ସଂସାରରେ ନାରୀ ର ରୂପ ଅପାର
ଜନନୀ ବିନା ଯେ ଘର ଅସାର ।
ପରିଚୟ ଏଠି ଅନେକ ତା’ର
ଠିକଣା ବିନା ସେ ଗଢଇ ଘର ।
ଶାଶୁଘର ଗଲେ ମନରେ ଡର
କାଳେ ସେଠି ମୋତେ କରିବେ ପର ।
ବନ୍ଧୁ ର ସମ୍ମାନ ପାଏ ଯେଉଁଠି
ଲକ୍ଷ୍ମୀ ଫେରି ବୋଝ ସାଜଇ ଏଠି ।
କର୍ତ୍ତବ୍ୟ ପାଳନେ ହୁଅଇ ଅନ୍ଧ
ସ୍ବାମୀ ଦେଖାଏ ତା’ ଦାୟିତ୍ଵ କାନ୍ଧ ।
ଘର ଲୋକ ଆଜି ସଭିଏଁ ପର
ଅର୍ଦ୍ଧାଙ୍ଗିନୀ ଯେବେ ହେଲି ତୁମର ।
ଉପନାମ ଟିକେ ପାଇବା ପାଇଁ
ଘରୁ ଆସିଛି ମୁଁ ଏରୁଣ୍ଡି ଡେଇଁ ।
ସଭିଏଁ ପଚାର ଅସ୍ତିତ୍ଵ ମୋର
ଗର୍ଭେ ଦଶମାସ ଦୁଇ ଶରୀର ।
ଅଗ୍ନି ପରୀକ୍ଷା ଦେଲି ଦୁହିତା ହୋଇ
ଧୋର୍ଯ୍ୟ ଶକ୍ତି ର ମାପକାଠି ନାହିଁ ।
ସହ-ସମ୍ପାଦିକା
ପୁଷ୍ପଲତା ଦିଗାର
ବାରିପଦା,ମୟୂରଭଞ୍ଜ
” ସେ ଦିନ ତୁ ଗଲାବେଳେ ଅନେକ କିଛି ଛାଡ଼ି ଯାଇଥିଲୁ ମୋ ଘରେ ,,,,
ତତେ ୧ମ ଥର ମୋ ଘରେ ଦେଖି ମୋ ଆଖି ଦୁଇଟି ଲାଜେଇ ଯାଇଥିଲା ,,,,,,
ମୁଁ ତୋ ମୁହଁ କୁ ନ ଚାହିଁ ମଧ୍ୟ ତତେ ଥଣ୍ଡା ଗ୍ଲାସ ଟିଏ ନେଇ ଦେଇଥିଲି ,,,,,
ପଛରେ ତୁ ଅଧା ପିଆ ଚା କପ୍ ଟି ଛାଡ଼ି ଯାଇଥିଲୁ ମୋ ଖଟ ଉପରେ ,,,,
ସବୁଜ ତନତନ ଦିଶୁଥିବା ମୋ ବାଡି ବଗିଚାକୁ ବୁଲେଇ ନେଇଥିଲି ମୁଁ ତତେ ,,
ବୁଲୁବୁଲୁ ବାଡ଼ିରେ ତୁ ମଗିଥିଲୁ ମୋ ମେହେନ୍ଦି ଲାଗେ ହାତ ଦୁଇଟି ମତେ ,,,
ଆଉ କିଛି ମୋ ଓଠର ନିରବତା ଆଉ ତୋର ସେ କଥା କୁହା ଓଠ ,
କିଛି ଅଧା ଲେଖା କବିତା ଆଉ କିଛି ଅକଲାପଣ ର ଯନ୍ତ୍ରଣା ଓ ସନ୍ଧ୍ୟାବେଳେର ସେ ଝାପସା କୁହୁଡି…….
ସେ ଜାଣେନା ମୁଁ ତାକୁ
କେତେ ଭଲ ପାଏ,
ସେ ଜାଣେନା ମୋର ଏବେ ସବୁ ରାତି
ତା ଭାବନାରେ ପାହେ ।।
ସେ ଜାଣେନା ତା ଅଣଦେଖା ରେ
ବୈଶାଖା ର ଝାଞ୍ଜି ଖରାରେ ବି
ବର୍ଷା ଆସେ ମୋ ଆଖି ତଳେ ଅବେଳରେ ,,
ସେ ଜାଣେନା ମୁଁ ତା ବିନା ଏବେ
ଗୋଟେ ମୁହୂର୍ତ୍ତ ବି ଫଗୁଣର ଫଗୁ ରେ ଭିଯିବାକୁ ଚାହେଁନା ।।
ସେ ଜାଣେନା ସେ ସିନା କାର୍ଯ୍ୟର ବ୍ୟସ୍ତତରେ
ମୋ ଅଭିମାନ ଓ ଭଲପାଇବାକୁ
ଅଣଦେଖା କରି ଖର୍ଚ୍ଚି ହୋଇଯାଇଛି ,,,,
କିନ୍ତୁ ମୁଁ ତାର ପ୍ରତିଟି କଥାକୁ
ସାଇତି ରଖିଛି ମୋ ହୃଦୟର ସିନ୍ଦୁକରେ ।।
ସେ ଜାଣେନା ତା ‘ ଅଣଦେଖା ଓ ଅନୁପସ୍ଥିତିରେ
ମୋ କଲମ ବି ତାକୁ ଝୁରେ ,,
ସେ ଏ କଥା ବି ଜାଣେନା
ମୁଁ ଏବେ ତାକୁ ନିଇ
ROAD KNOWN BY YOUR NAME !
You a soothing moon in my heart burnt darkness
You’re the one always for me in my dreams
The rain filled cloud & me the moment of wait
If our meet is destined in the coming rain
My destination is the road known by your name
You leave your street wearing wedding gown
I’ll have a season of rainfall all together
The thread is fragile ,yet hold it with love
This is the first day of rebirths to come
Me at one end and you just at the other
For the one that makes my heart a heart
Is the heartbeat known by your name.
©®Dr Prasana Kumar Dalai @India.
Date.Sun,28 Apr 2024.
