୁଲ୍ୟ ଈଶ୍ୱରଙ୍କ
ପ୍ରେମ ଦୀର୍ଘ ଜୀବୀ ଯୁଗେ ଯୁଗେ ll 1
ଖାଦ୍ୟ ଶରୀରକୁ ପୁଷ୍ଟ କରିଥାଏ
ସ୍ୱଧ୍ୟାୟ ମନକୁ ତୁଷ୍ଟି ଦିଏ,,
ତୁଷ୍ଟି ଯଦି ନାହିଁ ଏ ମର ମଣ୍ଡଳେ
ପୁଷ୍ଟତାର ମୂଲ୍ୟ ନାହିଁ ହାଏ ll 2
ଯେ ଅଟେ ସ୍ୱାଧ୍ୟାୟୀ କୁଶଳି ହୋଇବl
ଭ୍ରମର ପରିକା ଫୁଲ ପ୍ରେମ,,
ବିବେକ, ବିଚାରେ ମହତ୍ୱ ସ୍ୱଧ୍ୟାୟୀ
ଶାସ୍ତ୍ର ଜ୍ଞାନେ ନଥିବବି ଭ୍ରମ ll 3
ଆଚରଣ ଭିତ୍ତିକରି ଭଦ୍ର ଜ୍ଞାନୀ
ଉଚ୍ଚାରଣ ଆଚରଣେ ବିଜ୍ଞ,
ସ୍ୱଧ୍ୟାୟ ତପସ୍ୟା ସଂପୂର୍ଣ୍ଣ ବିଶ୍ରାମ
ସୁ ପୁରୁଷ ହୋଇ ହୁଏ ଅଜ୍ଞ ll 4
ଶୋଇଲେ ଶରୀର ବିଶ୍ରାମ ପାଇବ
ମନ ର ବିଶ୍ରାମ ବିଭୁ ଚିନ୍ତା,,
ଜୀବନର ଶେଷ ଲକ୍ଷ୍ୟ ତାହା ହେଉ
ସିଦ୍ଧlନ୍ତବାଦୀ ଏହା ସତ୍ତା ll 5
ସିଦ୍ଧାନ୍ତବାଦୀ ଯେ ବ୍ୟକ୍ତିତ୍ୱ, ଵିଵେକୀ
ସମ୍ମାନୀୟ ମହା ଅନୁଭବୀ,,
ତା’ସୃଜନତା ପଣ ଅମୃତବିନ୍ଦୁ ରେ
ଅଧ୍ୟାତ୍ମ୍ୟ ସାହିତ୍ୟ ବେଦ ଭେଦୀ ll 6
ଭୋଗରେ ସଂଜମ ଅଛି ପ୍ରୟୋଜନ
ଅପ୍ରାପ୍ତିର ଜ୍ୱଳା ଅସନ୍ତୁଷ୍ଟ,,
ଅପେକ୍ଷା ଚୋରାଏ ଆତ୍ମସମ୍ମାନକୁ
ଭୌତିକ ସୁଖ ଆଣେ କଷ୍ଟ ll 7
ନିଜ ଆବଶ୍ୟକତା କମାଇ ଦେବା
ବୈରlଗମୟlନନ୍ଦ ପ୍ରାପ୍ତି,,
ପ୍ରତିକ୍ରିୟା ଯେ ପ୍ରକlଶ ନକରିବା
ଦୁଃଖ, ସନ୍ତାପ ରୁ ମିଳେ ଶାନ୍ତି ll 8
କଣ୍ଟା ଗଛେ ପୁଲ ପ୍ରତ୍ୟୟ ନିଶ୍ଚିତ
ପ୍ରାପ୍ତିରେ ଦଂଶନ ହସି ସହେ,,
ଅନୁରୂପ ଭାବେ ଆମ ପରିବେଶେ
ବାଧା, ବିଘ୍ନ ପ୍ରେମ ଭରିଦିଏ ll 9
ନିରାଶା ଓ ପରାଜୟର ଗ୍ରହଣ
ସ୍ବର୍ଣ୍ଣ ତୁଲ୍ୟ ମନ ମାନେ ଆଗେ,,
ଜନ୍ମ ପରେ ମୃତ୍ୟୁ ବନ୍ଧା ଅବନୀ ରେ
ପ୍ରେମ ଦୀର୍ଘ ଜୀବୀ ଯୁଗେ ଯୁଗେ ll 10
ରଚନା ଓ ଶବ୍ଦ ସଜ୍ଜା… ଶରତ ଚନ୍ଦ୍ର ପଣ୍ଡା (ପାଗଳ ), ଯାଜପୁର
ଓଡ଼ିଆ ଅନୁବାଦ… ନିଳିମା ପଣ୍ଡା (ଚୁମୁକି )
ମୂଳ ଇଂରେଜୀ ରଚନା… ଅଶୋକ ପୁହାଣ
ନୀଳ ଅମ୍ଵର ଗମ୍ଭୀର ଭାବ କଳା ମେଘ ଆବରଣେ
ପହିଲି ଆଷାଢେ ଦୃଶିତ ହୋଇଲେ ପୁଲକିତେ ଘନ ବନେ
ଚନ୍ଦ୍ରିକା ତୋଳି ନୃତ୍ୟ ବିଭୋର ବନାନୀ ର “ଲତା କୁଞ୍ଜ
ତଳେ” ଅଜାଣତେ ମଣ୍ଡିତ କରି ଦେଇଥାଏ ଅହିଭୁଜ
ଏଇତ ଶାଶ୍ଵତ ପ୍ରେମ
କେଉଁ କଳାକାର କରିଲା ଏମିତି ବିଚିତ୍ର ଚିତ୍ର ଭିଆଣ ।।ଆକାଶେ ବିଭାସେ ପ୍ରଭାକର ପ୍ରଭା ପ୍ରଭାତେ “କୋମଳ କର
ପାଇ” ସରସୀରେ ସରସୀଜ ହସେ ପାଖୁଡା ମେଲାଇ ତାର
ଆଖି ଲାଖି ଯାଏ ଆହାକି ସୁନ୍ଦର ଦୁଧ ଅଳତାର ରଙ୍ଗ
ସତେ ବାଳ ଭାନୁ ବିହାର କରନ୍ତି ପ୍ରଲୁବ୍ଧ ହୋଇ ତା ସଙ୍ଗ
ଏଇତ ଶାଶ୍ଵତ ପ୍ରେମ
ଅତୁଳନୀୟ ଏ ନୈସର୍ଗୀକ ଭାବ ବିଧାତାର ଦିବ୍ୟ ଦାନ ।।ସଞ୍ଜୁଆ ଆକାଶେ ହସେ ଯେବେ ଶଶି ଝରେ କି ଅମୃତ ଧାରା
ଶୀତଳ କୌମୁଦୀ ଝରା ଝରଣା ରେ ଶୀତଳିତ ହୁଏ ଧରା
ପୁଷ୍କରିଣୀ ଜଳ ତରଙ୍ଗେ ଖେଳଇ ଢଳିଢଳି କୁମୁଦିନୀ
କୁମୁଦ ବାନ୍ଧବ ପ୍ରଣୟ ପରସେ ହସି ହସାଏ ମେଦିନୀ
ଏଇତ ଶାଶ୍ଵତ ପ୍ରେମ
ସ୍ଵର୍ଗୀୟ ପ୍ରେମ ୟେ ଚିର ଶାଶ୍ଵତ ଅଲୌକିକ ଜାଗରଣ ।।ବସନ୍ତ ଆସିଲେ ମଳୟ ପ୍ରବାହେ ପ୍ରକୃତି ତଲ୍ଲିନ ହୁଏ
ସବୁଜ ବନାନୀ ବୃକ୍ଷ ଲତା ନବ ପଲ୍ଲବ ରେ ଭରି ଯାଏ
କୃଷ୍ଣଚୂଡା ମଧୁ ମଳତୀ ଶାଳ୍ମଳୀ ପଳାଶ କୁସୁମ ରାଗ
ଦେଖି ପ୍ରଜାପତି ଉଡି ବୁଲେ ରଙ୍ଗେ ଗୀତ ଗାଉଥାଏ ଭୃଙ୍ଗ
ଏଇତ ଶାଶ୍ଵତ ପ୍ରେମ