ମୁଁ ଜାଣେ ସର୍ତ୍ତହୀନ
ମୋର ଏ ଅପେକ୍ଷା
ନା ଅଛି ମୋର ହରେଇବାର ଭୟ
ନା ଅଛି କିଛି ପାଇବାର ଆଶା ,,,
କାହିଁକି ବା ରଖିବି କିଛି ଆଶା ପାଇବାର
ଯେତେବେଳେ ମୁଁ ଜାଣିସାରିଛି
ସେ ତ କେବେ ନୁହେଁ ମୋର ।।
ମୁଁ ଠିକ୍ ଜାଣେ ଏ ରାସ୍ତାରେ ଚାଲିବା
ଏତେ ବି ସହଜ ନୁହେଁ
ଭାରି କଷ୍ଟକର ,,
ତଥାପି ଛାଡ଼ିବି ନାହିଁ କରିବା
ମୋ ପ୍ରେମର ସଂଚାର ।।
କ ‘ ଣ କେବଳ ଆଉ କେବଳ
ପାଇବା ହିଁ ସବୁ କିଛି ହୋଇଥାଏ ପ୍ରେମରେ ,,
ତେବେ କୁହତ ରାଧା ନାଁ
କାହିଁକି ଯୋଡ଼ା ହୁଏ
କୃଷ୍ଣ ଙ୍କ ସାଥିରେ ।।
ଚିନ୍ମୟୀ ସୁବୁଦ୍ଧି
ମୁଁ ଚାରାଗଛ ଟିଏ କରୁଛି ବିନତୀ
ଅନୁରୋଧ ମୋର ରଖ ।
ସମୟ ଟିକେ ହେ ମୋ ପାଇଁ ଦିଅ
ମୋତେ ଟିକେ ତୁମେ ଦେଖ ।।
ଯତନ ନିଅ ମୋ ଖାଦ୍ୟସାର ଦେଇ
ବଞ୍ଚାଇ ରଖ ହେ ମୋତେ ।
ବଞ୍ଚିଥିଲେ ମୁହିଁ ତୁମ ମାନଙ୍କର
କରିବି ଉପକାର କେତେ ।।
ଶାଖା ପ୍ରଶାଖା ମୋ ପ୍ରସାରି ଦେବି ମୁଁ
ଯୋଗାଇ ଦେବି ମୁଁ ଛାଇ ।
ସଭିଏଁ ମୋ ତଳେ ଆଶ୍ରୟ ନେବେ
ବାଟେ ଯାଉଥିବା ବି ବାଟୋଇ ।।
ଫୁଲ,ଫଳ ଭରିଦେବି ମୋ ଦେହରେ
ହସି ଉଠିବ ଏ ବସୁନ୍ଧରା ।
ଖାଦ୍ୟର ଅଭାବ ରହିବ ନାହିଁ
ଏଇ ଜଗତ ସାରା ।।
ଦେବି ମୁଁ ଜଳୀୟ ବାଷ୍ପ ପ୍ରତିଦିନ
ନିୟମିତ ବର୍ଷା ହେବଟି ଜାଣ ।
ପ୍ରକୃତିକୁ ମୁହିଁ ବଞ୍ଚାଇ ରଖିବି
ଏ କଥା ଅଟେ ପ୍ରମାଣ ।।
ଗ୍ରହଣ କରିବି ଅଙ୍ଗାରକାମ୍ଳ କୁ
ଅମ୍ଳଜାନ ଦେବି ଯୋଗାଇ ।
ତୁମ ଏ ଛୋଟିଆ ହୃଦୟ ଭିତରେ
ଦୟା ଟିକେ ରଖ ମୋ ପାଇଁ ।।
✍️
ଦିପ୍ତିମୟୀ ନାୟକ
ପେଣ୍ଠ,କେନ୍ଦ୍ରାପଡ଼ା
ବିବାହ କରିବାଟା ମଣିଷର ଗୋଟାଏ Normal hankering,– ମଣିଷର ଗୋଟାଏ inner instinct ହିଁ,- ଯେପରି ସେ ବହୁ individual ରେ ପରିଣତ ହେବାକୁ ଚାହେଁ । ଆଉ ଏହି hankering ରୁ ହିଁ ହୋଇଛି ସ୍ତ୍ରୀ -ପୁରୁଷଙ୍କର ମିଳନ-ପ୍ରବଣତା । ତେଣୁ ଏହି ମିଳନ-ପ୍ରବଣତାକୁ ଏପରି ଭାବେ manage କରିବାକୁ ହେବ, ଯେପରି superior efficient embodimentର ଆବିର୍ଭାବଟା ଏକପ୍ରକାର Normal ହୋଇଉଠେ – ତେଣୁ ବିବାହ ସଂସ୍କାର ଯଦି ବିଧିମତ ନହୁଏ, ତା’ହେଲେ ଏହା କୋୖଣସି ପ୍ରକାରେ ହୋଇପାରିବ ନାହିଁ ।”
କେବଳ ଯୌନତୃପ୍ତି ପାଇଁ ବିବାହ ବ୍ୟବସ୍ଥା କରାଯାଇନାହିଁ ବା ଯେକୌଣସି ଭାବେ ପୁରୁଷ ନାରୀଙ୍କ ମିଳନରୁ ସନ୍ତାନ ଉତ୍ପାଦନ କରାଯିବା ଏହି ବ୍ୟବସ୍ଥାରେ ନାହିଁ । ଯେକୌଣସି ପୁରୁଷ ଯେକୌଣସି ନାରୀକୁ ବିବାହ କରିପାରେ – ଏ ପ୍ରକାର ମାନସିକତା ଅବୈଜ୍ଞାନିକ ତଥା ଅସୁସ୍ଥ ପରମ୍ପରା ।
” ତା’ହେଲେ ନାଇଟ୍ରୋଗ୍ଲସରିନ୍ ର ସମାବେଶ ଘଟାଇବାକୁ ଗଲେ, ବିସ୍ଫୋରଣ ହୁଏ କାହିଁକି ? ସମାବେଶ କଲେ ହିଁ ହେଲା ? ତା’ଭିତରେ ସଙ୍ଗତି, ଅସଙ୍ଗତି ବୋଲି କିଛି ନାହିଁ ? ବ୍ୟକ୍ତି ବୈଶିଷ୍ଟ୍ୟ ଓ କୁଳ ସଂସ୍କୃତି ଦିଗରୁ ନାରୀ ପୁରୁଷଙ୍କ ସାମଞ୍ଜସ୍ୟର କୌଣସି ପ୍ରଶ୍ନ ନାହିଁ ?
ତା’ପରେ ଆଜିକାଲି ବିବାହ ବିଚ୍ଛେଦର ଜୟଗାନ କରାଯାଉଛି । ପୁରୁଷ ଓ ନାରୀଙ୍କ ଭିତରେ ଥାଏ ସେମାନଙ୍କ ପିତୃପୁରୁଷଗଣଙ୍କ ସଂସ୍କାର ବହନ କରୁଥିବା ‘ଜିନ୍ ‘ । ଉଭୟଙ୍କ ଜିନ ର ପରସ୍ପର ସଦୃଶ ସଂଗତି ନରହିଲେ, ସନ୍ତାନ ଭଲ ନହୋଇ ଖରାପ ଗୁଣର ଅଧିକାରୀ ହୁଅନ୍ତି । – ” କୁଳ ମନିବ ନାହିଁ/ ବିବାହ କରିବ/ ଭୁଲ ଛାଡ଼ିବ ନାହିଁ/ ଖାଲରେ ପଡିବ / ଉପଢୌକନ ପାଇବ ଅଭିଘାତ।”
ବିବାହ ଓ ସୁପ୍ରଜନନ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ବ୍ୟାପାର। ଯେମିତି ସେମିତି ବିବାହ କରିବା ବା କାମ – ପ୍ରବୃତ୍ତିର ଚାହିଦାରେ ପିଲା ଜନ୍ମ ଦେବା ଅବିଧି । ଯେତେବେଳେ ଜଣେ ବ୍ୟକ୍ତି ବିବାହ କରୁଛି, ସେ ପୁରୁଷ ହୁଅନ୍ତୁ ବା ନାରୀ ହୁଅନ୍ତୁ ମନେରଖିବା ଉଚିତ୍ ଯେ,ସେ ଗୋଟିଏ ନିର୍ଦ୍ଦିଷ୍ଟ ଗୁଚ୍ଛ, ବର୍ଣ୍ଣ, ବଂଶ, ସମାଜ, ଜାତି (Race) ଓ ରାଷ୍ଟ୍ରର ।
ଶ୍ରୀ ଶ୍ରୀ ଠାକୁରଙ୍କ ବାଣୀ ମଧ୍ୟରେ ଅଛି –” ବିବାହ ମଣିଷର ପ୍ରଧାନ ଦୁଇଟି କାମନାକୁ ପରିପୂରଣ କରେ,– ତା’ର ଗୋଟାଏ ଉଦ୍ ବର୍ଦ୍ଧନ, ଅନ୍ୟଟି ସୁପ୍ରଜନନ ; ଅନୁପଯୁକ୍ତ ବିବାହ ଏଇ ଦୁଇଟିକୁହିଁ କ୍ଷୂର୍ଣ୍ଣ କରିତୋଳେ ;
ସାବଧାନ ! ବିବାହକୁ ଖେଳନା ଭାବ ନାହିଁ – ଯହିଁରେ ତୁମର ଜୀବନ ଓ ଜନନ ଜଡ଼ିତ ।” (ଚଳାର ସାଥୀ) “ଆଲୋଚନା ପ୍ରସଙ୍ଗରେ ଶ୍ରୀ ଶ୍ରୀ ଠାକୁର କହୁଛନ୍ତି” Accident ରେ (ଆକସ୍ମିକ ଭାବେ) ଯାହା ଜନ୍ମେ ତାହା ବନ୍ୟ (ବଣୁଆ) ; ବିହିତ ସୁଫଳପ୍ରଦ ଚାଷରେ ଯାହା ଜନ୍ମେ ତା ‘ ପୂଣ୍ୟ ।
ପ୍ରବୃତ୍ତି ଲାଳସାରେ ଅବିଧି ପୂର୍ବକ ଉପଗତ ହୋଇ ଯେଉଁ ସନ୍ତାନ ଜନ୍ମେ ତାର ଚରିତ୍ରର କୌଣସି ଠିକ୍ ଠିକଣା ରହେନା । ଗର୍ଭାଧାନ ସଂସ୍କାର ଭିତରଦେଇ ଉନ୍ନତ ଚିନ୍ତା ପ୍ରସୂତ ବିଧିମଫିକ ପବିତ୍ର ଯେଉଁ ଜନ୍ମ ତା’ର ରକମ ହିଁ ଅଲଗା । ଘରେ ଘରେ ଭଗବାନ ଯେପରି ଜନ୍ମିବେ ସେ ପ୍ରକାର ଥିଲା ଆମମାନଙ୍କର ବିଧାନ । .. ଆମେ କୁକୁର ଗୋରୁ ଇତ୍ୟାଦିଙ୍କ ଜନ୍ମ ଯେପରି ଭଲ ହୁଏ ସେଥିପାଇଁ ବିଜ୍ଞାନସମ୍ମତଭାବେ କେତେ ଚେଷ୍ଟା କରୁଛେ ।
କିନ୍ତୁ ମଣିଷର ସୁଜନନ ଦିଗରୁ ଆମମାନଙ୍କର ଲକ୍ଷ୍ୟ କମ୍ । ବିବାହାଦି ଓ ନିଜର ଆଚରଣ ଏ ଦୁଇ ଦିଗ ଠିକ୍ ନରଖିଲେ ପିଲାପିଲି ଭଲ ହୁଅନ୍ତିନି। ଆମେ ଭଲ ଖାଉ, ଭଲ ପିନ୍ଧୁ, ଯେତେହିଁ ଯାହା କରୁ, ଭଲ ପିଲା ହୁଅନ୍ତୁ ଏଇଟା ସମସ୍ତେ ହିଁ ଚାହାନ୍ତି ।
ମୁଁ ବାପାଙ୍କୁ ନ ମାନିପାରେ, କିନ୍ତୁ ମୋ ପୁଅ ମୋତେ ନମାନୁ, ତା’ ଚାହେଁନା । କିନ୍ତୁ ମୋର ଅବାଧ୍ୟତାର ଭିତର ଦେଇ ବୁଣି ରଖିଲି ସେଇପରି ପ୍ରାପ୍ୟଟା – ଯା ‘ ମୁଁ ଆଦୌ ଚାହେଁନା । ମୁଁ ହୁଏତ ଭାବେ – ମୁଁ ଖରାପ କଲେ କଣ ହେବ ? ପାଇବି ଭଲହିଁ । କିନ୍ତୁ ତା ‘ କଣ ହୁଏ ?
ଭଲ ଲାଗିବ ନିଶ୍ଚିତ, ଯାହାକୁ ଜାଣିବା ଦରକାର ଆଉ ନିତିଦିନ ର ଜୀବନରେ ପାଳନ କରିବା ଉଚିତ ମଧ୍ୟ I🙏
ତୋ ସାଥେ ଗୋଟିଏ ଫୋଟ ନେବା ପାଇଁ
ବସିଛି ରଥକୁ ଚାହିଁ,
ଦେଉଳ କୁ ତୋର ମୋବାଇଲ ମନା
କାରଣ କେ ପାରେ କହି ।
ଭାଇରାଲ୍ ବୋଧେ ହେଇଯିବୁ କାଳେ
ଭକତ ଟେ ନେଲେ ଫୋନ ,
ସେବକ ଟେ ବାକି ଖେଞ୍ଚୁଥାଏ ତାକୁ
କାମରେ ନ ଦେଇ ମନ ।
ଶାନ୍ତି ମନେ ଭକ୍ତ ଦରଶନ ପାଇଁ
ଥୋଇ ଦେଇଯାଏ ସବୁ ,
ହେଲେ ଟଙ୍କା ଦେଇ ସାଥେ ଫୋନ ନେଇ
ପଶିଯାନ୍ତି ବଡ ବାବୁ ।