ଅବର୍ଣ୍ଣନୀୟ ଏ ଅଦ୍ଭୁତ ସୌନ୍ଦର୍ଯ୍ୟ ପ୍ରଫୁଲ୍ଲିତ ମନ ପ୍ରାଣ ।।ମାଆ ଅନ୍ତଚିରି ଶିଶୁ ଜନ୍ମ ଦିଏ ମରଣାନ୍ତକ ଯନ୍ତ୍ରଣା
ସହି ଥାଏ କୋଳେ ସନ୍ତାନ କୁ ପାଇ ଭୁଲିଯାଏ ତା ବେଦନା
ରକତକୁ ଦୁଗ୍ଧ କରି ଶିଶୁ ମୁଖେ ଦେଇ କି ଆନନ୍ଦ ପାଏ
କୋମଳ କମଳ ସଦୃଶ ଶିଶୁର ମୁଖ ଦେଖି ହସୁଥାଏ
ଏଇତ ଶାଶ୍ଵତ ପ୍ରେମ
ନିଜ ସୁଖ ଭୁଲି ସନ୍ତାନ ପାଇଁ ତା ଉତ୍ସର୍ଗୀକୃତ ଜୀବନ ।।ବୃଷଭାନୁ ଜେମା ନନ୍ଦ ସୁତ କାହ୍ନା ଅମୀୟ ଭାବ ପୀରତି
ବିମଳ ଆନନ୍ଦ ନିଷ୍କାମ ପ୍ରେମର ପ୍ରଜ୍ୟୋଳିତ ଦିବ୍ୟ ଜ୍ୟୋତି
ଯୁଗ ଯୁଗ ପାଇଁ ଅଲିଭା ଅକ୍ଷରେ ଯାଜୋଲ୍ୟ ମାନ ଏ ଭାବ
ସୁବର୍ଣ୍ଣ ପ୍ରତିମା ସଙ୍ଗେ କଳା କାହ୍ନା ନିୟତି କଲା ସଂଯୋଗ
ଏଇତ ଶାଶ୍ଵତ ପ୍ରେମ
ନୈସର୍ଗିକ ଏହି ସ୍ଵର୍ଗୀୟ ପ୍ରେମ ତ ନିତ୍ୟ ସତ୍ୟ ଅମୃତିମ ।।ଚିର ଶାଶ୍ଵତ ଏ ବନର ମୟୂର ଆକାଶର ନୀଳ ମେଘ
ଚିର ଶାଶ୍ଵତ ଏ ସୂର୍ଯ୍ୟ ରଶ୍ମି ସଙ୍ଗେ ପଦ୍ମିନୀ ର ପ୍ରେମ ଭାବ
ଚିର ଶାଶ୍ଵତ ଏ ଇନ୍ଦୁ କୁମୁଦିନୀ ମଳୟ ଝରା ବସନ୍ତ
ମାତା ସନ୍ତାନର ବାତ୍ସଲ୍ୟ ମମତା ପ୍ରେମ ସତେ କି ଅଭେଦ
ଏଇତ ଶାଶ୍ଵତ ପ୍ରେମ
କୃଷ୍ଣ ପ୍ରେମେ ରାଧା ନିଷ୍କାମ ପ୍ରେମର ଭାବୋଛ୍ଵାସ ବିଦ୍ୟଦାନ ।।
ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା
ତୁମେ ହନୁମାନ ସବୁ ଜ୍ଞାନ ଆଧାର
ତମ ଦିବ୍ୟ ରୂପେ ଚଳାଅ ଏସଂସାର
ଶ୍ରୀ ରାମଙ୍କ ଭକ୍ତ ବୀର ହନୁମାନ
ନାମ ଯେ ତୁମର ଅନେକ
କେଉଁ ନାମ ଧରି ଡାକିବି ତମକୁ
ପାରୁନି ମୁଁ ତ ଜାଣି
ଅଞ୍ଜନା ଗର୍ଭରୁ ଜନମିଲ ତୁମେ
ନାମ ଯେ ରଖିଲେ ବୀର ହନୁମାନ
ଶଙ୍କଟକୁ ତୁମେ ତାରି ଦିଅ ବୋଲି
ନାମ ଯେ ରହିଲା ସଂକଟମୋଚନ
ଶିବଙ୍କର ଏକାଦଶ ରୁଦ୍ର ଅବତାର
ପୌରାଣିକରେ ଉଲ୍ଲେଖ ହେଲା ତୁମର ।
ଶ୍ରୀରାମ ଦୂତ ଶ୍ରୀ ରାମ ଭକ୍ତ
ଛାତି ଚିରି ଦେଖେଇଲ ରାମ ସୀତା ଲକ୍ଷ୍ମଣ
କାନ୍ଧ ବସାଇ ପାରିକରିଲ
ସେତୁବନ୍ଧ ତୁମେ ଗଢିଣ ଦେଲ
ରାମଙ୍କ ଆଙ୍ଗୁଠି ସାଙ୍ଗରେ ଧରି
ପାରି ହେଲ କେତେ ସମୁଦ୍ର ମନ୍ଥନ
କେତେ ଅସୁରଙ୍କୁ କଲ ଯେ ବଦ୍ଧ
ପହଞ୍ଚିଲ ଯାଇ ମାଆର ପାଶେ
ଦେଖିଲ ସୀତା ମାତା ଅଛନ୍ତି କେମନ୍ତେ
ଦେଖି ମାତାଙ୍କୁ ଅଶୋକ ବାଟିରେ
ଆଖି ଛଳଛଳ ହୋଇଲା ତୁମରି।
ଆଙ୍ଗୁଠି ଦେଲ ମାତା ସୀତାଙ୍କୁ
କହିଲ ପ୍ରଭୁ ପଠେଇଛନ୍ତି ତୁମ ପାଖକୁ
ଦେଖି ସୀତା ମାତା ହୋଇଲେ ଖୁସି
କହିଲେ ମାତାଙ୍କୁ ପ୍ରଭୁ ଆସିଛନ୍ତି
ରାବଣ ଦୁତ ବାନ୍ଧି ହନୁମାନଙ୍କୁ
ନେଇଗଲେ ଅଶୋକ ବନ
ଆମ୍ବ, କଦଳୀ ତୋଳି ଖାଇଲେ
ବଡ ମହାଦ୍ରୁମକୁ ଉପାଡ଼ି ଫୋପାଡିଲେ
କହିଲେ ଅସୁରଙ୍କୁ ମୋତେ ଛାଡ଼ିଦିଅ
ସର୍ବନାଶ କରିଦେବି ଏହି ଅଶୋକବନ।
ବାନ୍ଧି ପର ନେଇଗଲ ରାବଣ ପାଖେ
ଦେଖ ମହାରାଜା ଏହି ହନୁମାନଙ୍କୁ
ଧିକାର କଲେ ରାବଣ ବାନରକୁ।
ଲାଙ୍ଗୁଡେ ଲଗାଇ ନିଆଁ ହୁଳାକୁ
ପୋଡ଼ି ନାଶ କଲେ ଲଙ୍କାଗଡକୁ
ରାବଣ ଦେଖି ଆଶ୍ଚର୍ଯ୍ୟ ହେଲେ
ଛାଡିବି ନାହିଁ ଏହି ବାନରକୁ।
ଶରସର୍ଯ୍ୟା ହୋଇ ଲକ୍ଷଣ
ଆଦେଶ ଦେଲେ ପ୍ରଭୁ ଶ୍ରୀରାମ
ସୂର୍ଯ୍ୟ ଉଦୟ ପୂର୍ବରୁ କିଏ ଆଣିଦେବ ଔଷଧମୂଳ
ହନୁମାନ ଆଣିଲେ ଗନ୍ଧମାର୍ଦନ ପର୍ବତ
ଭଲ ହୋଇଯିବ ମୋ ଭାଇ ଲକ୍ଷ୍ମଣ।
କେତେ ଅସୁରଙ୍କୁ କରି ନିର୍ଦ୍ଧନ
ମହାବୀର ବୋଲି ନାମ ରଖିଲେ।
ମାମି ପାତ୍ର ତିହିଡି ଭଦ୍ରକ
ନାରୀ ସିନ୍ଥିରେ ଲାଗିଲେ ସିନ୍ଦୂର