ସେଥିରେ ବି ମୋର ନଥିଲା ଆପତ୍ତି
ଅନାଇ ତୋ ଚକା ଆଖି ,
କିନ୍ତୁ ପାରିଲିନି ସହି ମୁଁ କାଳିଆ
ସେବକ ଙ୍କ ଲୋଭ ଦେଖି ।
ଲୋଭ ଯାଏ ମୋର ପାଟି ବନ୍ଦ ଥିଲା
ତାପରେ ଘଟିଲା କିଛି ,
ତାହା ଦେଖି ଜମା ପାରିଲିନି ସହି
ସେଥିପାଇଁ ଲେଖୁ ଅଛି ।
ଛୁଆ ଠାରୁ ବୁଢ଼ା କେତେ ଯେ ଭକତ
ଦଳା ଚକଟା ରେ ଯାଇ ,
ଶାନ୍ତି ରେ ଦର୍ଶନ ନ ପାଇ ଫେରନ୍ତି
ଆଖିରେ ଯେ ଲୁହ ନେଇ ।
କାରଣ ତୁ କାଳେ ଦର୍ଶନ ଦେବାକୁ
ମାଗୁ ଭକତ ଙ୍କୁ ଟଙ୍କା ,
ସେବକ ତୋହର ଟଙ୍କା ପାଇଗଲେ
କରାନ୍ତି ତୋ ସାଥେ ଦେଖା ।
ସେ ଦୃଶ୍ୟ ଏବେ ବି ଆଖି ରେ ନାଚୁଛି
ସରିବନି ଗୁଣକୀର୍ତ୍ତି
ଭାଗ-ଦୁଇ କରି ଲେଖିବି ଭାବୁଛି
ଥିଲେ ତୋ ପାଦରେ ଭକ୍ତି ।
ନିଗମାନନ୍ଦ ନାୟକ
ବେଲପାଳ , ମୟୂରଭଞ୍ଜ
ହଜିବା କୁ ମୋର ଚେଷ୍ଟା ନାହିଁ ବନ୍ଧୁ
ପଥିକ ହୋଇ ମୁଁ ଚାଲେ
ଖୋଲା ଆକାଶ ରେ ବିହଙ୍ଗ ଟେ ପରି
ନିଜକୁ ମୁଁ ଖୋଜି ବୁଲେ।
ସ୍ବପ୍ନ ରେ ନିଜର ଭାସି ବୁଲୁଥାଏ
ହୋଇ ଏକ କ୍ଷୁଦ୍ର ତରୀ
ବାରିଧି ରେ ପୁଣି ଲୁଚି ରହିଥାଏ
ଶାମୁକା ର ମୁକ୍ତା ପରି।
ସ୍ମୃତି କୁ ନିଜର ସାଇତି ରଖେ ମୁଁ
କଳ୍ପନା ରେ ହଜି ଯାଏ
ବାସ୍ତବତା ଦେଖେ ଅବିରତ ସ୍ବାର୍ଥ
ସଂଘର୍ଷେ ସର୍ତ୍ତ ନଥାଏ।
ଅଭିନୟ କେତେ ଅଭିମାନ ରେ
ମନକୁ ମୋହିତ କରେ
ଖୁସି ଟିକିଏ ପାଇବା ଆଶାରେ
ନିଜ ପାଖେ ନିଜେ ହାରେ।
ବିତରିବି ବାସ ପୁଷ୍ପ ପରି ସଦା
ନିତି ଲାଗି ପ୍ରଭୁ ପାଶେ
ଭାବନା ଗୋ ତୁମେ ସତେ କି ମଧୁର
ମୁଗ୍ଧ ମନ ତୁମ ସାଥେ।
ସହ-ସମ୍ପାଦିକା
ପୁଷ୍ପଲତା ଦିଗାର✍️
ବାରିପଦା,ମୟୂରଭଞ୍ଜ
ହାତ ଧରି ତୋମ ବାଟ ଚଲା ଆଜି
ପଡ଼ିଗଲା ସତେ ଭାରି
ପିଲାବେଳ ଯେବେ ମନେ ପଡେ ବାପା
ଖେଳୁଥିଲି ବହୁଚୋରୀ।
ଆକାଶ କୁ ତୁମେ ବଢାଇ ହାତକୁ
ଦେଖାଅ କେତେ ଯେ ତାରା
ସମୟ ପାଖରେ ହରାଇ ନିଜକୁ
କର୍ମ ପାଶେ ଦିଏ ଧରା।
ଅବୁଝା ହେଲେ ମୁଁ ବୁଝାଇ ଦିଅ ଯେ
ଅଳି ଅଝଟ କୁ ଭୁଲି
ଦାୟିତ୍ଵ ର କାନ୍ଧେ କର୍ତ୍ତବ୍ୟ କୁ ଧରି
ପୁଅ ତୁମ ଯାଏ ଚାଲି।
ନିଜକୁ ଆଜି ମୁଁ ପାଏ ନାହିଁ ଖୋଜି
ତୁମ କଥା ମନେ ପଡେ
ଦୁନିଆର ଏଇ ଭିଡ଼ରେ ଆଜି ମୁଁ
ସମୟ ର ସିଡି ଚଢେ।
ନିରବତା ଆଜି ଭଲ ଲାଗେ ମତେ
ଟଙ୍କା ଲାଗେ ସମାଧାନ
ଶିକ୍ଷା ତୁମ ମତେ ବଡ କରି ତଳେ
ସଂଘର୍ଷମୟ ଜୀବନ।
ସହ-ସମ୍ପାଦିକା
ପୁଷ୍ପଲତା ଦିଗାର✍️
ବାରିପଦା,ମୟୂରଭଞ୍ଜ
ମଧୁର ବଚନ ମଧୁର ସପନ
ମଧୁ ସ୍ମୃତି ପାରାବାରେ
ମଧୁ ମଧୁ ରାତି ପାହିଯାଏ ନିତି
ମଧୁ ମାଦକତା ଝରେ ।।
ମଧୁର ଜୀବନ ମଧୁ ବାସସ୍ଥାନ
ମଧୁର ତୁମର ହସ
ମଧୁ ମଧୁ ଭାଷା ମଧୁର ମଞ୍ଜୁଷା
ମଧୁଲୀଳା ତୁମ ରାସ ।।
ମଧୁର କୁଜନ ସୁମଧୁର ସ୍ୱନ
ମଧୁବନେ କାକଳୀର
ମଧୁ ମଧୁବନ୍ତୀ ଗୁଣୁ ଗୁଣୁ ନିତି
ମଧୁ ଚୁମ୍ବି ସୁମନର ।।
ମଧୁର ମିଳନ ମଧୁ ଗୁଞ୍ଜରଣ
ମଧୁ ବେଶଭୂଷା ପାଶେ
ମଧୁର ପରାଣେ ମଧୁ ସମ୍ମୋହନେ
ମଧୁ ପ୍ରିୟା ଆସି ବସେ ।।
ମଧୁର ପରଶେ ମଧୁ ମଧୁ ହାସେ
ମଧୁ ଗୁଣେ କ୍ଷମା କର
ମଧୁ ଏକା ସିନା ମଧୁର ପଣିଆ
ମଧୁ ଦୃଷ୍ଟି ଶଶାଙ୍କର ।।
ମଧୁରର ଭାବ ମଧୁର ବିଭବ
ମଧୁ ରାତି ମଧୁପାନ
ମଧୁ ଯନ୍ତ୍ରଣାର ମଧୁ ମଧୁ ସ୍ୱର
ମଧୁରରେ ପଡେ ମ୍ଳାନ ।।
ମଧୁର ଯାମିନୀ ମଧୁ ସୁହାଗିନୀ
ମଧୁର ମୋହରେ ପ୍ରିୟା
ମଧୁ ବସନ୍ତର ମଧୁର ମଳୟ
ମଧୁ ଅଧରର ଛୁଆଁ ।।
ମଧୁର ଠାଣିରେ ମଧୁର ବାଣୀରେ
ମଧୁର ମୂର୍ଛନା ତୋଳି
ମଧୁ ଉଛ୍ୱାସରେ ମଧୁ ବିଶ୍ୱାସରେ
ମଧୁ ଜୀବନ ଦୀପାଳୀ ।।
ମଧୁର ମୂର୍ଛନା ମଧୁର କାମନା
ମଧୁ ମହକର ସ୍ୱର
ଯୁଗ ଯୁଗ ଯାଏ ଅମ୍ଳାନ ରହୁ ଏ
ମଧୁ ଭାବ ଜୀବନର ।।
ରଞ୍ଜୁଲତା ପାଢୀ,ରାଉରକେଲା (1st)
କେବେ କିଣେ ଓଠର ହସ
କେବେ ତୋଷଇ ମନ,
ମଧୁର ସମ୍ପର୍କ ର ପୁଣି
ଅଟେ ସିଏ ମାଧ୍ୟମ ।
କେବେ ପୁଣି ବିରହର ଲୁହ
କେବେ ମଧୁର ସ୍ମୃତି,
ସୃଷ୍ଟି ସିଏ ବନ୍ଧୁତ୍ବ ର
ରଖେ ତାକୁ ସାଇତି ।
କେବେ ଆସେ ସ୍ୱାର୍ଥ ନେଇ
କେବେ ଥାଏ ସର୍ତ୍ତ,
ନିବିଡ଼ ଭାବ ଡୋରି ସିଏ
ବ୍ୟର୍ଥ ନୁହେଁ ତା’ର ଅର୍ଥ ।
ମାନବ ଜନ୍ମ ଶ୍ରେଷ୍ଠ ହେବ
ମୁଖେ ଥିଲେ ସେହି,
ମଧୁର ବଚନ ପାଶେ
ଟଙ୍କା ର ମୂଲ୍ୟ ନାହିଁ ।
ସହ-ସମ୍ପାଦିକା
ପୁଷ୍ପଲତା ଦିଗାର
ବାରିପଦା, ମୟୂରଭଞ୍ଜ
ତୁମରି ବଚନେ ଦିନ ର ଆରମ୍ଭ
ଦିନ ସରେ ତୁମ ବଚନେ
ମଧୁର ବଚନ ତୁମରି ଗୋ ମାଆ
ସ୍ନେହ ଭରେ ମୋର ମନେ ।।
ଯେତେ କଷ୍ଟ ହେଉ,ଯେତେ ଦୁଃଖ ହେଉ
ଲାଘବ ହୁଅଇ ସବୁ
ମାଆ ତୁମେ ଯେବେ କହି ଦିଅ ପଦେ
କେମିତି ଅଛୁରେ ବାବୁ ।।
ଥକା ହୋଇ ଯେବେ ଘର କୁ ଫେରେ ମୁଁ
ପୁଅ ବୋଲି ତାର ଡାକ
ସବୁ ଥକା ମୋର ଦୂର ହୋଇଯାଏ
ମେଣ୍ଟି ଯାଏ ମୋର ଭୋକ ।।
ସୁଚିଶ୍ମିତା କର
ବାଲେଶ୍ଵର
ନୀଳ ଆକାଶେ ଭାସି ବୁଲେ
ଧଳା ମେଘର ଭେଳା
ଶ୍ଵେତ ରଙ୍ଗର ପଦ୍ମ ଦେଖି
ମନେ ଖୁସି ର ମେଳା ।
ନଦୀ ଧାରେ କାଶତଣ୍ଡି
ଦେଇ ଯାଏ ବାର୍ତ୍ତା
ଦୁର୍ଗା ମାଆ ଙ୍କ ଆଗମନେ
କହେ କେତେ କଥା ।
ଭାସି ଆସେ ପବନ ରେ
ଶେଫାଳୀ ର ଗନ୍ଧ
ଢୋଲ ତାଳେ ନାଚେ ମନ
ସତେ କି ଆନନ୍ଦ ।
ମାଆ ଙ୍କର ଆଗମନ
ଆସୁ ଖୁସି ନେଇ
ଏଇ ପ୍ରାର୍ଥନା ତାଙ୍କ ପାଶେ
କରେ ମନ ଦେଇ ।
ହୃଦୟ ର ଆସନରେ
ବସି କର ଋଣି
ସର୍ବ ବିଘ୍ନ ହର ତୁମେ
ଏତିକି ମାଗୁଣି ।
ପୁଷ୍ପଲତା ଦିଗାର
ବାରିପଦା,ମୟୂରଭଞ୍ଜ
ଓଡିଶା ମାଟିରେ ଜନମ ମୋର
ମଧୁର କୋମଳ ମୋ ଭାଷା ସ୍ବର ।
ମୁଁ ଓଡ଼ିଆ ମୋର ଭାଷା ବଢ଼ିଆ
ସୈନିକ ଆମର ଅଟେ ଲଢ଼ୁଆ ।
ଛଉ ଗୋଟିପୁଅ ଓଡ଼ିଶୀ ନୃତ୍ୟ
ଦେଶ ବିଦେଶରେ ହୁଏ ଚର୍ଚ୍ଚିତ ।
ପାହାଡ ଝରଣା କେଡ଼େ ସୁନ୍ଦର
କାରୁକାର୍ଯ୍ୟ ଭରା ଆମ ମନ୍ଦିର ।
ଯାଜପୁର ଜିଲ୍ଲା ବିରଜା କ୍ଷେତ୍ର
ଦେଖିଲେ ପବିତ୍ର ହୁଅଇ ନେତ୍ର ।
କାବ୍ୟ କବିତାର ସ୍ୱୀକୃତି ଗାର
ଦେଲେ ଅଭିମନ୍ୟୁ ସାମନ୍ତ ସିଂହାର ।
ବୈତରଣୀ ନଦୀ ଭଳି ଅନେକ
ବୋହି ଯାଇଅଛି ସ୍ରୋତରେ ବାଙ୍କ ।
ପାଲା ଘୋଡ଼ାନାଚ ଦାସକାଠିଆ
ଆମ ପରମ୍ପରା ଆଗରେ ଠିଆ ।
ଓଡ଼ିଆଙ୍କ ପ୍ରାଣ ପଖାଳ କଂସା
ହୋଇଥାଏ ଘରେ ଘରେ ପରସା ।
ବାର ମାସେ ତେର ପରବ ଯାତ
ଆରିଶା କାକରା ମଣ୍ଡା ଯାବତ ।
ଭିତର କନିକା କୁମ୍ଭୀର ଚାଷ
ଗହୀରମଥାରେ କଇଁଛ ବାସ ।
ନନ୍ଦନକାନନ ପ୍ରାଣୀ ପ୍ରାଚୁର୍ୟ୍ଯ
ଭାରତେ ଅନନ୍ୟ ରାଜ୍ୟ ଐଶ୍ୱର୍ଯ୍ୟ ।
ଖଣ୍ଡଗିରି ଲିଙ୍ଗରାଜ ଚିଲିକା
ବାଙ୍କୀ ଅଧୀଶ୍ଵରୀ ମାଆ ଚର୍ଚ୍ଚିକା ।
କେ ହୋଇବ ମୋର ରାଇଜ ସମ
କୋଣାର୍କର ଶିଳା ଶିଳ୍ପୀଙ୍କ ଦମ ।
ଚନ୍ଦକା ଅରଣ୍ୟ ଧଉଳି କୀର୍ତ୍ତି
ନୀଳାଚଳ ଧାମେ ଚତୁର୍ଦ୍ଧା ମୂର୍ତ୍ତି ।
ଯା’ ଚରଣ ଧୁଏ ନୀଳ ସାଗର
ମହେନ୍ଦ୍ର ଗିରି ଯା ଉନ୍ନତ ଶିର ।
ଏହି ପୂଣ୍ୟ ତୀର୍ଥେ ଲଭିଲି ଜନ୍ମ
ଗର୍ବିତ ଓଡ଼ିଆ ମୋ ପୁଣ୍ୟ କର୍ମ ।
✍ *ଅମରନାଥ ବାରିକ୍*
💌 *କୟାଁ,ମଙ୍ଗଳପୁର, ଯାଜପୁର*
ନିଶ୍ୱାସେ ହରି ବିଶ୍ୱାସେ ହରି
ଭବ ସଂସାରୁ କରିବେ ପାରି
ହରି ଚରଣେ ଗଲେ ଶରଣ
ବାଧା ବିଘ୍ନ ସବୁ ହୋଇ ବ ଲୀନ..!