ହୋଇଯାଏ ସେ ସୁହାଗୀନି ତାର
ସୁଖ ,ଦୁଃଖ ପାଦରେ ପାଦ ଥାପି କରି ସଂସାର
ସ୍ୱାମୀର ମଙ୍ଗଳ ପାଇଁ କରେ ଉପାସ ବାର।
ଥିଲା ଯେବେ ବାପଘରର ଝିଅ
କେତେ ଅଲିଅଳି ରେ କାଟିଥାଏ ଜୀବନ
ବିବାହ ବୟସ ପାଖେଇ ଆସିଲା
ପିତା ମାତା ଦୁହେଁ ଖୋଜିଲେ ବର
ବିବାହ ବନ୍ଧନରେ ବାନ୍ଧି ସେ ଦେଲେ।
ପର ହୋଇଗଲା ଏନ୍ତୁଡ଼ିଶାଳ
ନିଜର ହେଲା ଦୁଇ ଶ୍ମଶାନ
ପର ଘରକୁ ନିଜର କଲା
ପଛ ସ୍ମତିସବୁ ମନେ କାଢିଲା
ସାଙ୍ଗ ସାଥି ସବୁ ଭୂଲି ସେ ଗଲା।
ମଥାରେ ସିନ୍ଦୂର ହାତରେ ଶଙ୍ଖା
ସଂସାର ବନ୍ଧନ ରେ ବାନ୍ଧି ସେ ହେଲା
ଆସୁ ଯେତେ ପଛେ ପ୍ରଳୟ ମାଡି
ସାମ୍ନା କରିବି ଆଗକୁ ମାଡି
ମଙ୍ଗଳକମନା ପାଇଁ ଜାଳିବି ଦୀପ
ସୁହାଗୀନି ହୋଇ ମଶାଣି ନେବ
ଐଶ୍ୟଲକ୍ଷଣି ହୋଇ ଡେଙ୍ଗୁରା ବାଜିବ।
ମାମି ପାତ୍ର
ତିହିଡି,ଭଦ୍ରକ
ଦୁଃଖ ମୋ ଭାଗ୍ୟ ରେ ଅଛି
ବୁଲି କହୁଛି
କିଂତୁ ଭାଗ୍ୟ ଟା କଣ ମୁଁ
ଜାଣିନି କିଛି…
କରଣୀ ର ଫଳ ସଦା
ବେଳେ ପାଉଛି
ଭାଗ୍ୟ ବୋଲି କହି ଦୋଷ
ମୁହିଁ ଦଉଚି..
ବାଳୁଙ୍ଗା ବୁଣିଲେ ଭାଇ,
କଣ ଫଳିଛି ?
ଏହା ସବୁ ଯାଣି ଭାଗ୍ୟ
ଅଛି କହୁଛି…
ଦୁଃଖ ଓ ସୁଖ ଅଛି ତ
କାମନା କଲେ
କରିକି ଭୋଗୁଛ ସବୁ
ଇଛା ଟା କଲେ
ଭଲ କାମ କଲେ ଭଲ
ଫଳ ମିଳିଥାଏ
ଖରାପ କର୍ମରେ ବାସ୍ନା
ଦୁର ଦୁର ଯାଏ
କିଛି କର୍ମ ଅଛି- ଫଳ
ନାହିଁ କିଛି ଏଠି
ସଂଚୟ ହେଇକି ଭାଇ
ରହିଛି ବି ସେଠି
ଆର ଜନ୍ମ କୁ ଭୋଗିବୁ
ଥାଆ ତୁ ଯୋଉଠି
ଭାଗ୍ୟ ବୁଲି କହୁଥିବୁ
ବୁଲିକି ସେମିତି
ତୋହରି କରଣୀ ଫଳ
ତୁ ଆଜି ଭୋଗୁଛୁ
କେହି ତୋତେ ଭୋଗଊନି
ଭାଗ୍ୟ ତ କହୁଚୁ
Jyotirbit-
Sj. Jagannath Das
Bhadrak
କୋହଂ ରୁ ଆରମ୍ଭ ଷଠୀଘର ପରା
ଅହଂ ରେ ଜଳଇ ଜୁଇ ,
ଅସାର ସଂସାରେ ନଶ୍ବ ଶରୀରେ
ଅହଂକାର କାହାପାଇଁ ।୧
ଜୀବନ ଯୌବନ ନୁହେଁ ଚିରସ୍ଥାୟୀ
କିମ୍ପାଇ ଏତେ ବଡିମା ,
କାମନା ଅନଳେ ଜଳିଯିବ ଦିନେ
ଅହଂକାରୀର ସବୁ ଭାବନା ।୨
ମାନବିକତା କୁ ବଳି ଦେଇ ଯିଏ
ଗର୍ବରେ ବାଟ ଚାଲଇ ,
ତୁଚ୍ଛ ମଣେ ଯେଣୁ ବନ୍ଧୁ ପରିଜନେ
ସୁ ପଥ ଯାଏ ଦୂରେଇ ।୩
“ମୁଁ” “ମୋର” କହି ଇର୍ଷା ରେ ଜଳଇ
ଆପଣାକୁ କରି ପର ,
ଅନ୍ତର ଦହଇ ଟାଣ କଥା ତା’ର
ଭାଙ୍ଗଇ ସୁଖ ସଂସାର ।୪
ଅହଂକାର ଭାଙ୍ଗେ ସମ୍ପର୍କର ସେତୁ
ନିଃସଙ୍ଗ ହୁଏ ଜୀବନ ,
ମାନବିକତା କୁ ଜଳାଞ୍ଜଳି ଦେଇ
ସଭିଙ୍କୁ ମଣଇ ନ୍ୟୁନ ।୫
ଜୀବନ ଏ ପରା ଦୁଇ ଗୋଟି ନିଆଁ
ଅହଂ ଠୁ ରହ ଦୂରେଇ ,
“ସୋହଂ” “ସୋହଂ” ମନରେ ଉଚ୍ଚାରି
ସଂସାର ହୋଇଯା ପାରି ।୬
ଖାଲି ହାତେ ଆସିଥିଲୁ ଏ ଜଗତେ
ଖାଲି ହାତେ ଯିବୁ ଫେରି ,
କାମ କ୍ରୋଧ ଲୋଭ ହୋଇବ ପାଉଁଶ
ତମିସ୍ରା ଯିବଟି ଅପସରି ।୭
ସସ୍ମିତା ଷଡ଼ଙ୍ଗୀ, ଭୁବନେଶ୍ୱର
ମାଆ ଦେଇଥାଏ ଅନ୍ତ ଫାଡ଼ି ଜନ୍ମ
ଭାଗ୍ୟ ତ ନ ଥାଏ ଦେଇ ,
ଲଲାଟ ଲିଖନ ନ ହୁଅଇ ଆନ
ଏନ୍ତୁଡ଼ିଶାଳ ରୁ ଜୁଇ ।୧
କୀଟ ରୁ ପତଙ୍ଗ ପଶୁ ଠାରୁ ପ୍ରାଣୀ
ହେଉ ମାନବ ଜୀବନ ,
ମାୟା ସଂସାରରେ ପ୍ରତି କ୍ଷଣେ ଘଟେ
ଭାଗ୍ୟ ର ପରିବର୍ତ୍ତନ ।୨
ସ୍ବୟଂ ଭଗବାନ ଭାଗ୍ୟ ର ବିଧାତା
ଜନମି ଏ ଧରାତଳେ ,
ଭାଗ୍ୟ ହାତରେ ସମର୍ପିଥିଲେ ନିଜକୁ
ଦୁଃଖଶୋକ ଭୋଗିଥିଲେ ।୩
ଘଟିବାକୁ ଯାହା ଅଛି ଏ ଜୀବନେ
ସମୟ ସାଥେ ଘଟିବ ,
ଏ ଧନ ସଂପତ୍ତି ଗର୍ବ ଅହଙ୍କାର