ମନ ଯାହାର ନୀରିମଳ ହୃଦୟେ ହରି ଙ୍କ ର ବାସ
ତାଙ୍କରି ଦୟା ତାଙ୍କରି ମାୟା ଦୋଷ ଥିଲେ ସେ କରନ୍ତି କ୍ଷମା….!
ଲୋଡ଼ା ନାହିଁ ଯେ ତାର କିଛି ଭକ୍ତି ରେ ଦେବ ଯାହା ଯାଚି
ମନ ଆନନ୍ଦେ କୋଳେଇ ନେବେ ଭକ୍ତ ମନ ରେ ଶ୍ରଦ୍ଧା ଉପୁଜେ.!
ବେଳ ବେଳସୁ ଗଲେ ସୁଧୁରି ଭୟ ନଥିବ ମନ ରେ କାଲି
ତୁଣ୍ଡେ ଉଚ୍ଚାରୀ ଶ୍ରୀ ହରି ନାମ
ଛୁଇଁ ପାରିବନି ମାୟା କଷଣ
ହରି ନାମରେ ଅଛି କି ରସ
ପାଇଛି ଯିଏ ଜାଣିଛି ସିଏ
ସଞ୍ଜ ସକାଳେ ନାମ ସ୍ମରଣ କରିବ ଯେ ଜନ
ପାଇବ ପୁଣ୍ୟ…!
ତୁମ ସେବା ରେ ଯାଉମୋ ଦିନ
ତୁମ ନାମ ଭଜି ଯାଉ ଜୀବନ..!
ଭାବ ଡୋରେ ବନ୍ଧା ମୋର ଜୀବନ
ତୁମ ବିନା ପ୍ରଭୁ ପ୍ରାଣ ଅସାର..!
✍️ଗୁରୁଚରଣ ମହାକୁଡ଼ 🏡ଯାଜପୁର
⭕️‼️⭕️
ବିଶ୍ଵ ଦରବାରେ ଇତିହାସ ର ପୃଷ୍ଠାରେ ସ୍ଵର୍ଣ୍ଣିମ ଅକ୍ଷରରେ ସତେ, ଲେଖିଗଲେ ମୋ ଦେଶର ବୈଜ୍ଞାନିକମାନେ ଗୌରବର ପଙକ୍ତି କେତେ ।। ଦୂର ରାଇଜର ଜହ୍ନମାମୁଁ ପୃଥିବୀ ର ଆଜି ହେଇଗଲା କି ଭାଇ, ଚନ୍ଦ୍ରଯାନ ବାନ୍ଧି ଦେଲା ଏମିତି ବନ୍ଧନ ବିଜ୍ଞାନର ବଳକୁ ନେଇ ।। ପିଲାଦିନେ ମାଆ କାଖରେ କାଖେଇ କେତେ ଜହ୍ନକୁ ସେ ଇଙ୍ଗିତ କରି, ସରଗ ଶଶୀକୁ ଡାକେ ଆଢ଼ୁଆଳ କରି ମାମୁଁ ମାମୁଁ ତୋହର କରି ।। ଅନୁଭୂତ ଆଜି ହୁଏ ଏମିତି ଯେମିତି ଜହ୍ନ ପାଖେ ମୁଁ ଅଛି ବସି, ଆନନ୍ଦ ଲହରୀ ଉଲ୍ଲସଇ ପ୍ରତିପ୍ରାଣେ ଗର୍ବିତ ସାରା ଦେଶବାସୀ ।। ଅନେକ ଅପେକ୍ଷା ର ଅନ୍ତ ଘଟିଲା ଆଜି ଏକ ନୂଆ ଇତିହାସ ନେଇ, ଆଶା ଆକା°କ୍ଷାର ଚିର ସ୍ଵପ୍ନ ସତ ହେଲା ଏ ଅମ୍ଳାନ ସଫଳତା ପାଇ ।। ସାରା ବିଶ୍ୱ ଚକିତ ଦେଖି ଗାରିମା ରାଜି ଜହ୍ନ ର ଦକ୍ଷିଣେ ଭାରତ, ଅଭିନନ୍ଦନ ସେ ବୀର ଦକ୍ଷ ବୈଜ୍ଞାନିଙ୍କୁ ବିଶ୍ଵ କୁ କଲେ ନତମସ୍ତ ।।ସ୍ଵପ୍ନା ବାଗ ବଲାଙ୍ଗୀର
ପ୍ରଥମ କରି ଯେବେ ଖଡି ମୁଁ ଧରିଲି
ଭେଟ ହେଲା ତା’ ସାଥିରେ
ଅକ୍ଷରୁ କିପରି ଶବ୍ଦ ଗଢିହୁଏ
ପଢିଥିଲି ମୁଁ ତହିଁରେ।ଅ ରୁ ଆରମ୍ଭ ଚନ୍ଦ୍ରବିନ୍ଦୁ ଯାଏଁ
ସବୁଥିଲା ପ୍ରଥମ ପୃଷ୍ଠାରେ
ଶେଷ ପୃଷ୍ଠା ପୁଣି ଡର ଲାଗୁଥାଏ
ଦେଖି ପଣିକିଆ ଧାଡ଼ିରେ।ବିଲୁଆ ପୁଣି କେଡେ ଚତୁର
ପଢିଥିଲି ସେହି ବହିରେ
ମାମୁଁ ମାଡ଼ ଖାଇ ଭୂଇଁ ରେ ମୁଁ ଶୋଇ
ଆଜି ହଜେ ସେଇ ସ୍ମୃତି ରେ।ମାତ୍ରା,ଫଳା ସଙ୍ଗେ ଯୁକ୍ତାକ୍ଷର
ସଭିଁଙ୍କୁ ଶିଖାଏ ନକରି ଭେଦ
କି ସୁନ୍ଦର ଆହା କି ମନୋହର
ଛବିଳ ମଧୁ ବର୍ଣ୍ଣବୋଧ।ପୁଷ୍ପଲତା ଦିଗାର
ବାରିପଦା, ମୟୂରଭଞ୍ଜ
ସ୍ମୃତି ଗୋ ତୁମେ ନିଦାଘ ତାତିର
ଅଦିନ ବରଷା ଟୋପା,
ଘନ ଅନ୍ଧକାରେ ଡିବିରି ଶିଖା ତ
ଛାଇ ଆଲୁଅର ଗପା |
ବର୍ଷା ଭିଜା ରାତି ଖୋଲାକାଶ ତଳେ
ମିଳନ ର ମଧୁ ବାସ୍ନା,
ଡାଏରୀ ଭିତର ଅଦେଖା ଫର୍ଦରେ
ଅବଶୋଷ ବାକି ତୃଷ୍ଣା |
ଭଗ୍ନ କୋଣାର୍କର କଳା କାରୁ କା6ର୍ଯ୍ୟ
ଖୋଦିତ ପ୍ରସ୍ଥର ମୂର୍ତ୍ତି,
ଅଭିଲେଖ ପରେ ଖୋଦେଇ ସାହିତ୍ୟ
ଶ୍ରମଣ ଅକ୍ଷୟ କୀର୍ତ୍ତି |
ମନ ଅଭିଧାନେ ଅତୀତ ବିଭବ
ଦୁଃଖ ସୁଖ ଲାଭ କ୍ଷତି,
କରଜ ଖାତାରେ ପାରିବା ପଣିଆ
ଭାଇଙ୍କ ଅପାର ଖ୍ୟାତି |
ଉପନ୍ୟାସ ଅବା ଅଣୁଗଳ୍ପ ଥିରେ
ଦରଦ ଦରଜ ଉକ୍ତି,
ବାଧା ବିଘ୍ନ ଡେଇଁ ଆଗକୁ ବଢିବା
ମାଆଙ୍କ ଅସୀମ ଶକ୍ତି |
ଦାମିକା ଜାମାକୁ ସ୍କୁଲ ଡ୍ରେସ ପ୍ୟାଣ୍ଟ
ଟାଇ, ବେଲ୍ଟ, ଜୋତା ଆଦି,
ଖଣ୍ଡିଆ ଚପଲ ଚିରା କପଡାରେ
ବାପାଙ୍କ ଖୁସିର ପଦୀ |
ସଞ୍ଜ ନଇଁଗଲେ ପଶ୍ଚିମ ଆକାଶେ
କବି ଜୀବନର ବ୍ୟଥା,
ସୁରୁଜ ଉଇଁଲେ ଆକାଶ ଫାଙ୍କରେ
ବନ୍ଦୀର ବିଳାପ କଥା |
ଘଣ୍ଟା କଣ୍ଟା ପରି ବୟସ ପ୍ରାଙ୍ଗଣେ
କେତେ ଅନୁଭୂତି ଗାଥା,
ଅବଶେଷ ସେଇ ଦରପୋଡା ଦେହ
ଜିଅନ୍ତା ମଣିଷ ପନ୍ଥା |
ସ୍ମୃତି ଗୋ ତୁମେ ପ୍ରୀତି ନଈ କୂଳେ
ବନ୍ଧୁର ଦୁର୍ଗମ ରାସ୍ତା,
ଜୀବନ ନାଟକେ କେବେ ସାଜ ତୁମେ
ବିରହର ବୋଝ ବସ୍ତା !
ବୋଉ ମୋର ସମାଜରେ ଏକ ସଚ୍ଚା ମଣିଷ। ନାଁ ସେ ଧନୀର ଦୁଲାଳୀ ଥିଲା ଏବଂ ଧନୀର ଶଂଖାଳି ଅଛି । ସେ ଥିଲା ଦୁଖୀର ଦୁହିତା।ଜନ୍ମରୁ ସେ ମଧ୍ୟବିତ ପରିବାର ରେ ଜନ୍ମ ଗ୍ରହଣ କରି,ବହୁ କଷଣ ସହି ଆସିଥିଲା।
ଶିକ୍ଷା କହିବାକୁ ଗଲେ ଚାଟଶାଳୀ ରେ ୫ମ ଶ୍ରେଣୀ ,ବୁଧି ବିଦ୍ୟାରେ ବି ଅଜ୍ଞ ଥିଲା ।
ଯୈାବନ ଉପନୀତ ସମୟେ ବାହା ହେଲା। ଗୃହ ଧାତ୍ରୀ ହୋଇ ଗୃହ କର୍ମ ରେ ସର୍ବଦା ନିଜକୁ ନିୟୋଜିତ ରଖି ସ୍ବାମୀଂକର ସେବା କରି
ଆନଂଦରେ ସଂସାର ଆଗେଇ ନେଲା ।
ସଂସାର ମଧ୍ୟକୁ ଚାଲି ଆସିଲେ କିଛି
ସନ୍ତାନ । ସନ୍ତାନଂକ କର୍ତବ୍ୟରେ ଆଗଉ ଆଗଉ ଏବେ ଜୀବନ ହୋଇବ ପ୍ରାୟତଃ ନିଶ୍ଚିହ୍ନ।
ଅନ୍ତର ର କଥା ହେଉ ବା ମରମ ର ବ୍ୟଥା – ଏ ସବୁର ନିରାକରଣ ଅଟନ୍ତି ମା (କିଏବି ଡାକନ୍ତି ବୋଉ)
ତା ଠାରୁ କିଏ ଅଛି ଦୁନିଆ ଅତି ଆପଣାର ହୋଇ ସୁଖ ଓ ଦୁଖ ର ସାଥୀ ହୋଇ ସାହାସ ଦେଇ ଆଗକୁ ଆଗେଇ ନେବ।
ଥରେ ମାଗିଦେଲେ କେତେ ଯେ ଖାଇବାକୁ ଦେବ ବିରକ୍ତ ନ ହେବା ପର୍ଯ୍ୟନ୍ତ ଦଉଥିବ
ଏଭଳି କିଏ ଅଛି ଦୁନିଆର?
ସବୁ ଅଳି ଅର୍ଦଳି ଅଝଟ କୁ ସହି
ପରିବାର କୁ ବହୁତ ସୁଗମ ଢଂଗରେ ଆଗେଇ ନେଇ ଥାଏ ।
ସନ୍ତାନ ଆଖିରୁ ଲୁହ ଝରିଲେ
ତାର ନିଜ ଆଖିରୁ ଲହୁ ଝରିପଡି ଥାଏ।
ମାତୃ ରୁଣ କିଏ ଅଛି ଶୁଜି ପାରିଛି?