କ୍ଷଣିକେ ପାଉଁଶ ହେବ ।୪
ବିହି ଲେଖିଅଛି କପାଳରେ ଯାହା
ଅବଶ୍ୟ ଫଳିବ ଦିନେ
ସୂର୍ଯ୍ୟୋଦୟ ଆଉ ସୂର୍ଯ୍ୟାସ୍ତ ପରାଏ
ବଦଳି ଯାଏ ଜୀବନେ ।୫
ରାତିକ ଭିତରେ ରାଜା ହୁଏ ରଙ୍କ
ରଙ୍କ ହୋଇଯାଏ ରାଜା ,
କାହାପାଇଁ ମନ ଏତେ ରେ ବଡିମା
ବିଧାତା ହାତେ ତୁ ପ୍ରଜା ।୬
ବାଆ ବତାସରେ କେବେ ଦୋହଲିବ
ତୋର ଏ ଛପର ଖଣ୍ଡି ,
ଅଣଚାଶ ବାଆ ଦେଇଯିବ ଦଗା
ସମ୍ପର୍କ ଯିବରେ ଛିଣ୍ଡି ।୭
କାହା ଭାଗ୍ୟ ଭୋଗ ଦେଖି ହସ ନାହିଁ
କାଲି ତୋ ଦିନ ଆସିବ ,
ତୋର ହସ କାନ୍ଦ ଲଲାଟ ଲିଖନ
ନିଶ୍ଚିତ ଦିନେ ଫଳିବ ।୮
ସସ୍ମିତା ଷଡ଼ଙ୍ଗୀ, ଭୁବନେଶ୍ୱର
ଅହଂକାର ଅଟେ ସଖୀ
ନର୍କୀୟ ଦୁର୍ଗଂଧିନୀ
ଧ୍ବଂସର କାରଣ ସେହି
ଦୁଃଖିୟ ସୈାଗଂଧିନୀ
ଅହଂକାର ଭରିଥିଲା
ରାବଣର ପ୍ରାଣେ
ଏହି ଅହଂକାର ପୁଣି
ଦୁର୍ଯ୍ୟୋଧନ ଯାଣେ
ସବୁ ନାଶି ଥିଲେ ବିଭୁ
ଅନନ୍ତ ଗୋସାଇଁ
ନାଁ ରୁକ୍ଷ ବା ଅହଂ ଦକ୍ଷ
ଏଥେଇଁ ଅଛଇ
ଅହଂକାର ସ୍ବପ୍ନ ଥରେ
ବଳିଦେଖିଥିଲା
ପ୍ରଭୁଂକର କୃପା ବଳେ
ପାତାଳେ ରହିଲା
ପର୍ଶୁରାମ ସେ ଦିନତ
ଅହଂ ରେ ଗର୍ଜିଲା
ନିମିଷକେ ଚୁରିଦେଲେ
ବନକୁ ଗମିଲା
କେତେ ବଳି ମହାବଳି
ଅହଂ ତାଙ୍କ ନାହିଁ
ସବୁନାଶି ଦେଇଛନ୍ତି
ପ୍ରଭୁ ଭାବ ଗ୍ରାହୀ
ଅହଂ ର ପିଠ ଥିଲା
ରୋମ ର ସହର
ବିଳପି ଛାଡୁ ଥିଲେ ଡାକ
ଆହତ ଅନ୍ତର
ନିମିଷକେ ଧ୍ବଂସଗଲା
ଏ ବିଷ ସହର
ଖାଉଥିଲେ ସବୁଦିନେ
ଅହଂ ରେ ଜହର
ଅହଂ ରେ ଅନ୍ଧ ହେଲେ
ଜ୍ଞାନ ଶୂନ୍ୟ ହୁଏ
ଅଜ୍ଞାନତା ବଶେ ସିଏ
ଅକାଳେ ରେ ଯାଏ
ଅହଂ କରି ଆଜି କେହି
ଭଲ ରେ ତ ନାହିଁ
ଦୁର୍ଗୁଣ ଗାଇଛି ଶାସ୍ତ୍ର
ଇତିହାସ ବହି..
ଅହଂ ଛାଡି ଦେଲେ ଆମ୍ଭେ
ଦମ୍ଭ ରେ ବଂଚିବା
ବଂଚିବାକୁ ହେଲେ ଏବେ
ଠିକ ରେ ବଢିବା..
End ******
Jyotirbit –
Sj. Jagannath Das
Bhadrak
ହୁଅ ହୁସିଆର,ଆହେ ସରକାର
ଆଗକୁ ବିପଦ ଘନେଇଲା,
କିଛି ଦିନ ପାଇଁ, ଛାଡି ଯାଇଥିଲା
ପୁଣି କରୋନା ଲେଉଟିଲା।।
ସମ୍ପୁର୍ଣ୍ଣ ମନରୁ, ଲିଭିନି ସେ ଦୁଃଖ
କରୋନା ଟା ଆସୁଅଛି ମାଡ଼ି,
କିଏ କେତେବେଳେ,ପଡି ତା ହାଵୁଡେ
ଯିବ ପରିବାର ବନ୍ଧୁ ଛାଡି।।
କେତେ ଯେ ବିପଦ, ସୃଷ୍ଟି କରୁଥିଲା
ପ୍ରତି ପରିଵାରେ କୋଳାହଳ,
ପୁଣି ସେ ଆସୁଛି,ଵିଭିଷିକା ସୃଷ୍ଟି
କରି ଶୁଣାଇବ ଆହାଃ କାର।।
କେତେ ବା ସତର୍କ,ରହିବା ଆମେରେ
ଘରୁ ନ ବାହାରି ବସି ରହି,
ଚଳିବ କି ବାବୁ, ସଂସାର ଆମର
ପିଲାଛୁଆ ସର୍ଵେ ଏକ ହୋଇ।।
ଇଂଜେକସନ ନେଲୁ,ତିନି ତିନି ଗୋଟି
ତଥାପି କହନ୍ତି ଲାଭ ନାହିଁ,
କାହାକୁ ସେ ଆସି,ନେବ ପୁଣି ଝାମ୍ପି
ପ୍ରଭୁ କୃପା ଛଡ଼ା କିଏ କାହିଁ।।
ବାହାର ଦେଶର, ଲୋକଙ୍କୁ ଜଗିଥା
ବିନା ପରୀକ୍ଷାରେ ଛାଡ ନାହିଁ,
ଆହେ ସରକାର,କର ପ୍ରତିକାର
କରୋନା ନିଶ୍ଚିତ ଦେଵ ଖାଇ।
ଅମ୍ଳଜାନ କିଛି, ଆଗେ ରଖିଥାଅ
ଦରକାର ବେଳେ କାମ ଦେଵ,
ଆଗରୁ ସତର୍କ, ନହେଲେ ଅନେକ
ନିରିହ ଜନତା ପ୍ରାଣ ଯିବ ।
ଆହେ ଜଗନ୍ନାଥ,ନ କର ଅନାଥ
ଏ ରୋଗକୁ ରୋକ ଚକ୍ରଧାରୀ,
ଆଉ ବିଭୀଷିକା, ସୃଷ୍ଟି କର ନାହିଁ
କରୋନା ଜୀବାଣୁ ଦିଅ ମାରି।
ସଭିଏଁ ଏହାକୁ, ବିଚାର କରିବ
ମୁକାଵିଲା ଵେଳ ଆସିଗଲା,
ହୁସିଆର ହୁଅ,ସବୁ ପୁଅ ଝିଅ
ପୁଣି କରୋନା ଲେଉଟିଲା।।
ଅଶୋକ କୁମାର ପତି, ଦହିଗାଁ
42 mouza, CTC.
ସ୍ଵପ୍ନିଳ ରଜନୀ କୋଳେ
ଜୋଛନା ଲହରି ତୋଳେ
କୋଣାର୍କର ଶୀତଳ ବୁକୁରେ
ଅପରୂପା ସୁକୁମାରୀ
ସାଜି ପ୍ରୀତି ଅଭିସାରୀ
ଶୀଳାପଦ୍ମ ଚନ୍ଦ୍ରଶାଳା ପୁରେ ।।ଚପଳ ଛନ୍ଦାର ଛନ୍ଦ
ମିଳନର ଅନୁବନ୍ଧ
ପ୍ରଣୟର ମୁଗ୍ଧ ଅନୁସୂଚୀ
ପ୍ରୀତିର ମହ୍ଲାର ତୋଳେ
ବିମୁଗ୍ଧ ଅନ୍ତର ତଳେ
ବେଳା ଚୁମେ ଯଉବନ ବିଚି ।।ସପନ ବିଭୋର ରାତି
ମୂର୍ଚ୍ଛନା ର ମଧୁଗୀତି
ବୁକୁତଳେ ପ୍ରୀତି ସୁଧା ଝର
ପ୍ରଣୟ ମଗନ ମନ
ପ୍ରତୀକ୍ଷା ର ତପୋବନ
ପ୍ରୀତିର ସେ କାଞ୍ଚନ ଜଙ୍ଘାର ।।ମନ ତାର ପ୍ରୀତିମୟ
ତା ଚିର ଇପ୍ସିତ ପ୍ରିୟ
ଆସିବ ଏ ରଙ୍ଗଶାଳା ପୁରେ
ସପନର ସୌଦାଗର
ଚୁମିବ ରଙ୍ଗ ଅଧର
ପବିତ୍ର ଏ ପ୍ରଣୟ ବେଦିରେ ।।ସପନ ଅଳସ ଭାଙ୍ଗେ
ବିରହିଣୀ ରାତି ଜାଗେ
ପ୍ରତୀକ୍ଷାରେ ଅମିତ ଛଳନା
ଆସିଲେନି ପ୍ରିୟତମ
ପ୍ରତାରଣା ହେଲା ପ୍ରେମ
ବିଧୁରା ଏ କୋଣାର୍କ ଲଳନା ।।ନୁହଇଁତ ତା ଜୀବନ
ପ୍ରୀତିଫୁଲ ପଦ୍ମବନ
ରସମୟ ଅଭିସାର ପାଇଁ
ଗଢିଦେଇ ଥିଲା ଶିଳ୍ପୀ
ଅନୁପମ ରୂପ କଳ୍ପି
ଅଭିଶପ୍ତ ଯଉବନ ଦେଇ ।।ମରିଛି ମନର ତୃଷା
ପ୍ରଣୟର ନୀଳ ଆଶା
ଶୂନ୍ୟ ଆଜି ତା ମନ ଅଗଣା
ପାଷାଣୁ ଜନମ ତାର
ପାଷାଣର ଅଭିସାର
ପାଷାଣ ହିଁ ତା ଶେଷ ଠକଣା ।।କେଉଁ ଅଭିଶାପ ଫଳେ
କ୍ରୂର କାଳ କୋପାନଳେ
ବିସ୍ମୃତିର ଏ ସମାଧି ତଳେ
ହାରିଛି ଜୀବନ ବାଜି
ପଷାଣି ଅହଲ୍ୟା ସାଜି
ଜଳୁଅଛି ବିଦଗ୍ଧ ଅନଳେ ।।
ବେଣୁଧର ସୂତାର
କେଶଦୁରାପାଳ କେନ୍ଦୁଝର
ଦୂରଭାଷ -୯୧୭୮୫୬୮୨୪୬
ପଥର ଦେଉଳେ ରୁହ ପଥର ଟେକା,
ପଥରେ ପଥର ଟିକୁ କଲ ନାୟିକା ,
ଭାସୁ ଅଛି ଭବ ଜଳେ,
ଡାକେ ମୁଁ ପ୍ରାଣ ବିକଳେ,
ଅଥଳ ସାଗରେ ବୁଡି ଯାଏ ନଉକା।0ମିଛ ମାୟା ସଂସାରକୁ ଆଣିଲ ମୋତେ,
ଷଢରୀପୁଙ୍କ ଯାତନା ସହିଲି କେତେ,
କେତେ ଲାଭ କେତେ କ୍ଷତି,
ଜାଣ ତୁମେ ଲକ୍ଷ୍ମୀ ପତି,
ଆସି ଥିଲି ଏକୁଟିଆ ଯିବି ମୁଁ ଏକା।1ପଥର ଦେଉଳେ ରୁହ ପଥର ଟେକା,
ପଥରେ ପଥର ଟିକୁ କଲ ନାୟିକା ।।ଫେରିବାକୁ ହେବ ମୋତେ ଜାଣିଛି ମୁହିଁ,
ରହିଛି କଳା ସାଆନ୍ତ ତୁମକୁ ଚାହିଁ,
ଅନ୍ତ କାଳେ ଦରଶନ ,
ଦେବ ହେ ଚକାନୟନ,
ତୁଣ୍ଡକୁ ମୋ ମିଳୁ କଇଵଲ୍ୟ କଣିକା ।2ପଥର ଦେଉଳେ ରୁହ ପଥର ଟେକା,
ପଥରେ ପଥର ଟିକୁ କଲ ନାୟିକା,
ଭାସୁ ଅଛି ଭବ ଜଳେ,
ଡାକେ ମୁଁ ପ୍ରାଣ ବିକଳେ,
ଅଥଳ ସାଗରେ ବୁଡି ଯାଏ ନଉକା।0ଅଶୋକ କୁମାର ପତି, ଦହିଗାଁ
42 mouza, CTC.
ଧୂପ ପରି ଦହି
ଆପଣକୁ ଆମେ
କରିବା ପୁରା ଯେ ଗନ୍ଧ ଭରା
ଆମରି ସୁଯଶ –
ବସୁ-ଆଭରଣେ
ବସୁମତୀ ହେବ ବସୁନ୍ଧରା…
ଭରା ଗ୍ରୀଷମ ରେ
ହେବ ଧାରପାତ
ଧରା ରେ ଝରିବ ବାରମ୍ବାର
କ୍ଲାନ୍ତ ନୟନେ
କୃଷକର ନାହିଁ
ଚାଷ ଭଲ ହେବ ଏଈ ଥର
ସରବେ ଜାଣନ୍ତି
ବସନ୍ତ ମାସରୁ
ଆରମ୍ଭକରିଲେ ବର୍ଷା ଧାର
ଏସନ ଚାଷ ରେ
ଭଲ ଫଳ ଫଳେ
ଖୁସି ତ ଲାଗିବ ମର୍ତ୍ୟ ର..
ସଞ୍ଜ ଧୂପ ଛାଇ
ରହିଥିବ ଘେରି
ପଲ୍ଲୀ କୋମଳ ଏ ଲତା ରେ
ଝିନ ପଣତ ରେ
ଢାଙ୍କି ତା ସୁତନୁ
ପ୍ରାଣେ ପବିତ୍ର ତା ଅତି ଭରେ
ଛାୟା ଆଲୋକ ର
ମିଳନ ମଧୁର
ପ୍ରେମାନନ୍ଦରେ କମ୍ପେ ମନ
ସୁକର୍ମେ ସୁଫଳ
ରଖିଛନ୍ତି ହରି
ପ୍ରକୃତି ର ଏ କି ସ୍ତମ୍ଭନ…
Jyotirbit-
Sj. Jagannath Das
Bhadrak
ବସିଥିଲି ତରୁ ତଳେ ମୁଁହି
ଦେଖେ ପ୍ରକୃତିର ଚାରୁ ଶୋଭା
ବାତ ବେଗରେ ଭାଙ୍ଗିଗଲା କାଉଁରିଆ
ପୋତିଲାନି ନିଜର ମଥା।ତୁଳସୀଟିଏ ପାଦତଳେ ରହି
ବଢ଼ାଉଛି କାଳିଆର ଶୋଭା
ସେଇ ପତ୍ର ପୁନଃ ଦୂର କରେ
ଜ୍ଵର, କାଶ ସବୁରି ବ୍ୟଥା।କାହିଁ ମନେପଡେ ଆଜି
ଶିଶିର ବାବୁଙ୍କ କଥା।
ସମାଜ ସେବୀ ସେ ,
ସମାଜ କରୁଛି ତାଙ୍କ ଚର୍ଚ୍ଚା।ଟିକେ ଅହଂଙ୍କାର ପାଇଁ
ସବୁ ଛାଡ଼ିଗଲେ ଆଜି
ଅଛି ଖାଲି ରାଜମହଲ
ହୋଇଯାଇଛନ୍ତି ନିଜେ ମାତାଲ୍ ।ପତ୍ନୀ ଦେଲେ ଚିର ପ୍ରତାରଣା
କମ୍ପି ଉଠେ ଛାତି ଭାବିଲେ ବେଦନା
ପୁତ୍ରକୁ ଦେଖି ସହ୍ୟକଲେ ବ୍ୟଥା
ଜିଲ୍ଲାପାଳ ହୋଇ କରିବ କାମନା।ପ୍ରତୀକ୍ଷାର ଅନ୍ତ ଘଟିଲା
ପୁତ୍ର ହେଲା ଜିଲ୍ଲାପାଳ
ନାଲିବତୀରେ ବସି ବାବୁ
ଛାତି ହେଲା କୁଣ୍ଢେମୋଟ ।ବିନା ଅନୁମତିରେ ବୋହୂ ଆସିଲା
ଭାବିଲେ ଦମ୍ପତି ମଗିବେ କ୍ଷମା
ଦୁଇଦିନ ପରେ ଗଲେ ଛାଡ଼ି କୋଠା
ବୁଢ଼ା କହେ ଜଗା ହିଁ ମୋ ଭରସା ।ଭାବୁଥାଏ ବୁଢ଼ା ଭାରିଜାର କଥା
ନିଜ ଜିଦ୍ ପାଇଁ ହେଲା ଲୋକହସା
ଟଳି ଗଲେ ବାବୁ ଚିରଦିନ ପାଇଁ
ପୋତି ହଲା ମଥା ଉପରକୁ ଚାହିଁ ।
Mamalini sethi
Pn autonomous clg,khordha
🌺ଜୟ ମାଆ ବିରଜା🌺
ଉମାକାନ୍ତ ଦାସ
*****
ଅଷ୍ଟମୀ ପ୍ରଭାତେ ପ୍ରଭାକର ଦିଶେ
ଲୋହିତ ରଙ୍ଗକୁ ନେଇ ,
କାକ ପିକ ସବୁ ଖାଦ୍ୟ ଅନ୍ବେଷଣେ
ଧାମନ୍ତି ଆନନ୍ଦ ହୋଇ ।।
ଉଠ ଉଠ ସହି ବିଳମ୍ବ ନ କର
ସ୍ନାନ କରି ଆସ ଯାଇ,
ପବିତ୍ର ମନରେ ଦର୍ଶନ କରିବା
ଗଦାକ୍ଷେତ୍ରେ ବିରଜାଇ ।।
ପାପୁ ମୁକ୍ତି ହେବା ବୈକୁଣ୍ଠକୁ ଯିବା
ତା ଦର୍ଶନ ଆମ୍ଭେ ପାଇ ,
ଆଜି ଶୁଭ ଦିନେ ମାଆଙ୍କ ପାଖରେ
ସର୍ବ ଶକ୍ତି ବିରାଜଇ ।।
ତିନି ଭୂବନର ଆରାଧ୍ୟ ଦେବୀ ସେ
ତ୍ରିଲୋକ ପାଳିକା ସେହି ,
ତା ଦର୍ଶନ ବିନା ଆନ ଦରଶନେ
ଗତି କେଉଁଠାରେ ନାହିଁ ।।
ଭୁଲି କଳି ଦ୍ବନ୍ଦ ବାଦ ଅପବାଦ
ତା ଚରଣେ ମନ ଦେଇ ,
ଏ ମାୟା ଶରୀର ସମର୍ପଣ କରି
କୁହ ରଖ ମହାମାୟୀ ।।
ଲାଲବାଗ ,ଖାନନଗର
ମଙ୍ଗଳ ପୁର,ଯାଜପୁର
ଉତ୍ତରଦାୟାଦ ସୂର୍ଯ୍ୟ ଅସ୍ତମିତ
ନୂତନ ଶୈଳୀର ଦିନଚର୍ଯ୍ୟାରେ ,
ପଶ୍ଚାତାପ କଲେ କି ହୋଇବ ଆଜି
ଆମ ଭବିଷ୍ୟତ ଅନିଶ୍ଚିତତାରେ ।୧ଅପସଂସ୍କୃତିକୁ ଆପଣାଇ ପିଲେ
କହନ୍ତି ଏଇଟା ମର୍ଡନ ଜୀବନ ,
ପରିବାର ଆଉ ସଂସ୍କାର ଶବ୍ଦଟି
ଲାଗୁଛି ସତେ କି ଅପମାନ ।୨କେତେ ଆଶା ନେଇ ମା ବାପା ମାନେ
ଯତନେ ପିଲାଙ୍କୁ ଗଢି ତୋଳନ୍ତି ,
ସେହି ପିଲା ଆଜି ବଡ ହେବାପରେ
ଚାଲି ଚଳନରେ ବଦଳିଯାନ୍ତି ।୩ଚା କପେ ଘରେ ଧରି ଯେ ନଥାଏ
ପେଗ୍ ସଜାଡେ ସାଙ୍ଗ ମେଳରେ,
ଫ୍ୟାନ୍ସି ଜୀବନଚର୍ଯ୍ୟା ଏ କୁଆଡେ
ଚିୟର୍ସ ନକଲେ ସମ୍ମାନ ହାରେ ।୪ଜୋକ ଭଳି ଏଇ ଅପସଂସ୍କୃତିଟା
ପିଲାଙ୍କ ମନରେ ବାନ୍ଧିଚି ବସା ,
ଛାଡି ପରିବାର ସଭ୍ୟତା ସଂସ୍କୃତି
ତିକ୍ତ କରନ୍ତି ଆଶା ଭରସା ।୫ପିତା ମାତା କାନ୍ଧେ ସନ୍ତାନ ର ଶବ
ଯାଉଅଛି ଆଜି ଶ୍ମଶାନ ଭୂଇଁ ,
ପଥଭ୍ରଷ୍ଟ ଏଇ ଯୁବ ସମାଜକୁ
ଦେଖିକି ଆଖି ଆସେ ଜକେଇ ।୬ତମସାଛନ୍ନ କରନାହିଁ ରେ ଜୀବନ
ନବ ଆଶା କର ଉଜ୍ଜିବିତ ,
ମାଆ ବାପାଙ୍କର ବାର୍ଦ୍ଧକ୍ୟର ସାଥୀ
ତୁମେ ନିଜେ ନିଜ ଭବିଷ୍ୟତ ।୭ମହାକାଳ ଫଳ ଭାରି ସୁନ୍ଦର ଯେ
ଭିତରଟା ତା’ର ପୋଡ଼ା ଅଙ୍ଗାର ,
ଚାକଚକ୍ୟ ଭରା ଅପସଂସ୍କୃତିଟି
ସନ୍ତାନ ଜୀବନ କରେ ଅନ୍ଧାର । ୮ଶାଳିନତା ରଖି ଜୀବନଚର୍ଯ୍ୟାରେ
ହର୍ଷୋଲ୍ଲାସେ ଭରି ରଖି ମନକୁ ,
ଅଶାନ୍ତ ନହୋଇ ସ୍ଥିର ଚିତ୍ତେ ରହି
ଜୀବନ ବଢାଇ ହୁଏ ଆଗକୁ ।୯ନଷ୍ଟ କରନାହିଁ ସୁନ୍ଦର ସଂସ୍କୃତି
ଅକାଳେ ଜୀବନ ନହେଉ ଅସ୍ତ ,
ସୁପଥେ ଚାଲିଲେ ଆସୁ ଯେତେ ବାଧା
ଜୀବନ ଯୁଦ୍ଧେ ହେବନି ପରାସ୍ତ ।୧୦।
ସସ୍ମିତା ଷଡ଼ଙ୍ଗୀ, ଭୁବନେଶ୍ୱର
ବନ୍ଧୁର ଭାବ ବନ୍ଧନରେ ଯୋଡା
ଭାବନାରେ ଚେତନାରେ ସେ ହିଁ ଲୋଡା
ସୁଖରେ ଦୁଃଖରେ ସାହାରା
ସେ ପରା ହୃଦୟର ବନ୍ଧୁଧନ ଦେଖେନାହିଁ ଜନ ଦେଖେ ନାହିଁ
ନା ଖୋଜେ କୋଠାଘର ସୁନାର ଉଆସ
ନା ମାଗେ ଧନ ରତନ
ମାଗିଥାଏ ଖାଲି ସ୍ନେହ ପ୍ରେମ ଡୋର
ସୂତାକ୍ଷିଅ ପରି ନ ଛିଡ଼ୁ ସମ୍ପର୍କର ମାନ
ଯୁଗେ ଯୁଗେ ରହୁ ସାରା ଜୀବନ।ନ ଦେଖେ ଜାତି ନଦେଖେ ଧର୍ମ
ଦେଖାଯାଏ ଦୁଇଟି ହୃଦୟର ମନ
ସୁନ୍ଦର ଅନୁଭବ ଆହୁରି ନିବିଡ଼
ହୋଇଥାଏ ସେ ପ୍ରକୃତରେ ସାଙ୍ଗହୃଦୟରୁ ଥରେ ଡାକି ଦେଲେ ତତେ
ଧାଇଁ ଆସିଥାଉ କିଛି ନଭାବି
ଛାଇ ପରି ତୁହି ରହିଥାଉ ସାଥୀ ହୋଇ
ସାରା ଜୀବନ ପାଖେ ଥିବୁ ତୁହି
ଝୁରୁଥିବ ତତେ ଏ ମନ ଖାଲି ।ଆସୁ ପଛେ ଝଡଝଞ୍ଜା ଯେ ମାଡି
ଦୂରେଇ ଯିବୁନି ମୋ ପାଖରୁ ପୁଣି
ଚାଲୁ ଥିବା ବାଟ ଦୁଇ ହାତ ଧରି
ପଛକୁ କେବେ ଫେରିବା ନାହିଁ
ରଖିଥିବି ସଦା ତୋ ସାଥେ ହୋଇ।ମାମି ପାତ୍ର ତିହିଡି ଭଦ୍ରକ
ସ୍ବାଧୀନ ରାଷ୍ଟ୍ରରେ ସ୍ଵାଧୀନ ଚଳଣୀ
ସ୍ୱାଧୀନ ବିହାର ବାର୍ତ୍ତା
ନାଗରିକର ସ୍ୱତନ୍ତ୍ରତା, ନୁହେଁ ତ
କଦାପି ସ୍ଵଚ୍ଛାଚାରିତା।
ରାଷ୍ଟ୍ରୀୟ ସମ୍ମାନ ସୁରକ୍ଷାର ମାନ
ସଦାଲୋଡା ସଚେତନ
ନିଜ ଅଧିକାର କର୍ତ୍ତବ୍ୟବୋଧତା
ଦେଶଭକ୍ତି ଦେଶପ୍ରେମ।
ଜଣସ୍ୱାର୍ଥ ନୁହେଁ ଲୋଡା ଗଣ ସ୍ବାର୍ଥ
ଦେଶ ଦଶର ଉନ୍ନତି
ନିଜ ଉନ୍ନତି ସହ ରାଷ୍ଟ୍ର ଉନ୍ନତି
ଗଣତନ୍ତ୍ରର ପ୍ରଗତି।
ନାଗରିକ ନୁହେଁ କେବେବି ଏକକ
ବୃହତ୍ତର ରାଷ୍ଟ୍ର ଅଂଶ
ନିଃସ୍ୱାର୍ଥ ଆଦର୍ଶ ତ୍ୟାଗର ଜୀବନ
ଗୁଣବତ୍ତାର ବିଶେଷ।
ସୁସ୍ଥ ଶରୀର ଉନ୍ନତିର ଚିନ୍ତନ
ନୀତି ଆଦର୍ଶବାନ
ରାଷ୍ଟ୍ର ମହାଯଜ୍ଞେ ପୂତ ହୋମକାଷ୍ଠ
ଶ୍ରେଷ୍ଠ ନାଗରିକ ଜନ।
ଡଃ ପ୍ରିୟମ୍ବଦା ସାମଲ
ଭୁବନେଶ୍ୱର।
ଆହେ ନାଟ୍ୟକାର ତୁମେ ଏ ମହୀର
ଦ୍ଵିତୀୟ ସ୍ରଷ୍ଟା ବୋଲାଇ
ସମାଜ ସଂସ୍କାର କେତେ ନାଟକର
ସ୍ରଷ୍ଟା ରୂପେ ପୂଜା ପାଇ
ତୁମ ପାଇଁ ଆତ୍ମବଳ,
ବୃଦ୍ଧି ହୋଇଥାଏ ଦୁଃଖ ଦୂର ହୁଏ
ଦୁର୍ବଳ ହୁଏ ସବଳ ।।କେତେ ନୀତି ଶିକ୍ଷା ପୁଣି ଦିବ୍ୟ ଦୀକ୍ଷା
ବାର୍ତ୍ତା ଦେଇ ନାଟକରେ
ସମାଜର ହିତ କରୁଛ ସାଧିତ
କିଏ ସରି ତୁମ ଠାରେ
ତୁମ ପାଇଁ ମୋହେ ମନ,
କେତେ ମନ ଛୁଆଁ କଥା ଭାବି ନୂଆଁ
ନାଟକ କର ବର୍ଣ୍ଣନ।।ମନୋରଞ୍ଜନର ମାଧ୍ୟମ ମହୀର
ଭାଇଚାରା ଭାବ ବହି
ଯୋଗାଯୋଗ କର ନ ଯାଇ ପାଖର
ନାଟକ ମାଧ୍ୟମ ଦେଇ
ତୁମ ସରି କେହି ନାହିଁ,
ଧୈର୍ଯ୍ୟ ଓ ସାହସ ଭରି ଥାଅ ହସ
ସୃଜଶୀଳତା ପାଇଁ ।।ସହାନୁଭୂତିର ଭାବ ହୃଦୟର
ଭରିଥାଅ ଅନ୍ତରରେ
କଳୁଷିତ ହତକାରୀ ହେ ମହତ
ତୁମେ ଏହି ଜଗତରେ
ଜଣାଏ କାମନା ଶୁଭ,
ସଦା କୁସୁମିତ ହେଉ ତବ ପଥ
ସୁଖ ଶାନ୍ତି ଲଭ ଭବ ।।
By~Baijayantimala Mahapatra
Phulbani,Cuttack
ମଧୁରେ ମଧୁରେ
ଏ ମଧୁ ମାସ ରେ
ଭ୍ରମର ଭ୍ରମନ୍ତି ମନ୍ମଥ ବାଣରେ
ମନ୍ଦ ମନ୍ଦ ହୋଇ
ଗନ୍ଧ ବହ ବହେ
ଏ ଚାରୁ ଭୂମଣ୍ଡନା ଧରଣୀ ଟା ରେ…
ମରନ୍ଦ ସେକେ
ଚମକି ଲୋକେ
ଅତି ଭାସନ୍ତି ଈଷି ମାରେ
ନୀଳିନ୍ଦ ଲତା
ଦମ୍ଭ ବନିତା
ଶ୍ରୀ ଅଙ୍ଗ ବଦନେ ମିଶିମାରେ
ମଣ୍ଡି ହୁଏ ବନ
ରଜତ କିରଣ
ଅତି ମନୋହର ତ ଦିଶେରେ
ପୂଣ୍ୟ ପବିତ୍ର
ଅମୃତ ସମ
ବସନ୍ତେ ମା ବାସନ୍ତୀ ଆସେରେ
ମଧୁପ ଯୁବା
ଲଭଇ ଅବା
ସେ ବା ନବ ସରସୀରୁହ ରେ
କହିବା କେତେ
ଭରସା ଯେତେ
ଅଛି କର ମା ତୁ ଦେଶ ରକ୍ଷା ରେ
ବିଜେ ହୋଇ ମାତା
ନିଜେ ରକ୍ଷା କର୍ତ୍ତା
ଉଭା ହୁଈ ରକ୍ଷା କର ଧରା ରେ….
ଦୁର୍ଭିକ୍ଷ ର ଦାଉ
ଦେଶରେ ନ ହେଉ
ଆଶା ଭରସା ତୁ ଯେ ପୃଥ୍ଵୀ ରେ
କୋଟି କଣ୍ଠୁ ଶୁଭୁ
ତଵ ଜୟ ଗୀତି
ହସି ଉଠୁ ଏ ବସୁନ୍ଧରା ରେ
Jyotirbit –
Sj. Jagannath Das
Bhadrak
ଲୁହ ଧୋଇଦିଏ ସବୁ ଦୁଃଖ ସିନା
ଆଖିକୁ ଆସୁନି ଲୁହ
ଦୁଃଖର ଲହୁ ଗଡାଉଛି ହୃଦୟଟା
ଭାବନାର ଭୀଷଣ ଭିଡ଼ଯେତେ ଚେଷ୍ଟା କଲେ ବୁଝୁନାହାନ୍ତି
ବାପାଙ୍କ ଭାଷାରେ ଵେଖଡ
ସମସ୍ତଙ୍କୁ ବୁଝାଇ ବୁଝାଇ ଗଲିଣି ଥକି
ଛାତି ସର୍ବଦା ଧଡଧଡକାହିଁକି କେଜାଣି ଏମିତି ହୁଅନ୍ତି
ଵୁଝନ୍ତିନି ନିଜ ସ୍ଥିତି
ସମୟ ସାଥିରେ ବଞ୍ଚିବା ଶିଖିଛି
ଶିକ୍ଷା ଦେଇଛି ଅନୁଭୂତିଲୁହ ଵୋହୁନାହିଁ ଦୁଃଖ ସହି ସହି
ରୋଗ ସାଧୁଛି ଵି ଦାଉ
ଗ୍ରୀଷ୍ମ ଋତୁର ଟାଣ ଖରାରେ ବି
ଲୁହର ଶ୍ରାବଣ ଭାଉଲୁହ ଭିଜା ଏ ଜୀବନ ଦେଖୁଛି
କେବଳ ଅଞ୍ଜଳି ପୁତ୍ରଙ୍କୁ
ରଖିଲେ ରଖିବେ ସିଏ ବୁଝିକି
ନ ହେଲେ କହିଵି କାହାକୁସମୟର ଏ ଦୁଃସ୍ଥିତିକୁ ସାମ୍ନା ପରେ
ନିଶ୍ଚିତ ଆସିବ ସୁନ୍ଦର ସମୟ
ଆମେ ଡାକୁଛୁ ସୀତାରାମ ହୃଦୟରେ
ସହିଵା କଷ୍ଟ ହେଲାଣି ଆସୁ ସଅଳକଳ୍ପନା ରାୟ, ଲଇଡା, ସମ୍ବଲପୁର
ସେଦିନ, ଜନମ ପୀଠରେ,
ବସି ଥିଲ ତୁମେ ଠାକୁରେ,
ମୋତେ ଚାହିଁ ଚାହିଁ,ହେ କଳା ଗୋସେଇଁ
ହସି ଦେଲ ନାଲି ଓଠରେ।0ସେଦିନ, ଜନମ ପୀଠରେ,
ଵସି ଥିଲ ତୁମେ ଠାକୁରେ।।ଅଗଣିତ ଭକ୍ତ, ହୋଇ ଏକତ୍ରିତ
ଡାକୁ ଥାନ୍ତି ଜଗନ୍ନାଥ,
ଅବଢ଼ା କୁଡୁଆ,ମିଳୁ ଚଉଵାହା
କହି ଟେକି ଦେଲି ହାତ,
ମୋ ପାଇଁ ବରାଦ, ଶ୍ରୀ ମହାପ୍ରସାଦ
କରି ଦେଲ ପାଖ ମଠରେ।1ସେଦିନ, ଜନମ ପୀଠରେ,
ବସି ଥିଲ ତୁମେ ଠାକୁରେ।।ଏଡେ ଦୟାଵନ୍ତ,ମୋ କଳା ସାଆନ୍ତ
ସେଇ ପରା ଭାବଗ୍ରାହୀ,
ସାରା ଜଗତର ,ରଖନ୍ତି ଖଵର
ନୀଳାଚଳେ ବସି ରହି,
ଭକ୍ତ ଡ଼ାକ ଶୁଣି,ବାଲି ରଥେ ପୁଣି
ଉଭା ହେଲେ ବାଙ୍କି ତୁଠରେ।2ସେଦିନ, ଜନମ ପୀଠରେ,
ବସି ଥିଲ ତୁମେ ଠାକୁରେ,
ମୋତେ ଚାହିଁ ଚାହିଁ,ହେ କଳା ଗୋସେଇଁ
ହସି ଦେଲ ନାଲି ଓଠରେ।0ଅଶୋକ କୁମାର ପତି, ଦହିଗାଁ