ମା ଅଟନ୍ତି ପୁଜନୀୟା , ଓ ବଂଦନୀୟା ଅଟନ୍ତି।
ମା ସର୍ବବ୍ୟାପି ,ସର୍ବଂସହା , ଓ ସ୍ନେହମୟୀ ତଥା ମ ମତାର ଧାରା ଅଟନ୍ତି। ତେଣୁ ସନ୍ତାନ ପାଇଁ ମାତା ସର୍ବଦା ଆଦରଣୀୟା ।
End********************
Astrologer-
Sj.jagannath Das
Bhadrak
ସମୟ ଚକରେ ସଂସାର ରଥ
ଗଡି ଚାଲୁଛି
ସକଳ ପ୍ରାଣର ନିରବ ବେଦନା
ହଜି ଯାଉଛି
ଶତ ସରଗର ଶାନ୍ତିର ବିକାଶ
ଧବଳ ଜ୍ୟୋସ୍ନାରେ ହେଉନି ପ୍ରକାଶ
ଏ ମହା ବିଶାଳ ସଂସାର ରେ ତୋର
କୋଉଠି ଯେ ସୁଖ ଅଛି….୧
ଚାହେନା ଜୀବନେ ସୁଖ ହିଁ ପ୍ରଭୁ ମୁ
ଦୁଖ ଯାଣିଛି
ଦିନ ରାତି ବସି କରଇ ରଚନା ଗୁଣ କୁ ବାଛି
ଏ ମହା ବିଶାଳ ବିପ୍ପଣୀରେ ମୋର
ଯାହା ଯେତିକି ଚାଲୁଛି କାରବାର
ଗାଇବୁଲେନିତି ନିଖିଳ ଜଗତେ
ତୋହରି ପ୍ରଶଂସା କିଛି….୨
ଜଗତ ପତି ହୋଇ ଦୁଖ କିଆଁ ତୁମେ ଦିଅ ବାଛି
ଏହିଭଳି କଲେ କାହାକୁ ଡାକିବି ମୁଁ
ବାଛି ବାଛି
ତୋହରି ସୃଷ୍ଟିରେ ଫୁଟେ କେତେ ହାସ
କେତେ ହୁଏ ଲୋଳ ଲୋତକ ବିକାଶ
ମାନଵ ଲଭୁଛି କି ମହା କଷଣ
ପ୍ରଭୁ ଅନାଇ ଦେଖ କିଛି…୩
End*******************
Astrologer-
Sj.jagannath Das
Bhadrak
ନାରୀ ସାର୍ଥକରେ
ସାଫଲ୍ୟ ମଣ୍ଡିତ
ମହାସତୀ ସାବିତ୍ରୀ
କାୟ ମନୋବାକ୍ୟେ
ପତିର ସବାରେ
ପତ୍ନୀଧର୍ମର ପୂର୍ତୀ
ପୁରାଣ ଗାଉଛି
ସ୍ବାମୀ ସତ୍ୟବାନ
ବଂଚିଲେ ପତ୍ନୀ ନିଷ୍ଠାରେ
ପାଇଗଲେ ପୁନର୍ଜନ୍ମ
ଆଉ ଯେତକ ସଂପଦ
ରାଜ୍ୟ ପୁତ୍ରାଦି ସାଥିରେ
ଶବ୍ଦର ରଂଗରେ
ରଂଗାଇତ ପରା
ଜୀବନର ଇଂଦ୍ରଧନୁ
ସତ୍ୟବାନ -ସ୍ତ୍ରୀ
ସତୀ ସାବିତ୍ରୀ
ପ୍ରଭାତର ଦୀପ୍ତ ଭାନୁ
ତାରା ମନ୍ଦୋଦରୀ
ସୀତା ଆଉ କୁନ୍ତୀ
ପୁରାଣ ବର୍ନିତ ସତୀ
ଅହଲ୍ୟା ଦ୍ରୈାପଦୀ
ଆଉ ଅନୁସୁୟା
ତା ସଂଗେ ଏହି ସାବିତ୍ରୀ
ସାବିତ୍ରୀ ର କିର୍ତି
ଗାଉଛି ଧରିତ୍ରୀ
ସତ୍ୟବାନ ତାଂକ ପତି
ଫେରିଣ ଆସିଲେ
ଯମଂକ ହସ୍ତରୁ
ସାବିତ୍ରୀ ଭକ୍ତିର ପ୍ରିତି
ଜ୍ୟେଷ୍ଠ ଅମାବାସ୍ୟା
ସତ୍ୟବାନଂକର
ଶେଷଦିନ ସତୀ ଯାଣି
ସ୍ବାମୀଂକର ପାଶେ
ରହିଲେ ଜଗିସେ
ଯମଠୁ ଆଣିଲେ ପୁଣି
ଆସିଲେ ସାବିତ୍ରୀ
କରେ ପତିଭକ୍ତି
ପ୍ରତିଟି ଘରଣୀ ଏବେ
କୁକୁର ମାଂକଡ
ବ୍ୟବହାର କରେ
ଝାଡୁରେ ପାହାର କେବେ
ସତ୍ୟବାନ ଏବେ
କାନ୍ଦନ୍ତି ଦଇବେ
ସାବିତ୍ରୀ ବ୍ରତ ଆସିଲେ
ନିଜ ପତ୍ନୀ ଏବେ
କରିବ ସାବିତ୍ରୀ
ମହାସତୀ ହେବ କାଳେ
End…..
Astrologer-
Sj.jagannath Das
Bhadrak
ବୋଉ ମୋହର ଗୋଟେ ନିପଟ ମଫସଲି
କୁଞ୍ଚ କରି ଲୁଗା ପିନ୍ଧିବା ଯାଣଇଁ ନାହିଁ
ଗଣନା ସଂଖ୍ୟା ସେ ମୋଟେ ତ ବୁଝଇ ନାହିଁ
ରୁଟି ଯେବେ ଗୋଟେ ଦେ ମୁଁ ମାଗିଲେ
ଦୁଇଟା ସେ ଦେଉଥାଇ,
ଗଣନା ସଂଖ୍ୟା ସେ ମୋଟେ ତ ବୁଝଇ ନାହିଁ ।।
ବୋଉ ମୋର ନିତି ବଡି ସକାଳରୁ ଊଠେ
ଗୋବର ମାଟିରେ ଘର ସାରା ଲିପେ ପୋଛେ
ମୋ ଉଠିବା ପାଇଁ ରହିଥାଏ ଅବା ଚାହିଁ
ରାତି ଚୁଲି ନିଆଁ ଘଡି ମୁଗୁଲି କୁ
ଦିଏ ଆଣି ସେ ଖୁଆଇ
ମୋ ଉଠିବା ପାଇଁ ରହିଥାଏ ଅବା ଚାହିଁ ।।
ଆଜି କାଲି ଆଉ ବୋଉ କୁ ଦେଖା ଯାଉନି
ଡଉଲ ଡାଉଲ ରୂପ ମୋ ଦେଖି ପାରୁନି
ଝଡି ଗଲାଣି ମୁଁ ସବୁ ଙ୍କୁ ସେ କହୁଥାଏ
ଯେତେ ବଳ ବପୁ ହେଉ ମୋ ପଛକେ
ତାକୁ ତ ଦେଖା ନ ଯାଏ
ଝଡି ଗଲାଣି ମୁଁ ସବୁ ଙ୍କୁ ସେ କହୁଥାଏ ।।
ବୋଉର ଏମିତି ପାସୋରା ଗୋଟାଏ ମନ
ଖାଇ ଥିଲେ କହେ କିଛି ଖାଇନି ମୋ ଧନ
ବେଳକୁ ବେଳ ସେ ସବୁତ ପାସୋରି ଦିଏ
ପେଟ ପୁରା ଖୋଇ ଟିକେ ପରେ ପୁଣି
କିଛି ମୁଁ ଖାଇନି କହେ
ବେଳକୁ ବେଳ ସେ ସବୁତ ପାସୋରି ଦିଏ ।।
ମରିବା ପାଇଁ କି ବାଟ ତ ଅନେକ ଅଛି
କେଉଁ ଉପାୟରେ ମରିବ ଅନେକ କିଛି
ଜନମ ନେବାକୁ ଏକମାତ୍ର ସେହି ମାଆ
ନିରାଶା ଅନ୍ଧାରେ ଆଲୋକର ରେଖା
ବିପଦ କାଳର ସଖା
ଜନମ ନେବାକୁ ଏକମାତ୍ର ସେହି ମାଆ ।।
• ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା